ମହାପ୍ରଭୁଙ୍କୁ ଦର୍ଶନ କଲେ ଓଡ଼ିଶା ଜଗରନଟ୍ସ ଦଳ

ମହାରାଷ୍ଟ୍ରର ପୁନେ ଛତ୍ରପତି ଷ୍ଟାଡିୟମରେ ଅନୁଷ୍ଠିତ ଅଲଟିମେଟ ଖୋ ଖୋ କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା ଓଡିଶା ଜଗରନଟ୍ସ ଦଳ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଜଗରନଟ୍ସ ଦଳ

ଜଗରନଟ୍ସ ଦଳ

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ : ମହାରାଷ୍ଟ୍ରର ପୁନେ ଛତ୍ରପତି ଷ୍ଟାଡିୟମରେ ଅନୁଷ୍ଠିତ ଅଲଟିମେଟ ଖୋ ଖୋ କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା ଓଡିଶା ଜଗରନଟ୍ସ ଦଳ ଗତକାଲି ପୁରୀ ରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପୂର୍ବାହ୍ନ ରେ ଶ୍ରୀମନ୍ଦିର ନିକଟରେ ଏହି ଚମ୍ପିୟାନ ଦଳ ପହଞ୍ଚିବା ପରେ ଓଡିଶା ଖୋ ଖୋ ସଂଘର ସଂପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତ ସଦସ୍ୟ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ପରେ ଦଳର ସଦସ୍ୟ ମାନେ ଶ୍ରୀଜିଉ ମାନଙ୍କୁ ଦର୍ଶନ, ପୂଜାର୍ଚ୍ଚନା ଓ ଟ୍ରଫି କୁ ମଧ୍ୟ ପୂଜା କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ରୁ ଆମେ ଏହି ସଫଳତା ହାସଲ କରିଛୁ ବୋଲି ସେମାନେ କହିବା ସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ,ଉତ୍ସାହ ଓ ସହଯୋଗର ପ୍ରଶଂସା କରିଥିଲେ। ସେପଟେ ପୁରୀର ଅନେକ କ୍ରୀଡା ସଂଘଠନ ଜଗରନଟ୍ସ ଟିମର ଶୁଭମନାଶୀ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରିବା ସହ ବେଳାଭୂମିରେ ବି ଟିମକୁ ଶୁଭେଚ୍ଛା ଜଣାଇବା ପାଇଁ କରିଥିଲେ ସ୍ୱତନ୍ତ୍ର ଆୟୋଜନ।
Published by:Soumyashree Mishra
First published: