କରୋନା ମାଡ଼ରେ ଭୁଶୁଡ଼ି ପଡିଛି ରାଜ୍ୟରେ ବସ ସେବା; ୬୦ ପ୍ରତିଶତ ସିଟ ଖାଲି

ପୂର୍ବରୁ ଦୈନିକ ୧୧୦୦ ରୁ ୧୨୦୦ ବସ ବରମୁଣ୍ଡା ବସ ଷ୍ଟାଣ୍ଡକୁ ଆସୁଥିଲା । ବର୍ତ୍ତମାନ ଏହି ସଂଖ୍ୟା ୧୫୦ ରୁ ୨୦୦ ଭିତରେ ସୀମିତ ରହିଛି ଓ ସେଥିରେ ୬୦ ପ୍ରତିଶତ ସିଟ ଖାଲି ପଡୁଛି ।

କରୋନା ମାଡ଼ରେ ଭୁଶୁଡ଼ି ପଡିଛି ରାଜ୍ୟରେ ବସ ସେବା; ୬୦ ପ୍ରତିଶତ ସିଟ ଖାଲି
ରାଜ୍ୟରେ ହାତଗଣତି କିଛି ଯାତ୍ରୀଙ୍କୁ ନେଇ ଅଳ୍ପ କିଛି ବସ ଚାଲୁଛି
  • News18 Odia
  • Last Updated: August 21, 2020, 6:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ରାଜ୍ୟର ବସ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ହାତଗଣତି କିଛି ଯାତ୍ରୀଙ୍କୁ ନେଇ ଅଳ୍ପ କିଛି ବସ ଚାଲୁଛି । ରାଜଧାନୀ ଭୁବନେଶ୍ୱରରେ ଥିବା ବରମୁଣ୍ଡା ବସ ଷ୍ଟାଣ୍ଡର ସ୍ଥିତି ମଧ୍ୟ ବଦଳିବାରେ ଲାଗିଛି । ଲୋକାଲ ବସ ସେବା ପ୍ରାୟତଃ ବନ୍ଦ ରହିଥିବା ବେଳେ ରାଜ୍ୟର କେବଳ ନାଇଟ କୋଚ୍ ବସ ଚାଲୁଛି । କରୋନା ମହାମରୀ କାରଣରୁ ଯାତ୍ରୀ ଆସୁନଥିବାରୁ ନାଇଟ କୋଚ୍ ବସରେ ମଧ୍ୟ ୬୦ ପ୍ରତିଶତ ସିଟ ଖାଲି ପଡୁଛି । ଏହା ଫଳରେ ବାସ ମାଲିକ ମାନେ ବହୁମାତ୍ରାରେ କ୍ଷତି ସହୁଛନ୍ତି । ବସରେ ଯାତ୍ରୀ ହେଉନଥିବା ଯୋଗୁଁ ଏବେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲେଇ ଦେଇଛି ।

କରୋନା ମହାମରୀ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟର ବସ ସେବା ପ୍ରଭାବିତ ହୋଇଛି । ପୂର୍ବରୁ ଦୈନିକ ୧୧୦୦ ରୁ ୧୨୦୦ ବସ ବରମୁଣ୍ଡା ବସ ଷ୍ଟାଣ୍ଡକୁ ଆସୁଥିଲା । ବର୍ତ୍ତମାନ ଏହି ସଂଖ୍ୟା ୧୫୦ ରୁ ୨୦୦ ଭିତରେ ସୀମିତ ରହିଛି । ରାଜ୍ୟରେ ଯେତିକିବି ବସ ଚାଲୁଛି ସେଥିରେ ସମ୍ପୂର୍ଣ୍ଣ ସିଟ ପୁରଣ ହେଇପାରୁନି । ରାଜ୍ୟର ଲକଡ଼ାଉନ ପାଇଁ ପ୍ରାୟ ଦୁଇ ମାସ ବସ ଚଳାଚଳ ବନ୍ଦ ରହିଥିଲା । ଲକଡାଉନ ପରେ ପୁନର୍ବାର ମେ ୨୮ ତାରିଖରୁ ବସ ସେବା ଆରମ୍ଭ କରାଯାଇଥିଲା । ଜୁନ ମାସ ଅଧା ସୁଦ୍ଧା ବରମୁଣ୍ଡାରୁ ୭୦୦ ରୁ ୮୦୦ ବସ ଚଳାଚଳ କରିଥିଲା କିନ୍ତୁ ଧୀରେ ଧୀରେ ତାହା କମି ଏବେ ମାତ୍ର ୧୫୦ ରୁ ୨୦୦ ଭିତରେ ସୀମିତ ରହିଛି ।

ବରମୁଣ୍ଡା ବସ ଷ୍ଟାଣ୍ଡ


"ଗୋଟିଏ ଗୋଟିଏ ରୁଟରେ ପୂର୍ବରୁ ୧୫ ଗାଡ଼ି ଚାଲୁଥିବା ବେଳେ ଏବେ ମାତ୍ର ୨ ରୁ ୩ ଟି ଗାଡ଼ି ଚାଲୁଛି । ସେଥିରେ ୬୦ ପ୍ରତିଶତ ସିଟ ଖାଲି ପଡୁଛି । ଶନିବାର ଓ ରବିବାର ସଟଡାଉନ ପାଇଁ ବରମୁଣ୍ଡାକୁ ବସ ଆଣୁନୁ । ଦିନକୁ ପ୍ରାୟ ୭ ରୁ ୮ ହଜାର କ୍ଷତି ହେଉଛି । ତଥାପି ପେଟପାଟଣା ପାଇଁ କମ ଯାତ୍ରୀରେ ବି ବସ ଚଲାଉଛୁ," କହିଛନ୍ତି ବସ ଡ୍ରାଇଭର ରମେଶ କୁମାର ମାହାନା।

"ବସରେ ସଂକ୍ରମଣ ଭୟ ରହୁଛି । ତଥାପି କାମ ପାଇଁ ଦୂରକୁ ଯିବାର ଅଛି । ନହେଲେ ପରିବାର କେମିତି ପୋଷିବୁ । ତେଣୁ ଭୟ ଥିଲେ ବି ଆମେ ବସରେ ଯାଉଛୁ," କହିଛନ୍ତି ଭଦ୍ରକ ରୁ ଆସିଥିବା ଯାତ୍ରୀ ଧର୍ମପଦ ମାଝି ।

"ବସକୁ ପ୍ରତିଦିନ ଦୁଇ ଥର ସାନିଟାଇଜ କରାଯାଉଛି, ବସକୁ ଚଢ଼ିବା ଆଗରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି, ଯାତ୍ରୀଙ୍କ ଥର୍ମାଲ ଟେଷ୍ଟ କରି ବସରେ ଯାତ୍ରା ପାଇଁ ଅନୁମତି ଦିଆଯାଉଛି । ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ତେଣୁ ଯାତ୍ରୀମାନେ ଭୟ ନ କରି ବସ ଯାତ୍ରା କରନ୍ତୁ,"କହିଛନ୍ତି ରାଜ୍ୟ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ।

''ବର୍ତ୍ତମାନ ସ୍ଥିତିରେ ଡିଜେଲ ଦର ମଧ୍ୟ ଉଠୁନି କି ଷ୍ଟାଫ ଦରମା ଠିକସେ ପାଉନାହାନ୍ତି, ବସ ଇଏମ୍ଆଇ ଦେଇପାରୁନୁ ଏଭଳି ସ୍ଥିତିରେ ଟିକସ ଉପରେ ସରକାରଙ୍କ ରିହାତି ସାମାନ୍ୟ ଆଶ୍ୱସ୍ତି ଦେଇଛି । ଜୁଲାଇରେ ୨୫%, ଅଗଷ୍ଟରେ ୫୦% ଓ ସେପ୍ଟେମ୍ବରରେ ୨୫% ପ୍ରତିଶତ ଟିକସ ବାବଦରେ ସରକାର ରିହାତି ପ୍ରଦାନ କରିଛନ୍ତି । ଯାହା ଆମ ପାଇଁ କିଛିମାତ୍ରାରେ ସହାୟକ ହୋଇଛି,'' କହିଛନ୍ତି ବସ ମୁଖପାତ୍ର ।
Published by: Jagdish Barik
First published: August 21, 2020, 6:09 PM IST
corona virus btn
corona virus btn
Loading