ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆରମ୍ଭ ହେଲା ଓଜେଇଇ ପ୍ରବେଶିକା ପରୀକ୍ଷା; ମୋଟ ୫୫,୫୦୦ ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

ଆରମ୍ଭ ହେଲା ଓଜେଇଇ ପ୍ରବେଶିକା ପରୀକ୍ଷା; ମୋଟ ୫୫,୫୦୦ ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

ଆଜିଠାରୁ ଆରମ୍ଭ ହୋଇଛି ଓଜେଇଇ ପ୍ରବେଶିକା ପରୀକ୍ଷା। ରାଜ୍ୟ ତଥା ରାଜ୍ୟ ବାହାରେ ୬୦ କେନ୍ଦ୍ରରେ ମୋଟ ୫୫,୫୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି।

ଆରମ୍ଭ ହେଲା ଓଜେଇଇ ପ୍ରବେଶିକା ପରୀକ୍ଷା; ମୋଟ ୫୫,୫୦୦ ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା
ଆଜିଠାରୁ ଆରମ୍ଭ ହୋଇଛି ଓଜେଇଇ ପ୍ରବେଶିକା ପରୀକ୍ଷା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 6, 2021, 6:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଓଜେଇଇ ପ୍ରବେଶିକା ପରୀକ୍ଷା। ରାଜ୍ୟ ତଥା ରାଜ୍ୟ ବାହାରେ ୬୦ କେନ୍ଦ୍ରରେ ମୋଟ ୫୫,୫୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। କୋଭିଡ଼ କଟକଣା ମଧ୍ଯରେ ପିଲାମାନଙ୍କର ପରୀକ୍ଷା ଅନୁଷ୍ଠିତ ହୋଇଛି।

ରାଜ୍ଯରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମୋଟ ୫୫,୫୦୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସମ୍ପୂର୍ଣ୍ଣ ସିବିଟି ବା କମ୍ପ୍ଯୁଟର ବେସଡ଼ ମୋଡ଼ରେ ପିଲାମାନେ ପରୀକ୍ଷା ଦେଇଛନ୍ତି । ପ୍ରଥମ ଦିନରେ ୩ ଟି ସିଫ୍ଟରେ ବି.ଫାର୍ମା ପରୀକ୍ଷା ସରିଯାଇଛି । ପ୍ରଥମ ଥର ପାଇଁ ରାଜ୍ଯର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ରର ବ୍ଯବସ୍ଥା ହୋଇଛି । ରାଜ୍ୟ ବାହାରେ ମୋଟ ୬୦ ଟି ପରୀକ୍ଷା କେନ୍ଦ୍ର ହୋଇଛି। ପାଟନା, ରାଞ୍ଚି ଓ କୋଲକତାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ଆୟୋଜନ କରାଯାଇଛି । କୋଭିଡ଼ ସଂକ୍ରମଣକୁ ଆଖି ଆଗରେ ରଖି ବିନା କାଗଜ କଲମରେ ସମ୍ପୂର୍ଣ୍ଣ ଅନଲାଇନ ମୋଡ଼ରେ ପରୀକ୍ଷା ଦେଉଛନ୍ତି ପିଲାମାନେ । ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ଓ ପରୀକ୍ଷାର୍ଥୀ ନିଜସ୍ଵ ପାଣି ବୋତଲ ଆଣିବାକୁ କୁହାଯାଇଛି। ପ୍ରତି ସିଫ୍ଟ ପୂର୍ବରୁ ଓ ପରେ ବିଶୋଧନକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦିପ୍ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

"ଆଜିଠୁ ପରୀକ୍ଷା ଆରମ୍ଭ ହୋଇଛି। ଯେହେତୁ ପରୀକ୍ଷା ସମ୍ପୂର୍ଣ୍ଣ ଅନଲାଇନ ହେଉଛି ସେଥିପାଇଁ ଆମେ ଅଧିକ ସେଣ୍ଟର କରିପାରି ନାହୁଁ। ତଥାପି ଏ ବର୍ଷ ପ୍ରଥମ ଥର ପାଇଁ ସବୁ ଜିଲା ସାଙ୍ଗକୁ ରାଜ୍ୟ ବାହାରେ ସେଣ୍ଟର କରାଯାଇଛି। ଯେମିତି ରାଜ୍ୟ ବାହାର ପିଲାଙ୍କୁ ରାଜ୍ୟକୁ ଆସିବାକୁ ପଡ଼ିବ ନାହିଁ। ୫୫ ହଜାରରୁ ଅଧିକ ପିଲା ଓଜେଇ ପାଇଁ ଆବେଦନ କରିଛନ୍ତି। ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ଚେଷ୍ଟା ଚାଲିଛି, "ବୋଲି କହିଛନ୍ତି ଓଜେଇଇ ଅଧ୍ଯକ୍ଷ ସୁଦିପ କୁମାର ଚାନ୍ଦ।

ସବୁ ବର୍ଷ ଅପେକ୍ଷା ଓଜେଇଇ ପରୀକ୍ଷା ବିଳମ୍ବରେ ହୋଇଛି। ପୂର୍ବରୁ ଜୁଲାଇ ମାସରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କୋଭିଡ କଟକଣା ଓ ଜେଇଇ ମେନ ପରୀକ୍ଷା ସରିନଥିବାରୁ ଓଜେଇଇ ପରୀକ୍ଷା ତାରିଖକୁ ଘୁଞ୍ଚାଯାଇଥିଲା। ଆଜି ପ୍ରଥମ ଦିନରେ ବି.ଫାର୍ମା ପରୀକ୍ଷା ଅନୁଷ୍ଠିତ ହୋଇଛି। ପ୍ରଥମ ଦିନରେ ମୋଟ ୧୩,୨୦୦ ପିଲା ପରୀକ୍ଷା ଦେଇଛନ୍ତି। ସକାଳ ୯ଟା ରୁ ୧୧ଟା ପ୍ରଥମ ସିଫ୍ଟ, ଦିନ ୧୨.୩୦ ରୁ ୨.୩୦ ଦ୍ଵିତୀୟ ଓ ଅପରାହ୍ନ ୪ଟା ରୁ ୬ଟା ଦ୍ଵିତୀୟ ସିଫ୍ଟ ଅନୁଷ୍ଠିତ ହୋଇଛି। ପରୀକ୍ଷା ୧ ଘଣ୍ଟା ପୂର୍ବରୁ କେନ୍ଦ୍ରକୁ ପିଲାଙ୍କୁ ଛଡ଼ାଯାଇଥିଲା। ପ୍ରବେଶ ପଥରେ ଆଡ଼ମିଟ କାର୍ଡ଼ ସ୍କାନ କରିବା ସହ ସାନିଟାଇଜେସନ ଓ ମାସ୍କ ଯାଞ୍ଚ ହୋଇଥିଲା। ତେବେ ବିଳମ୍ବରେ ହେଉ ପଛେ ପରୀକ୍ଷା ନେଇ ପିଲାମାନେ ବେଶ ଖୁସି ପ୍ରକାଶ କରିଛନ୍ତି।

"ପରୀକ୍ଷା ବିଳମ୍ୱରେ ହେଉ ପଛେ ଅନୁଷ୍ଠିତ ହୋଇଥିବାରୁ ଆମେ ଖୁସି ଅଛୁ। କୋଭିଡ ନିୟମକୁ ଗୁରୁତ୍ୱ ଦିଆଯାଇଛି। ସବୁକିଛି କଣ୍ଟାକଟ ଲେସ ହୋଇଛି। ମୁଁ ବି ବହୁତ ଭଲ ଭାବରେ ପ୍ରସ୍ତୁତ ହୋଇଛି । ଆଶା କରୁଛି ଭଲ କଲେଜରେ ସିଟ ପାଇବି," କହିଛନ୍ତି ପରୀକ୍ଷାର୍ଥୀ ଅମୀୟ ଦାଶ।

ଆସନ୍ତାକାଲି ପ୍ରଥମ ଦୁଇଟି ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଟୁ ଡିପ୍ଲୋମା ଓ ଅପରାହ୍ନ ସିଫ୍ଟରେ ଇଣ୍ଟିଗ୍ରେଟେଡ଼ ଏମ ବି ଏ ପରୀକ୍ଷା ହେବ। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଓଜେଇ ପରୀକ୍ଷା ଅନୁଷ୍ଠିତ ହେବ।
Published by: Soumya Das
First published: September 6, 2021, 6:20 PM IST