ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଛାଡ଼ିବାକୁ ଦାବିରେ ଏକାଠି ହେଲେ ବିରୋଧୀ ବିଜେପି ଓ କଂଗ୍ରେସ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ଵର: ଗୃହରେ ଏକାଠି ହେଲେ ବିରୋଧୀ। ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଛାଡ଼ିବାକୁ ଦାବିରେ ଦୁଇ ବିରୋଧୀ ସ୍ୱର ମିଳାଇଛନ୍ତି।
ପ୍ରଶ୍ନକାଳ ଆରମ୍ଭରୁ ମିଳିତ ଭାବେ ହୋ ହଲ୍ଲା ନାରାବାଜି କରିଥିଲେ। ପୋଡ଼ିଆମ୍ ନିକଟରେ ମିଳିତ ଭାବେ ପ୍ରତିବାଦ କଲେ ବିଜେପି ଓ କଂଗ୍ରେସ। ସର୍ବଦଳୀୟ ବୈଠକ ଅନୁସାରେ ଗୃହ କାର୍ଯ ଚାଲିଛି। ତେଣୁ ଗୃହରେ ସହଯୋଗ କରନ୍ତୁ ବୋଲି ବାଚସ୍ପତି କହିଥିଲେ। କିନ୍ତୁ ବିରୋଧୀ ନିଜ ଜିଦରେ ଅଡ଼ି ବସିଥିଲେ। ଗୃହ କାର୍ଯ୍ୟ ଅସ୍ବାଭାବିକ ହେବାରୁ ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ସାଢେ଼ ୧୧ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ। ଗୃହ କାର୍ଯ୍ୟ ସ୍ୱଳ୍ପ ସମୟ ପାଇ ଚାଲିଥିଲେ ବି କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।
ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ପ୍ରତିକ୍ରିୟା ରଖିଛନ୍ତି। ବିଧାୟକ ମାନେ ଏକାଠି ନ ବସିବା ଦ୍ବାରା ବିଭ୍ରାଟ ସୃଷ୍ଟି ହେଉଛି। ଅନ୍ୟତ୍ର ବସିବା ଦ୍ବାରା ଦ୍ୱିତୀୟ ଶ୍ରେଣୀ ବିଧାୟକ ଭଳି ଅନୁଭବ କରୁଛନ୍ତି ବିଧାୟକ। ଅନ୍ୟ ରାଜ୍ୟରେ ବିଧାନସଭା ସ୍ଵାଭାବିକ ହେଲା। ସାଂସଦ ବି ସ୍ଵାଭାବିକ ହେଲାଣି। ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ରଥଯାତ୍ରା ବି ଶୃଙ୍ଖଳିତ ଭାବେ ହେଲା।। ସାମ୍ବାଦିକ ନ ଆସିବା ଦ୍ବାରା କେଉଁ ସଦସ୍ୟ କେଉଁ ପ୍ରସଙ୍ଗ ଉଠାଉଛନ୍ତି ଜଣାପଡୁନି, ଭୁଲ ନ୍ୟୁଜ ଯାଉଛି। ତେଣୁ ଗୃହରେ ସମସ୍ତଙ୍କୁ ଛାଡ଼ିବାକୁ ଅନୁରୋଧ କଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି ।
ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ମହାରାଷ୍ଟ୍ର ପରି ରାଜ୍ୟରେ ସଂକ୍ରମଣ ଅଧିକ ରହୁଥିଲେ ବି ସେଠାରେ ସ୍ଵାଭାବିକ ଚାଲୁଛି। ତେଣୁ ଓଡ଼ିଶାରେ ସ୍ଵାଭାବିକ କରାଯାଉ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବି ସାମ୍ବାଦିକ ପ୍ରେସ ଗ୍ୟାଲେରୀକୁ ଛାଡ଼ିବାକୁ ଦାବି କରିଛନ୍ତି। ବିଧାୟକ ମାନେ ଅନ୍ୟତ୍ର ବସିବାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସାଲୁଜା।
ପ୍ରଶ୍ନକାଳ ଓ ଶୂନ୍ୟକାଳରେ ସାମ୍ବାଦିକ ଓ ସମସ୍ତ ବିଧାୟକଙ୍କୁ ଗୃହ ଭିତରୁ ଅନୁମତି ନେଇ ବିରୋଧୀଙ୍କ ଦାବି ଉପରେ ବାଚସ୍ପତିଙ୍କ ପ୍ରତିକ୍ରିୟା ରଖିଛନ୍ତି।
ସଭ୍ୟ ଓ ଗୃହର ସୁରକ୍ଷା ସହ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଥିଲା। କୌଣସି ସଦସ୍ୟଙ୍କ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ ହେବା ପରି କାର୍ଯ କରାଯାଇ ନାହିଁ। ଆଗାମୀ ଅଧିବେଶନରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ଆଉ ଅଳ୍ପ ଦିନ ଥିବାରୁ ଗୃହ କାର୍ଯ୍ୟରେ ସମସ୍ତେ ସହଯୋଗ କରନ୍ତୁ ବୋଲି ବାଚସ୍ପତି କହିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।