ଦେଶରେ ସବୁଠୁ ଭଲ ଓ ଖରାପ ଶାସିତ ରାଜ୍ୟର ତାଲିକା ପ୍ରସ୍ତୁତ କଲା PAC; ଓଡ଼ିଶାର ନାମ ତଳଆଡ଼ୁ ଚତୁର୍ଥ

ଉତ୍ତର ପ୍ରଦେଶ, ଓଡ଼ିଶା ଓ ବିହାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଓ ରାଙ୍କିଙ୍ଗର ତଳେ ରହିଛନ୍ତି । ଏମାନେ ଯଥାକ୍ରମେ ୧.୪୬୧, -୧.୨୦୧ ଓ -୧.୧୫୮ ପଏଣ୍ଟ ସ୍କୋର କରିଛନ୍ତି ।

ଦେଶରେ ସବୁଠୁ ଭଲ ଓ ଖରାପ ଶାସିତ ରାଜ୍ୟର ତାଲିକା ପ୍ରସ୍ତୁତ କଲା PAC; ଓଡ଼ିଶାର ନାମ ତଳଆଡ଼ୁ ଚତୁର୍ଥ
ଦେଶରେ ସବୁଠୁ ଭଲ ଓ ଖରାପ ଶାସିତ ରାଜ୍ୟର ତାଲିକା ପ୍ରସ୍ତୁତ କଲା PAC
  • News18 Odia
  • Last Updated: November 1, 2020, 5:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଦେଶର ସବୁଠୁ ସୁଶାସିତ ଓ ଖରାପ ଶାସିତ ରାଜ୍ୟର ତାଲିକା ପ୍ରସ୍ତୁତ କରିଛି ପବ୍ଲିକ ଆଫାୟାର୍ସ ସେଣ୍ଟର(ପିଏସି) । ଏଥିରେ ଭଲ ପ୍ରଦର୍ଶନ କରିଛି ଅଣବିଜେପି, କଂଗ୍ରେସ ଶାସିତ ରାଜ୍ୟ । ଆଉ ସବୁଠୁ ଖରାପ ରାଜ୍ୟ ତାଲିକାରେ ରହିଛି ଉତ୍ତର ପ୍ରଦେଶ, ଓଡ଼ିଶା ଓ ବିହାର । ସମତା, ଅଭିବୃଦ୍ଧି ଓ ପରିପୋଷଣୀୟତାକୁ ନେଇ ଏହି ସର୍ଭେ ହୋଇଥିଲା ।

ଶୁକ୍ରବାର ପିଏସି ଜାରି କରିଥିବା ରିପୋର୍ଟରେ କେରଳ ଦେଶର ସର୍ବୋଶ୍ରେଷ୍ଠ ଶାସିତ ରାଜ୍ୟ ଭାବେ ନାମିତ ହୋଇଛି । ୟୁପି, ଓଡିଶା ଓ ବିହାର ତଳେ ରହିଥିବା ଜଣାପଡ଼ିଛି । ଚାରୋଟି ରାଜ୍ୟ ରାଙ୍କିଙ୍ଗର ଶୀର୍ଷରେ ରହିଛନ୍ତି । ପିଏସି କରିଥିବା ରାଙ୍କିଙ୍ଗ ଅନୁଯାୟୀ ପ୍ରଥମେ କେରଳ ୧.୩୮୮, ଦ୍ୱିତୀୟରେ ତାମିଲନାଡୁ ୦.୯୧୨, ତୃତୀୟରେ ଆନ୍ଧ୍ରପ୍ରଦେଶ ୦.୫୩୧ ଏବଂ ଚତୁର୍ଥରେ କର୍ଣ୍ଣାଟକ ୦.୪୬୮ ପଏଣ୍ଟ ପାଇଛନ୍ତି ।



ପିଏସି ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ ବିକାଶ ପ୍ରସଙ୍ଗରେ ଏକ ମିଶ୍ରିତ ସୂଚକାଙ୍କ ଉପରେ ଆଧାର କରି ରାଜ୍ୟଗୁଡିକ ଶାସନ ପରିଚାଳନା ଉପରେ ସ୍ଥାନିତ ହୋଇଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଏହି ତାଲିକା ପ୍ରକାଶ ପାଇଛି । ଉତ୍ତର ପ୍ରଦେଶ, ଓଡ଼ିଶା ଓ ବିହାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଏବଂ ରାଙ୍କିଙ୍ଗର ତଳେ ରହିଛନ୍ତି । ଏମାନେ ଯଥାକ୍ରମେ ୧.୪୬୧, -୧.୨୦୧ ଏବଂ -୧.୧୫୮ ପଏଣ୍ଟ ସ୍କୋର କରିଥିଲେ । ଏହା ଉପରକୁ ଖରାପ ପ୍ରଦର୍ଶନକାରୀମାନେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହେଉଛନ୍ତି ମଣିପୁର -୦.୩୬୩, ଦିଲ୍ଲୀ -୦.୨୮୯ ଓ ଉତ୍ତରାଖଣ୍ଡ -୦.୨୭୭ । ଛୋଟ ରାଜ୍ୟ ବର୍ଗରେ ଗୋଆ ୧.୭୪୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ତା’ପରେ ମେଘାଳୟ ୦.୭୯୭ ଓ ହିମାଚଳ ପ୍ରଦେଶ ୦.୭୨୫ ରହିଛି ।

କେନ୍ଦ୍ର ଶାସିତ ରାଜ୍ୟ ତାଲିକାରେ ଚଣ୍ଡିଗଡ଼ ୧.୦୫ ପଏଣ୍ଟ ସହିତ ସର୍ବୋତ୍ତମ ଶାସିତ କେନ୍ଦ୍ର ଶାସିତ ରାଜ୍ୟ ଭାବରେ ଉଭା ହୋଇଛି । ତା’ପରେ ପୁଡୁଚେରୀ ୦.୫୨ ଏବଂ ଲାକ୍ଷାଦ୍ୱୀପ ୦.୦୦୩, ଦାଦ୍ରା ଏବଂ ନାଗର ହାଭେଲି -୦.୬୯, ଆଣ୍ଡାମାନ, ଜମ୍ମୁ କଶ୍ମୀର-୦.୫୦ ଏବଂ ନିକୋବର -୦.୩୦ ସର୍ବନିମ୍ନ ପ୍ରଦର୍ଶନ କରିଛନ୍ତି ।

ଅନ୍ୟ ରାଜ୍ୟ ଗୁଜରାଟ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ମହାରାଷ୍ଟ୍ର ଆଦି ଚାରି ସୁଶାସିତ ରାଜ୍ୟ ତଳେ ଓ ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର ଉପରେ ରହିଥିବା ଜଣାପଡ଼ିଛି ।

ଓଡ଼ିଶାର ଜନ ସାଧାରଣଙ୍କୁ ଉତ୍ତମ ଶାସନ ବ୍ୟବସ୍ଥା ଯୋଗାଇବା ପାଇଁ ସରକାର ୫ଟି ମୋ ସରକାର ବ୍ୟବସ୍ଥା ଲାଗୁକରିଛନ୍ତି । ଏହାର ଉଦ୍ୟେଶ ସରକାରୀ ବ୍ୟବସ୍ଥା ଲୋକଙ୍କ ଦୂଆର ମୁହଁ ରେ ପହଞ୍ଚିବ। ନବୀନ ପଟ୍ଟନାୟକ ପଞ୍ଚମପାଳି ସରକାରର ଶପଥ ଗ୍ରହଣ ଦିନ ହିଁ ୫ଟି ମୋ ସରକାର କଥା ଘୋଷଣା କରିଥିଲେ । ଆଉ ପିଏସି ରିପୋର୍ଟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି କୁହାଯାଉଛି । ବାସ୍ତବରେ ଲୋକଙ୍କ ପାଖରେ ପହଞ୍ଚୁନି ସରକାରୀ ସେବା । ସ୍ୱଚ୍ଛତା ବଦଳରେ ଦୁର୍ନୀତି ଚରମସୀମାରେ ପହଞ୍ଚିଲାଣି । ଯେଉଁଥି ପାଇଁ ଲୋକଙ୍କୁ ମିଳୁନି ସ୍ୱଚ୍ଛ ଶାସନ ବ୍ୟବସ୍ଥା ରେ ଚରମ ଅବହେଳା । ତେଣୁ ପିଏସି ରିପୋର୍ଟରେ ଓଡିଶା ତଳ ଆଡୁ ପ୍ରଥମ ବୋଲି ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।
Published by: Jagdish Barik
First published: November 1, 2020, 5:59 PM IST
corona virus btn
corona virus btn
Loading