• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚନ; ରାଜନୀତି ଏକ ପାର୍ଟ ଟାଇମ ଜବ୍ ନୁହେଁ...ରାଜନୀତିକୁ ବୃତ୍ତି କରି ୨୪ ଘଣ୍ଟା କାମ କର

ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚନ; ରାଜନୀତି ଏକ ପାର୍ଟ ଟାଇମ ଜବ୍ ନୁହେଁ...ରାଜନୀତିକୁ ବୃତ୍ତି କରି ୨୪ ଘଣ୍ଟା କାମ କର

ଅମିତ ଶାହାଙ୍କ ରାଜନୈତିକ ଯାତ୍ରାକୁ ନେଇ ଲେଖାଯାଇଥିବା ଇଂରାଜୀ ପୁସ୍ତକର ଓଡ଼ିଆ ସଂସ୍କରଣ ଆଜି ଲୋକାର୍ପିତ ହୋଇଛି ।

ଅମିତ ଶାହାଙ୍କ ରାଜନୈତିକ ଯାତ୍ରାକୁ ନେଇ ଲେଖାଯାଇଥିବା ଇଂରାଜୀ ପୁସ୍ତକର ଓଡ଼ିଆ ସଂସ୍କରଣ ଆଜି ଲୋକାର୍ପିତ ହୋଇଛି ।

  • Share this:

 News 18 Odia Digital


ଭୁବନେଶ୍ୱର; ଅମିତ ଶାହାଙ୍କ ରାଜନୈତିକ ଯାତ୍ରାକୁ ନେଇ ଲେଖାଯାଇଥିବା ଇଂରାଜୀ ପୁସ୍ତକର ଓଡ଼ିଆ ସଂସ୍କରଣ ଆଜି ଲୋକାର୍ପିତ ହୋଇଛି । ରାଜନୀତି ଏକ ପାର୍ଟ ଟାଇମ ଜବ୍ ନୁହେଁ । ରାଜନୀତିକୁ ବୃତ୍ତି କରି ୨୪ ଘଣ୍ଟା କାମ କରିବାକୁ ପଡ଼ିବ । ଯାହାକି ଅମିତ ଶାହଙ୍କ ବହିରେ ଉଲ୍ଲେଖ ଅଛି । ଗଣତନ୍ତ୍ର ଓ ରାଜନୀତି ସମ୍ପର୍କରେ ରାଜନୀତି ବିଜ୍ଞାନରେ ଯାହା ସବୁ ପଢା ଯାଉଥିଲା ସେ ସବୁ ଆଉ ଘଟୁ ନାହିଁ । ନିର୍ବାଚନ ଜିତିବା ହେଉଛି ସବୁ ରାଜନୈତିକ ଦଳର ଲକ୍ଷ୍ୟ । ଯଦି ଏଥିରେ ସଂସ୍କାର ନଆସିବ ତାହେଲେ ଗଣତନ୍ତ୍ର ବେଶୀ ଦିନ ତିଷ୍ଠି ପାରିବ ନାହିଁ । ସରପଞ୍ଚ ଜିତିବା ପାଇଁ ମଧ୍ୟ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଜିତିବା ପାଇଁ ନେତାଙ୍କର ଆଚରଣ ଓ ଉଚ୍ଚାରଣ ବଦଳି ଯାଉଛି । ଅମିତ ଶାହ ୟୁପି ଜିତିବା ପଛରେ ସୋସିଆଲ୍ ଈଂଜିନିୟରିଂ ପ୍ରମୁଖ କାରଣ । ଭାଷା, ଜାତି, ଧର୍ମକୁ ପଛରେ ପକାଇ ବର୍ତ୍ତମାନ  ହିତାଧିକାରୀ (ଲାଭାର୍ଥି) ବର୍ଗ ତିଆରି ହେଲେଣି ।  ଯାହାଦ୍ୱାରା ୩୦ ପ୍ରତିଶତ ଭୋଟ କେହି କାଟି ପାରିବେ ନାହିଁ । ରାଜନୀତିରେ ଅର୍ଥର ପ୍ରଭାବକୁ ବାଦ ଦେଇ ସମର୍ପଣ ଭାବ ସହ ତୃଣମୂଳ ସ୍ତରରେ ଯୋଡ଼ି ହେବା । ନିର୍ବାଚନରେ ମାତ୍ର ୧୦ ହଜାର ଭୋଟ ବି ଯେଉଁ ମାନେ ପାଉନାହାନ୍ତି ତାଙ୍କୁ ପରବର୍ତ୍ତୀ ନିର୍ବାଚନରେ ଟିକେଟ ଦେବା ଅନୁଚିତ । ଏଭଳି ପଦକ୍ଷେପ ରାଜନୈତିକ ଦଳ ମାନଙ୍କୁ ନେବାକୁ ପଡ଼ିବ । ୨୦୧୪ ପରଠୁ ବିଜେପି ଯେଉଁ ସଫଳତା ପାଇଛି,ସେ ଅଦ୍ଭୁତ ସଫଳ କାହାଣୀର ନାୟକ ଅମିତ ଶାହା । ସଫଳତା ପାଇ ଯେଉଁ ମାନେ ବ୍ୟସ୍ତ ସେମାନେ ଏହାକୁ ଅନୁସରଣ କରିବା ଆବଶ୍ୟକ। ରାଜନୀତି ଉତଥାନ ପତନର କାହାଣୀ ହୋଇଥିବାରୁ ଭୋଟ ପାଇଁ କାଙ୍ଗାଳ ଥିବା  ବ୍ୟକ୍ତି ଏହି ପୁସ୍ତକ ପଢ଼ିବା ଆବଶ୍ୟକ । ଯେଉଁ ମାନେ ସଫଳ ହୋଇ ପାରୁନାହାନ୍ତି ସେମାନେ ଏହାକୁ ଅନୁସରଣ କରନ୍ତୁ । ବିଜେପି ଅପେକ୍ଷା ଅନ୍ୟ ଦଳର ବ୍ୟକ୍ତି ଏହାକୁ ପଢ଼ିବା ଆବଶ୍ୟକ ।


ରାଜ୍ୟର ଜନ କଲ୍ୟାଣ ପାଇଁ ବିଜେପିକୁ ସେବା କରିବାର ସୁଯୋଗ ମିଳିବ । ବିଜେପି ଗୋଟିଏ ସମୟରେ ୧୨ ରୁ ୧୪  ପ୍ରତିଶତ ଭୋଟ ପାଉଥିଲା ଏବେ ୩୦ରୁ ୩୮  ପ୍ରତିଶତ ଭୋଟ ପାଇବାରେ ସକ୍ଷମ ହୋଇଛି । ସୌମ୍ୟ ରଞ୍ଜନ ଯେଉଁ ଲାଭାର୍ଥି କଥା କହୁଛନ୍ତି, ତାହା ହେଲା, ଗରିବ ଲୋକଙ୍କ ପାଖରେ ଘର, ଜଳ ଓ ସରକାରୀ ଯୋଜନାକୁ ପହଞ୍ଚାଇବା । କେବଳ ଶାସନକୁ ଉପଭୋଗ ନୁହେଁ, ଲୋକଙ୍କୁ ଯୋଡିବାର ମନ୍ତ୍ର ଏହି ବହିରେ ଅଛି ।  ଅମିତ ଶାହାଙ୍କ ରାଜନୀତିକ ଯାତ୍ରା ଉଲ୍ଲେଖ ରହିଛି ଏହି ବହିରେ। ବିଜେପି ଏବେ ରାଜ୍ୟର ଦୁଇ ନମ୍ବର ଦଳ । ଅନେକ ସମାଲୋଚକ କହୁଛନ୍ତି କେବେ ଏକ ନମ୍ବର ଦଳ ହେବ । ଏକ ନମ୍ବର ହେବା ନେଇ ଦଳ ପ୍ରକ୍ରିୟା ଜାରି ରଖିଛି ।



ଅମିତ ଶାହା ବଳିଷ୍ଠ ରାଜନୈତିକ ବ୍ୟକ୍ତିତ୍ଵ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବରେ ଥିବା ସମୟରେ ଓଡ଼ିଶାରେ ସଂଗଠନ ବୃଦ୍ଧି ହୋଇଥିଲା। ବିଜେପି ୩ ରୁ ୨ ନମ୍ବର ଦଳ ହୋଇଥିଲା। ୮ ସାଂସଦଙ୍କ ସହ ବିରୋଧୀଦଳ ଦାଇତ୍ୱ ବି ମିଳିଥିଲା। ତାଙ୍କର ରଣନୀତି ସମ୍ବନ୍ଧରେ ସମସ୍ତ ତଥ୍ୟ ବହିରେ ଉଲ୍ଲେଖ ଅଛି । ଅମିତ ଶାହାଙ୍କ ସ୍ପଷ୍ଟତା ,ଦୃଢ଼ ନିଷ୍ପତି ରାଜନୈତିକ ଇଚ୍ଛା ଶକ୍ତି କାରଣରୁ ଦେଶର ଅନ୍ତରୀଣ ସୁରକ୍ଷା ନୂଆ ଦିଗକୁ ଯାଉଛି । ସବୁ ବିଷୟ କିପରି ଓଡ଼ିଶାରେ ଚର୍ଚ୍ଚା ହେବ, ଓଡ଼ିଆ ସମାଜ ଜାଣିବ,ବିଜେପି କାର୍ଯ୍ୟକର୍ତ୍ତା କିପରି ଅଧ୍ୟୟନ କରିବେ, ଓଡ଼ିଆ ଭାଷା, ଓଡ଼ିଶା ଇତିହାସ ଗୌରବ ସମ୍ପର୍କରେ କିପରି ଜାଣିବେ ସେଥିପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୧ ନମ୍ବର ହେବା ପାଇ ଅଧିକ ପରିଶ୍ରମ କରିବାକୁ ପଡିବ, ସଙ୍ଗଠନ ଅଧିକ ମଜଭୁତ କରିବାକୁ ପଡ଼ିବ । ଯେମିତି ୩ ରୁ ୨ ନମ୍ବର ହେଲୁ ସେମିତି ଏକ ନମ୍ବର ହେବୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Published by:Soubhagya Mishra
First published: