ଭୁବନେଶ୍ୱରରେ ହକି ଟିମକୁ ଭବ୍ଯ ସ୍ୱାଗତ; ପାରମ୍ପାରିକ ବାଦ୍ଯ ଓ ସୁସ୍ୱାଦ ଖାଦ୍ଯରେ କରାଗଲା ସମ୍ୱର୍ଦ୍ଧନା

ଭୁବନେଶ୍ୱରରେ ହକି ଟିମକୁ ଭବ୍ଯ ସ୍ୱାଗତ କରିଛନ୍ତି ଓଡ଼ିଶା ସରକାର । ପୁରୁଷ ହକି ଓ ମହିଳା ହକି ଟିମକୁ ପାରମ୍ପାରିକ ବାଦ୍ଯ ବଜାଇ ସୁସ୍ୱାଦ ଖାଦ୍ଯ ପରସା ହୋଇ ସେମାନଙ୍କୁ ସମ୍ୱର୍ଦ୍ଧନା କରାଯାଇଛି ।

ଭୁବନେଶ୍ୱରରେ ମହିଳା ହକି ଟିମ

ଭୁବନେଶ୍ୱରରେ ମହିଳା ହକି ଟିମ

  • Share this:
News18 Odia Digital

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦେଶର ଗୌରବ ବଢ଼ାଇଥିବା ପୁରୁଷ ହକି ଟିମକୁ ଭୁବନେଶ୍ୱରରେ ଭବ୍ଯ ସ୍ୱାଗତ କରାଯାଇଛି । କେବଳ ପୁରୁଷ ହକି ନୁହେଁ ମହିଳା ହକି ଦଳକୁ ମଧ୍ଯ ସମ୍ୱର୍ଦ୍ଧନା କରାଯାଇଛି । ଉଭୟ ହକି ଟିମକୁ ପାରମ୍ପରିକ ବାଦ୍ଯ ସହ ସୁସ୍ୱାଦ ଖାଦ୍ଯ ପରସା ଯାଇଛି ।

ବ୍ରୋଞ୍ଜ ମେଡାଲ ଜିତିଥିବା ପୁରୁଷ ହକି ଟିମ ଓ ପଦକ ନ ଜିତି ହୃଦୟ ଜୟ କରିଥିବା ମହିଳା ହକି ଟିମକୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ସୁସ୍ୱାଦୁ ବ୍ୟଞ୍ଜନ ମଧ୍ୟ ପରସା ଯାଇଛି। ହକି ଟିମକୁ କ୍ରୀଡ଼ା ମନ୍ତ୍ରୀ, ସଚିବଙ୍କ ଠାରୁ ଆରମ୍ଭ କରି କ୍ରୀଡା ଓ ସଂସ୍କୃତି ବିଭାଗର ବଡ଼ ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରିଥିଲେ ।

ବିମାନ ବନ୍ଦରରୁ ଯିବା ପାଇଁ ଖେଳାଳିମାନଙ୍କ ପାଇଁ ସୁଜ୍ଜଜିତ ବସର ବ୍ୟବସ୍ଥା କରାଯାଇଥିଲା । ବସର ଚାରିଆଡ଼େ ତ୍ରିରଙ୍ଗା ପତାକାର ଝଲକ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ବନ୍ଦରରେ ସ୍ବାଗତ ସମୟରେ ହକି ପ୍ରେମୀ ହକି ତାରକାଙ୍କ ଜୟଗାନ କରିଥିଲେ । ବିଶେଷ କରି ଶ୍ରୀଜେଶଙ୍କୁ ଦେଖିବା ପାଇଁ ତାମିଲନାଡୁର ଜଣେ ହକି ପ୍ରେମୀ ଭୁବନେଶ୍ୱରର ବିମାନ ବନ୍ଦରରେ ଅପେକ୍ଷା କରିଥିଲେ । ବିମାନବନ୍ଦରରୁ ସାଣ୍ଡି ଟାଓ୍ୱାର ପର୍ଯ୍ଯନ୍ତ ଯିବା ରାସ୍ତାରେ ହାତ ହଲେଇ ଲୋକମାନେ ଖେଳାଳିମାନଙ୍କୁ ସ୍ୱାଗତ କରିଥିଲେ ।

ସାଣ୍ଡି ଟାୱର ପାଖରେ ପହଞ୍ଚିଲା ବେଳକୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ଲୋକ କଳା ଓ ପାରମ୍ପରିକ ବାଦ୍ୟ ନୃତ୍ୟ ର ଆୟୋଜନ କରାଯାଇଥିଲା। ଗଞ୍ଜାମ ଦିଗପହଣ୍ଡିରୁ ଆସିଥିବା ନାଟ୍ୟ ସଂସଦରର କଳାକାରମାନେ ବାଘ, ଭାଲୁ, ହରିଣ ଓ ଶବର ନାଚ ବି କରିଥିଲେ। ମାଆ ସମଲେଶ୍ଵରୀ କଳା ବିକାଶ କେନ୍ଦ୍ର ପକ୍ଷରୁ ରଣପା, ଯୋଡ଼ି ଶଙ୍ଖ, ଧୁମ୍ ଧମକା ଡ୍ୟାନ୍ସ କରିଥିଲେ । କମିଶନରେଟ ପୋଲିସ ପକ୍ଷରୁ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।

କେବଳ ସେତିକି ନୁହେଁ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଗୋଟିଏ ହାତ ଲେଖା ପୋଷ୍ଟର ଧରି ହକି ଟିମକୁ ସ୍ବାଗତ କରିଥିଲେ। ଲଞ୍ଚ  ସମୟରେ କେକ କଟା ହୋଇଥିଲା । ଖେଳାଳି ମାଛ, ମାଂସ, ମଟନ, ଛତୁ ସହ ଓଡ଼ିଆର ବହୁ ପ୍ରକାର ବ୍ୟଞ୍ଜନ ବି ପ୍ରସ୍ତୁତ ହୋଇଥିଲା। ଓଡ଼ିଆ ଖାଦ୍ଯ ଖାଇ ଆତ୍ମତୃପ୍ତି ଅନୁଭବ କରିଥିଲେ ହକି ତାରକା।

"ସେମାନଙ୍କ ପାଇଁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ଭୁବନେଶ୍ୱର ଡିସିପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି। ଏୟାରପୋର୍ଟରୁ ହୋଟେଲ ଓ ଷ୍ଟାଡିୟମରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି।" କହିଛନ୍ତି ଭୁବନେଶ୍ୱର ଡିସିପି ।
Published by:Soumya Das
First published: