ପ୍ରସ୍ତାବିତ ପାଇକ ସ୍ମାରକୀକୁ ମିଳିଲା ସରକାରୀ ମୋହର; ବିଜୟ ଉତ୍ସଵ ପାଳିଲେ ମହିଳା ପାଇକ

ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇ ଦେବା ତଥା କେନ୍ଦ୍ର ସରକାର ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ବ୍ୟବସ୍ଥା କରିଥିବାରୁ ଏହାକୁ ସ୍ୱାଗତ କରି ଆୟୋଜିତ ହୋଇଯାଇଛି ବିଶାଳ ରାଜ୍ୟସ୍ତରୀୟ ମହିଳା ପାଇକ ସମାବେଶ ।

ପ୍ରସ୍ତାବିତ ପାଇକ ସ୍ମାରକୀକୁ ମିଳିଲା ସରକାରୀ ଅନୁମୋଦନ ମିଳିଛି (ପ୍ରତୀକାତ୍ମକ ଛବି)

ପ୍ରସ୍ତାବିତ ପାଇକ ସ୍ମାରକୀକୁ ମିଳିଲା ସରକାରୀ ଅନୁମୋଦନ ମିଳିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇ ଦେବା ତଥା କେନ୍ଦ୍ର ସରକାର ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ବ୍ୟବସ୍ଥା କରିଥିବାରୁ ଏହାକୁ ସ୍ୱାଗତ କରି ଆୟୋଜିତ ହୋଇଯାଇଛି ବିଶାଳ ରାଜ୍ୟସ୍ତରୀୟ ମହିଳା ପାଇକ ସମାବେଶ ।

ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଏହି ଉପଲକ୍ଷେ ଭୁବନେଶ୍ୱର ମାର୍କେଟ ବିଲିଣ୍ଡିଂ ସ୍ଥିତ ପୁରୁଣା ବସଷ୍ଟାଣ୍ଡରୁ ବାହାରିଥିଲା ବିଶାଳ ମହିଳା ପାଇକ ର‌୍ୟାଲି । ଏହି ର‌୍ୟାଲିରେ ମହିଳା ପାଇକ ମାନେ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବା ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପାଇକ ସ୍ମାରକୀ ସ୍ମୃତି ପାଇଁ ବିଶେଷ ଆଗ୍ରହ ଦେଖାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

କେବଳ ମହିଳାମାନେ ନୁହଁନ୍ତି, ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପୁରୁଷ ପାଇକ ସଂଘ ମଧ୍ୟ ସାମିଲ ହୋଇ ବିରତ୍ୱର ପ୍ରତୀକ ପାଇକ ଆଖଡ଼ାକୁ ପ୍ରଦର୍ଶନ କରିଥିଲେ । ରାଜ୍ୟ ଓଡ଼ିଶା ପାଇକ ସଂଘର ସାଧାରଣ ସମ୍ପାଦକ ଡ଼. ଦିଲୀପ ଶ୍ରୀଚନ୍ଦନ କହିଛନ୍ତି,"୧୮୧୭ ମସିହାର ପାଇକ ବିଦ୍ରୋହ ଭାରତ ସ୍ୱାଧୀନତା ସଂଗ୍ରାମର ଏକ କୀର୍ତ୍ତିମୟୀ ଦିଗ । ଏହା ଦେଶର ପ୍ରଥମ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ବିଷୟ । ଏଥିପାଇଁ ଗତ କିଛି ବର୍ଷ ଧରି ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏବେ ତାକୁ ମାନ୍ୟତା ମିଳିଛି । ରାଜ୍ୟ ସରକାର  ପାଇକ ସ୍ମାରକୀ ପାଇଁ ଜମି ଯୋଗାଇ ଦେବା ବାବଦରେ ୩୨ କୋଟି ଟଙ୍କାର ପ୍ରିମିୟମ ଛାଡ଼ କରି ଏହି କାର୍ଯ୍ୟକ୍ରମକୁ ଆଗକୁ ନେଇଛନ୍ତି । ସେହିଭଳି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ସ୍ୱତନ୍ତ୍ର ଅର୍ଥରାଶି ବରାଦ କରିଛନ୍ତି । ଏହା ସାରା ବିଶ୍ୱରେ ଓଡ଼ିଆଙ୍କୁ ଉତ୍ସାହିତ କରିବ । ଓଡ଼ିଆ ଜାତିର ବିରତ୍ୱ କାହାଣୀ ବିଶ୍ୱ ବିବିତ ହେବ"।

କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସ୍ତରରୁ ମିଳିତ ଉଦ୍ୟମ ହୋଇଛି । ଖୋର୍ଦ୍ଧାରେ ପାଇକ ସ୍ମାରକୀ ସ୍ମୃତି ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ୯ ଏକର ୭ଶହ ଡ଼ିସିମିଲ ଜମି ଯୋଗାଇ ଦେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସେହିଭଳି କେନ୍ଦ୍ର ସରକାର ୨ଶହ କୋଟି ଟଙ୍କା ଯୋଗାଇ ଦେଇଛନ୍ତି, ଯେଉଁ ଅର୍ଥରେ ପାଇକ ମିନାର ନିର୍ମାଣ ହେବା ସହିତ ମ୍ୟୁଜିୟମର ବ୍ୟବସ୍ଥା ରହିବ । ଏହି ମ୍ୟୁଜିମରେ ପାଇକଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯିବ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦର ପାତ୍ର ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ ।

ସେହିଭଳି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହିଳା ପାଇକଙ୍କୁ ଉତ୍ସାହିତ କରିଥିଲେ ସୁ୍‌ନ୍ଦରୀ ପ୍ରତିଯୋଗିତାରେ ରନର୍ସ ଅପ୍ ହୋଇଥିବା ମିଲନ କୁମାରୀ ପଣ୍ଡା ।
Published by:Soumya Das
First published: