ଏବେ ପଦ୍ମପୁର ପାଳି; ଉପଯୁକ୍ତ ପ୍ରାର୍ଥୀ ଚୟନ ଉପରେ ଗୁରୁତ୍ବ ଦେଉଛନ୍ତି ଦଳ

ଧାମନଗରର ବିକାଶ ବନାମ ଅନୁକମ୍ପା ଲଢେ଼ଇ ଚାଲିଥିବା ବେଳେ ପଦ୍ମପୁର ବିକାଶ ସହ ଅନୁକମ୍ପା ରହିଛି ବିଜେଡି ପାଖରେ। ପଦ୍ମପୁରରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ଆପଣଙ୍କ ମତ କଣ ରହିଛି ଆମକୁ କମେଣ୍ଟ କରି ଜଣାନ୍ତୁ।

ପଦ୍ମପୁର ଉପନିର୍ବାଚନ (ପ୍ରତୀକାତ୍ମକ ଛବି)

ପଦ୍ମପୁର ଉପନିର୍ବାଚନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ପଡ଼ିବକି ଧାମନଗର ପ୍ରଭାବ। ଏନେଇ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା। ପ୍ରାର୍ଥୀ ଚୟନକୁ ସବୁଦଳ ଗୁରୁତ୍ବ ଦେଉଥିବା ବେଳେ ବିଜେଡି ପକ୍ଷରୁ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ କାହାକୁ ପ୍ରାର୍ଥୀ ପାଇଁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ହୋଇପାରନ୍ତି ପ୍ରାର୍ଥୀ। କଂଗ୍ରେସ ପକ୍ଷରୁ ସୁନିଲ ଅଗ୍ରୱାଲ ଏବଂ ସତ୍ୟଭୂଷଣ ସାହୁ ପ୍ରମୁଖ ପ୍ରାର୍ଥୀ ରେସରେ ଅଛନ୍ତି।

ଧାମନଗର ପରେ ଏବେ ପଦ୍ମପୁର ବାଜି। ପଦ୍ମପୁରରେ କିଏ ମାରିବା ବାଜି। ଧାମନଗରର ବିକାଶ ବନାମ ଅନୁକମ୍ପା ଲଢେ଼ଇ ଚାଲିଥିବା ବେଳେ ଏଠାରେ ବିକାଶ ସହ ଅନୁକମ୍ପା ରହିଛି ବିଜେଡି ପାଖରେ। ଏଠାରେ କେଉଁ ଆଧାରରେ ହେବ ଲଢେ଼ଇ? ଏଠାରେ ବିଜେପି ଠାରୁ ବିଜେଡି ବ୍ୟବଧାନ ୫୭୩୪ ଭୋଟ ରହିଥିଲା। ବିଭିନ୍ନ ଆକଳନ ଭିତରେ ପ୍ରାର୍ଥୀ ଚୟନ ବେଶ ଗୁରୁତ୍ବ ରହିଛି।

ପ୍ରାର୍ଥୀ ରେସରେ ବିଜେଡି ପକ୍ଷରୁ ପଦ୍ମପୁର ବିଧାୟକ ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ପତ୍ନୀ ତିଲୋତ୍ତମା ସିଂ ବରିହା ଓ ପୁତୁରା ବୋହୁ ମାଧବୀ ସିଂ ବରିହା ଦୌଡ଼ରେ ରହିଛନ୍ତି । ସେହିପରି ବିଜେପିରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ, ଯୁବନେତା ବିଜେପି ପ୍ରିତେଶ ବହିଦାର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଟିକେଟ ପାଇଁ ଆଶାୟୀ ଅଛନ୍ତି । ସେହିପରି କଂଗ୍ରେସରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ,ସୁନୀଲ ଅଗ୍ରୱାଲ ପ୍ରମୁଖ ଟିକେଟ ପାଇଁ ଆଶାୟୀ ଅଛନ୍ତି ।

ପଦ୍ମପୁରରେ ସବୁ ପଶ୍ଚିମ ଓଡ଼ିଶାର ନେତା ଡେରା ପକାଇଲେଣି। ସେଠାରେ ଦଳ ଯାହାକୁ ଟିକଟ ଦେବ ବୋଲି ଭାବୁଛି। ପ୍ରଦୀପ ପୁରୋହିତ ପ୍ରାର୍ଥୀ ହେବେ ବୋଲି ବିଶ୍ୱାସ ରହିଛି ବୋଲି କହିଛନ୍ତି ସୁବାଷ ପାଣିଗ୍ରାହୀ। ବିଜେଡି ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛି। ବିଜେଡିର ଥିଲା ତାହା ରହିବ ବୋଲି କହିଛନ୍ତି ମୁନା ଖାଁ। କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ପଦ୍ମପୁରରେ କଂଗ୍ରେସର ଭଲ ଭୋଟ ରହିଛି। ଦଳ ଭଲ ପ୍ରଦର୍ଶନ କରିବ।

୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହା 83299 ଭୋଟ୍ ପାଇଁ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମିଳିଥିଲା 775654 ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଥିଲା 32787 ଭୋଟ୍। ୫୭୩୪ ଭୋଟରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ୫୮ଟି ପଞ୍ଚାୟତ ରହିଛି। ଝାରବନ୍ଧ ବ୍ଲକର ୧୪, ପଦ୍ମପୁର ବ୍ଲକ ୨୨ ଏବଂ ପାଇକ ମାଳ ବ୍ଲକର ୨୨ପଞ୍ଚାୟତ ରହିଛି। ପଦ୍ମପୁର ଏନଏସିରେ ୧୧ଟି  ୱର୍ଡି ରହିଛି। ବିଜେଡି ୭ଟି ବର୍ଗରେ ଜିଣିଥିବା ବେଳେ ବିଜେପି ୪ଟାରେ ଜିତିଥିଲା। ନିର୍ବାଚନ ମଣ୍ଡଳୀ ରେ ୮ଟି ଜୋନ ଥିବାବେଳେ ବିଜେଡି ପାଖରେ ୪ ଏବଂ ବିଜେପି ପାଖରେ ୪ ରହିଛି।

ଆସନ୍ତା ନଭେମ୍ବର ୧୦ ତାରିଖରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ଏହା ପରଠୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଳ କରିବେ । ନଭେମ୍ବର ୧୮ରେ ପ୍ରାର୍ଥୀମାନଙ୍କର ଯାଞ୍ଚ ପ୍ରକ୍ରିୟା କରାଯିବ, ନଭେମ୍ବର ୨୧ରେ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ଡିସେମ୍ବର ୫ ରେ ଭୋଟ ଗ୍ରହଣ  ଓ ଡିସେମ୍ବର ୮ରେ ଭୋଟ ଗଣତି ହେବ।
Published by:Soumya Das
First published: