'ମୋତେ ନ୍ୟାୟ ଦିଅ ନହେଲେ ଟ୍ରେନ ଆଗରେ ଶୋଇବି'; ଉପଜିଲ୍ଲାପାଳ ଅଫିସ ଆଗରେ ଶୋଇଲେ ୭୫ ବର୍ଷୀୟ ବୃଦ୍ଧା

ଉପ ଜିଲ୍ଲାପାଳ ଅଫିସ ଆଗରେ ରାସ୍ତରେ ଶୋଇଲେ ୭୫ ବର୍ଷୀୟ ବୃଦ୍ଧା । ମୋତେ ନ୍ୟାୟ ଦିଅ ନ ହେଲେ ଟ୍ରେନ ଆଗରେ ଶୋଇବି। ମୋ ପୁଅ ବୋହୂ ମୋତେ ପିଟୁଛନ୍ତି ଖାଇବାକୁ ଦେଉ ନାହାନ୍ତି ଏପରି କହି କାନ୍ଦୁଛନ୍ତି ବୃଦ୍ଧା।

ନିଜ ପୁଅବୋହୂଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ଅଫିସରେ ଦ୍ୱାରସ୍ଥ ହେଲେ ବୃଦ୍ଧା (ପ୍ରତୀକାତ୍ମକ ଛବି)

ନିଜ ପୁଅବୋହୂଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ଅଫିସରେ ଦ୍ୱାରସ୍ଥ ହେଲେ ବୃଦ୍ଧା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ଵର: ଉପ ଜିଲ୍ଲାପାଳ ଅଫିସ ଆଗରେ ରାସ୍ତରେ ଶୋଇଲେ ୭୫ ବର୍ଷୀୟ ବୃଦ୍ଧା । ମୋତେ ନ୍ୟାୟ ଦିଅ ନ ହେଲେ ଟ୍ରେନ ଆଗରେ ଶୋଇବି। ମୋ ପୁଅ ବୋହୂ ମୋତେ ପିଟୁଛନ୍ତି ଖାଇବାକୁ ଦେଉ ନାହାନ୍ତି ଏପରି କହି କାନ୍ଦୁଛନ୍ତି ବୃଦ୍ଧା।

ନିଜ ପୁଅବୋହୂଙ୍କ ବିରୋଧରେ ଏଭଳି ଏକ ଅଭିଯୋଗ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦ୍ବାରସ୍ଥ ହୋଇଥିଲେ ଜଣେ ବୟସ୍କା ମହିଳା।

ବାଲିଆପାଳ ଥାନା ଦକ୍ଷିଣପଦା ଗ୍ରାମର ସ୍ଵର୍ଗତ ରାମଚନ୍ଦ୍ର ପାତ୍ରଙ୍କ ପତ୍ନୀ ହେଉଛନ୍ତି ବାସନ୍ତୀ ଏବେ ତାଙ୍କୁ ୨୨ ବର୍ଷ ବୟସ ୨ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା ।ଏବେ ପୁଅଝିଅ ସମସ୍ତେ ବିବାହିତା ଗତ ୬ ବର୍ଷ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ପରେ ବାସନ୍ତୀ ୨ ପୁଅଙ୍କ ପାଖରେ ରହିଥିଲେ। ତେବେ ରାମଚନ୍ଦ୍ର ମୃତ୍ୟୁ ପୂର୍ବରୁ ବାସନ୍ତୀଙ୍କ ନାମରେ ବାଲେଶ୍ବର ଖପରାପଦାସ୍ଥିତ ଗ୍ରାମ୍ୟବ୍ୟାଙ୍କରେ ୨ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌କୁ ଏବେ ୨ ପୁଅ ନିଜ ନିଜ ଭିତରେ ବାଣ୍ଟିନେବାକୁ ମା’କୁ ବାଧ୍ୟ କରୁଛନ୍ତି। ଏଥିରେ ସେ ରାଜି ହେଉ ନଥିବାରୁ ୨ ପୁଅ ଓ ବୋହୂ ତାଙ୍କୁ ନାନା ପ୍ରକାର ନିର୍ଯାତନା ଦେବା ଆରମ୍ଭ କରିଛନ୍ତି। ଏପରିକି ତାଙ୍କ ଖାଇବା ପିଇବା ମଧ୍ୟ ଠିକ୍ ଏନେଇ ବାସନ୍ତୀ କରିବା ଭାବେ ବୁଝୁନାହାନ୍ତି।

କିଛିଦିନ ପୂର୍ବରୁ ବାଲିଆପାଳ ଥାନାରେ ୨ ପୁଅଙ୍କ ବିରୋଧରେ ଅଭିଯୋଗ ପରେ ପୋଲିସ ୨ ପୁଅଙ୍କୁ ଥାନାକୁ ଡାକି ମା'ଙ୍କ ଭଲମନ୍ଦ ବୁଝିବାକୁ ତାଗିଦ କରିଥିଲେ। କିନ୍ତୁ ଗତ ୧୯ ତାରିଖ ଦିନ ରାତିରେ ୨ ପୁଅ ଓ ବୋହୂ ହଠାତ୍ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଛନ୍ତି। ତାଙ୍କ ନାଁରେ ଥିବା ଫିକ୍ସଡ୍‌ ଡିପୋଜିଟ୍ ଟଙ୍କା ନେବା ପାଇଁ ଅଡ଼ି ବସିଛନ୍ତି ସେମାନଙ୍କ ଟଙ୍କା ନଦେଲେ ଖାଇବା ନଦେବା ସହ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଘରୁ ବାହାର କରିଦେଇଛନ୍ତି।

ଫଳରେ ସେ ଗାଁ ଶିବମନ୍ଦିରରେ ଆଶ୍ରୟ ନେଇଥିବା କହିଛନ୍ତି। ତେବେ ଖବର ପାଇ ତାଙ୍କ ଝିଅ ତାଙ୍କୁ ଧରି ନ୍ୟାୟ ପାଇଁ ବାଲେଶ୍ବର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ ୨ ପୁଅ ଓ ବୋହୂଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।

ସେପଟେ ଏନେଇ ଉପଜିଲ୍ଲାପାଳ କହିଛନ୍ତି,"ଅଭିଯୋଗ ଅନୁସାରେ ପୋଲିସକୁ ଖବର ଦେବୁ ଓ ମହିଳାଙ୍କ ପ୍ରତି କିପରି ନ୍ୟାୟ ମିଳିବ ସେନେଇ ପୁରା ଚେଷ୍ଟା କରାଯିବ"।
Published by:Soumya Das
First published: