ଭୁବନେଶ୍ୱରରେ ପାଇକଙ୍କ ରଣ ହୁଙ୍କାର; ଜାନୁଆରୀ ୨୪ ତାରିଖ ଦିଲ୍ଲୀ ଯିବ ଓଡିଶା ମହାବୀର ସଂଘ

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି କରିଛି ଓଡ଼ିଶା ବୀର ମହାସଂଘ। ୨୦୨୨ ଜାନୁଆରୀ ୨୪ ତାରିଖରେ ଦିଲ୍ଲୀ ଚୋଲୋ ଅଭିଯାନ କରିବ ଓଡ଼ିଶା ବୀର ମହାସଂଘ।

ଜାନୁଆରୀ ୨୪ ତାରିଖ ଦିଲ୍ଲୀ ଯିବ ଓଡିଶା ମହାବୀର ସଂଘ (ପ୍ରତୀକାତ୍ମକ ଛବି)

ଜାନୁଆରୀ ୨୪ ତାରିଖ ଦିଲ୍ଲୀ ଯିବ ଓଡିଶା ମହାବୀର ସଂଘ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଯେଉଁ ଅସ୍ତ୍ରରେ ପାଇକମାନେ ବ୍ରିଟିଶମାନଙ୍କୁ ହରାଇ ଥିଲେ , ସେଇ ଅସ୍ତ୍ରକୁ ରାଜରାସ୍ତାରେ ପ୍ରଦର୍ଶନ କରି ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି କରିଛି ଓଡ଼ିଶା ବୀର ମହାସଂଘ।  ହାତରେ ଖଣ୍ଡା, ଢାଲ, ଖଡ୍ଗ, ମୁଦ୍ଗର, ଫାର୍ଶା ଧରି ଦାବି ମାଗିଲା ଓଡ଼ିଶା ବୀର ମହାସଂଘ ।

ରାଜଧାନୀ ରାଜରାସ୍ତାରେ ମୁହଁ ଓ ଶରୀରର ଯୁଦ୍ଧ କଳା କୌଶଳରେ ଝଲସୁଥିଲା ରଣ ହୁଙ୍କାରର ଠାଣି । ଦାବି ଥିଲା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଅ । ବରୁଣେଇ ପାଦଦେଶରେ ପାଇକଙ୍କୁ ବିନା ମୂଲ୍ୟରେ ୫୦ ଏକର ଜମି ପ୍ରଦାନ କର । ଏହି ଦାବି ନେଇ ଖୋର୍ଦ୍ଧା ବରୁଣେଇ ପାଦ ଦେଶରେ ମେଳି ହୋଇଥିଲେ ୩ ହଜାରରୁ ଅଧିକ ପାଇକ। ସେଠାରୁ ଏକ ବିଶାଳ ରାଲିରେ ଆସି ଭୁବନେଶ୍ୱରରେ  ଦେଖାଇଥିଲେ ପାଇକ ଆଖଡା।

ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କରି ପୁଣି ରାଜ ରାସ୍ତାକୁ ଓହ୍ଲାଇଲା ଓଡ଼ିଶା ବୀର ମହାସଂଘ । ହାତରେ ଖଣ୍ଡା, ଢାଲ, ଖଡ୍ଗ, ମୁଦ୍ଗର, ଫାର୍ଶା ଓ ବର୍ଚ୍ଚା ଧରି କହିଲା ଆମ ଦାବି ପୂରଣ କର । ୧୮୧୭ ମସିହା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ଖୋର୍ଦ୍ଧାର ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥାନକୁ ବିନା ମୂଲ୍ୟରେ ଜମି ଯୋଗାଇ ଦେବାକୁ ଦାବି କରିଛି।

"ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରିନେବାକୁ ଓଡ଼ିଶା ବୀର ମହାସଂଘ ଦାବି କରିଛି।  ଏହି ଦାବି ନେଇ ଓଡ଼ିଶା ବୀର ମହାସଂଘ ପକ୍ଷରୁ ବିଶାଳ ରାଜ୍ୟସ୍ତରୀୟ ଜନଗର୍ଜନ ପାଇକ ଆଖଡ଼ା ସମାବେଶ, ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆୟୋଜନ ହୋଇଥିଲା। ୨୦୨୨ ଜାନୁଆରୀ ୨୪ ତାରିଖରେ ଦିଲ୍ଲୀ ଚୋଲୋ ଅଭିଯାନ କରିବ ଓଡ଼ିଶା ବୀର ମହାସଂଘ। ସେହିଦିନ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଥିବାରୁ ଏପରି ନିଷ୍ପତ୍ତି ନେଇଛି ସଙ୍ଘ।

ସଂଘର ସଦସ୍ୟ ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, " ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ଜାଗା ଯୋଗାଇ ନାହାଁନ୍ତି। କିନ୍ତୁ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବରେ କେନ୍ଦ୍ର ନ ମାନିବା ବଡ ଦୁର୍ଭାଗ୍ୟର କଥା। ଯାହାକୁ ଆମେ ନିନ୍ଦା କରୁଛୁ"।
Published by:Soumya Das
First published:
)}