ରାଜ୍ୟରେ ମୁଣ୍ଡ ପିଛା ଋଣ ୨୨ ହଜାର ୪୨ ଟଙ୍କା ନେଇ ସମାଲୋଚନା କଲେ ବିରୋଧୀ

୧୯୯୯-୨୦୦୦ ମସିହାରେ ମୁଣ୍ଡ ପିଛା ଋଣ ୪୯୧୮ ଥିବା ବେଳେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟରେ ମୁଣ୍ଡ ପିଛା ଋଣ ୨୨ ହଜାର ୪୨ ଟଙ୍କା ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ବିରୋଧୀ ।

ବିଧାନସଭାର (ପ୍ରତୀକାତ୍ମକ ଛବି)

ବିଧାନସଭାର (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ମୁଲତବୀ ପସ୍ତାବ  ଆଲୋଚନା ବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିବା ବେଳେ ଗୃହରେ ମନ୍ତ୍ରୀ ଉତ୍ତର ରଖିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, "୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟରେ ମୁଣ୍ଡ ପିଛା ଋଣ ୨୨ ହଜାର ୪୨ ଟଙ୍କା ରହିଛି। ଏହି ସମୟରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୭ ହଜାର ଟଙ୍କା ରହିଛି । ୧୯୯୯ ମସିହା ତଥ୍ୟ ତୁଳନା କରି କହିଛନ୍ତି ୧୯୯୯-୨୦୦୦ ମସିହାରେ ମୁଣ୍ଡ ପିଛା ଋଣ ୪୯୧୮ ଥିବା ବେଳେ ମୁଣ୍ଡ ପିଛା ଆୟ ୧୩ ହଜାରରୁ ୧୨ ହଜାର ଥିଲା ।

ଏହି ସମୟରେ ମୁଣ୍ଡପିଛା ଋଣ ତୁଳନାରେ ମୁଣ୍ଡ ପିଛା ଆୟ ୨.୬୫ ପ୍ରତିଶତ ଥିବା ବେଳେ ୨୦୨୧-୨୦୨୨ରେ ମୁଣ୍ଡପିଛା ରୁଣ ତୁଳନାରେ ମୁଣ୍ଡ ପିଛା ଆୟ ୫.୮ ପ୍ରତିଶତ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ନିମ୍ନ ସ୍ଥାନରେ ରହିଛି। ଋଣ ଭାରରେ ରାଜ୍ୟ ବୁଡ଼ିବା କଥା ଭିତ୍ତିହୀନ। ଓଡ଼ିଶା ଋଣ ଭାରରେ ବୁଡି଼ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ଗୋଲାପୀ ଚିତ୍ର ଦେଖାଉଛନ୍ତି। ଏବେ ଖଣି ରାଜସ୍ବ ୪୮ ହଜାର କୋଟି ଟଙ୍କାରେ ପହଞ୍ଚିଛି। କିନ୍ତୁ ଗତ ୧୦ ବର୍ଷରେ ଋଣଭାର ୩୭୫ ପ୍ରତିଶତ ବଢିଛି। ସରକାର ଖୋଲା ବଜାରରୁ ଋଣ ଉଠାଉଛନ୍ତି। ଗାଁକୁ ରାସ୍ତା ନାହିଁ। ପାନୀୟ ଜଳ ନାହିଁ। ୨୨ ବର୍ଷ ଶାସନ କାଳରେ କଳ କାରଖାନା ବନ୍ଦ କଲେ ରାଜ୍ୟ ସରକାର। ଯୁବକ ଯୁବତୀ ବେକାର। ବର୍ତ୍ତମାନ ୨ ଲକ୍ଷ କୋଟି ଟଙ୍କା ବଜେଟ ହେଲାଣି କିନ୍ତୁ ରାଜ୍ୟ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସରକାର ଅପାରଗ । ଏ ସଂକ୍ରାନ୍ତରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି।

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି "ଓଡ଼ିଶା ଋଣ ଭାରରେ ବୁଡି଼ବା ସତ୍ୟ। ୨ ଲକ୍ଷ କୋଟିର ବଜେଟ ହୋଇଛି। ଖୁସି ଯେତିକି ନିରାଶା ସେତିକି। ରାଜ୍ୟ ସରକାର ଖାଲି ପ୍ରଚାର ପ୍ରସାର କରୁଛନ୍ତି। ସରକାର ଆସିବା ପୂର୍ବରୁ ମୁଣ୍ଡ ପିଛା ଋଣ ପ୍ରାୟ ୫ ହଜାର ଟଙ୍କା ଥିଲା ଏବେ ୨୩ ହଜାର ଭଳି ହେଲାଣି। ରାଜ୍ୟର ଋଣ ଭାର ୬ହଜାର ୯୦୨ କୋଟି ଟଙ୍କା ଥିଲା। ଏବେ ୧ ଲକ୍ଷ ୧୨ ହଜାର କୋଟି ହେଲାଣି। ଆଗାମୀ ବର୍ଷରେ ୧ ଲକ୍ଷ ୨୩ ହଜାର କୋଟି ହେବ ବୋଲି କୁହାଯାଉଛି। ଆଗାମୀ ଦିନରେ ରାଜସ୍ବ ସଂଗ୍ରହ ୧ ଲକ୍ଷ ନ ଛୁଇଁଲେ ୨୦୨୫ ଆଡ଼କୁ ୧ ଲକ୍ଷ ୮୭ ହଜାର କୋଟି ଟଙ୍କା ଋଣର ପରିମାଣ ଛୁଇଁବ ବୋଲି କୁହାଯାଉଛି।

ଏନେଇ ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି."ସରକାର କଣ ପାଇ ଋଣ କରୁଛନ୍ତି ଓ ଏହାର ପୃଷ୍ଠଭୂମି କଣ ବୁଝିବ ଆବଶ୍ୟକ। ଏହା ବଧ୍ୟାବଧକ ତା ନା ଖୁସିରେ କରୁଛନ୍ତି କି ? ବିକାଶ ଚିତ୍ର ଦେଖାଉଛନ୍ତି ସରକାର। ଏଥିପାଇଁ ଯୋଜନା କରାଯାଉଛି। ଗରିବ ଲୋକ ସାଧାରଣ ଲୋକ,ମହିଳା,ଭିନ୍ନକ୍ଷମ ଙ୍କ ପାଇଁ ଯୋଜନା କରାଯାଉଛି। ଋଣ ଭାର ଏଫ୍ଆରବିଏମ୍ ଆକ୍ଟ ଅନୁସାରେ ବହୁତ୍ କମ ରହିଛି। ଓଡ଼ିଶାର ସ୍ଥିତି ଦୃଷ୍ଟିରୁ ଦୀର୍ଘ ଦିନ ହେବ ସ୍ଵତନ୍ତ୍ର ପାହ୍ୟା ଦାବି କରାଯାଉଛି। ତେବେ କାହିଁକି କେନ୍ଦ୍ର ସରକାର ବିଚାର କରୁନାହାନ୍ତିଁ ବୋଲି କହି ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ଶଶି ବେହେରା।
Published by:Sujit Swain
First published: