News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀର ଚଳିତ ବର୍ଷ ବୃଦ୍ଧି ପାଇଛି ପଞ୍ଜିକୃତ ହୋଇଥିବା ଅପରାଧ ମାମଲା । କମିଶନ୍ରେଟ ପୋଲିସର ପ୍ରକାଶ ପାଇଥିବା ବାର୍ଷିକ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଭୁବନେଶ୍ୱରରେ ନଭେମ୍ବର ୩୦ ସୁଦ୍ଧା ୮,୪୭୩ ମାମଲାରେ ପହଞ୍ଚିଛି । ଏହି ମାମଲାରୁ ୫,୩୯୮ଟି ମାମଲାର ତଦନ୍ତ ଶେଷ ହୋଇଥିବା ବେଳେ ୩୭୫ଟି ମାମଲା ତଦନ୍ତ ନ ହୋଇ ପଡ଼ିରହିଛି।
୨୦୧୯ରେ ରାଜଧାନୀରେ ୮,୨୨୯ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା କମି ୭,୦୬୭୪ରେ ସୀମିତ ରହିଥିଲା । କିନ୍ତୁ ୨୦୨୧ ନଭେମ୍ବର ୩୦ ସୁଦ୍ଧା ତାହା ୮,୪୭୩ ମାମଲାରେ ପହଞ୍ଚିଛି । ଚଳିତ ବର୍ଷ ରାଜଧାନୀରେ ୩୨ଟି ହତ୍ୟା ମାମଲା ହୋଇଥିବା ବେଳେ ୯ଟି ମାମଲାର ତଦନ୍ତ ଶେଷ ହୋଇଛି ।
ଆହୁରି ୨୩ଟି ମାମଲାର ତଦନ୍ତ ପକ୍ରିୟା ଶେଷ ହୋଇନି । ସେହିପରି ଜଟଣୀ ଥାନାରେ ସର୍ବାଧିକ ୪ଟି ହତ୍ୟା ମାମଲା ହୋଇଥିବା ବେଳେ ଇନ୍ଫୋସିଟି, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ଵର ଭରତପୁର ଥାନାରେ ୩ ଲେଖାଏଁ ହତ୍ୟା ମାମଲା ରୁଜୁ ହୋଇଛି। ସେହିଭଳି ଚନ୍ଦକା , ସହିଦନଗର, ବାଲିପାଟଣା, ତମାଣ୍ଡୋ, ଏୟାରଫିଲ୍ଡ ଥାନାରେ ୨ଟି ଲେଖାଏଁ ମାମଲା ହୋଇଛି । କ୍ୟାପିଟାଲ, ଖାରବେଳନଗର, ଧଉଳି, ଖଣ୍ଡଗିରି, ଲକ୍ଷ୍ମୀସାଗର, ନୂଆପଲ୍ଲୀରେ ଗୋଟିଏ ଲେଖାଏଁ ହତ୍ୟା ମାମଲା ହୋଇଛି।
ସେହିଭଳି ରାଜଧାନୀରେ ୯ଟି ଡକାୟତି ମାମଲା ହୋଇଥିବା ବେଳେ ୪ଟିର ତଦନ୍ତ ଶେଷ ହୋଇଛି । ଜଟଣୀ ଥାନାରେ ୪ଟି ଡକାୟତି ମାମଲା ହୋଇଥିବା ବେଳେ ଚନ୍ଦକା, ନୂଆପଲ୍ଲୀ, ଭରତପୁର, ଏୟାରପୋର୍ଟ ଓ ଖାରବେଳନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ହୋଇଛି ।
ଚଳିତ ବର୍ଷ ରାଜଧାନୀରେ ୫୪୭ଟି ଚୋରି ମାମଲା ହୋଇଥିବା ବେଳେ ୩୯୩ଟି ମାମଲାର ତଦନ୍ତ ଶେଷ ହୋଇଛି । ନୂଆପଲ୍ଲୀରେ ସର୍ବାଧୂକ ୬୮ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ୪୬ଟି ତଦନ୍ତ ଶେଷ ହୋଇଛି । ଜଟଣୀ ଥାନାରେ ୪୯ଟି ଚୋରି ମାମଲା ହୋଇଥିବା ବେଳେ ୨୫ଟିର ତଦନ୍ତ ଶେଷ ହୋଇଛି । ସେହିପରି କ୍ୟାପିଟାଲ ୩୦, ଖାରବେଳନଗର ୩୬, ଭରତପୁର ୩୮, ଖଣ୍ଡଗିରି ୫୫ଟି ଚୋରି ମାମଲା ହୋଇଛି । ସେହିପରି ୨୨ଟି ଥାନାରେ ୪୨୬ଟି ସିନ୍ଧିଚୋରି ଜନିତ ମାମଲା ହୋଇଥିବା ବେଳେ ୨୮୩ଟି ମାମଲାର ତଦନ୍ତ ଶେଷ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସର୍ବାଧିକ ୫୧ଟି ସିନ୍ଧିଚୋରି ମାମଲା ହୋଇଛି।
ଚଳିତ ବର୍ଷ ଭୁବନେଶ୍ୱର ର ବିଭିନ୍ନ ଥାନା ରେ ୧୮୮୦ଟି ଲୁଟ ମାମଲା ରୁଜୁ ହୋଇଥିବା ବେଳେ ୧୩୫୫ଟି ଲୁଟ ମାମଲାର ତଦନ୍ତ ଶେଷ ହୋଇଛି । କ୍ୟାପିଟାଲ ଥାନା ଅଞ୍ଚଳରେ ସର୍ବାଧିକ ଲୁଟ୍ ହୋଇଛି । କ୍ୟାପିଟାଲ ଥାନାରେ ୩୦୩ଟି ମାମଲା ଲୁଟ ମାମଲା ହୋଇଥିବା ବେଳେ ୨୦୨ଟି ମାମଲା ତଦନ୍ତ ଶେଷ ହୋଇଛି । ନୂଆପଲ୍ଲୀ ଥାନା ଅଞ୍ଚଳରେ ୧୯୭ , ସହିଦନଗର ୧୩୦ , ବଡଗଡ଼ ୧୧୫ , ଭରତପୁର ୧୦୪ , ଜଟଣୀ ୧୩୫ , ଖାରବେଳନଗର ୧୦୫ ମାମଲା ହୋଇଛି ।
ସେହିପରି ଚଳିତବର୍ଷ ୭୯୧ଟି ଠକେଇ ମାମଲା ହୋଇଥିବା ବେଳେ ୨୫୪ ମାମଲାର ତଦନ୍ତ ଶେଷ ହୋଇଛି । ସର୍ବାଧିକ ଖଣ୍ଡଗିରି ଥାନାରେ ୭୯ ଠକେଇ ମାମଲା ହୋଇଛି । ରାଜଧାନୀରେ ଚଳିତ ବର୍ଷ ୭୩ଟି ଦଙ୍ଗା ଭଳି ଭଙ୍ଗାରୁଜା ହୋଇଥିବା ବେଳେ ଏଥିରୁ ୩୦ଟି ମାମଲାର ତଦନ୍ତ ଶେଷ ହୋଇଛି । ୨୨ଟି ଥାନାରେ ୧୦୮ ବଳାତ୍କାର ମାମଲା ହୋଇଥବା ବେଳେ ୭୭ଟିର ତଦନ୍ତ ଶେଷ ହୋଇଛି । ୫୩୨ ଦୁର୍ଘଟଣା ମାମଲା ହୋଇଥିବା ବେଳେ ୪୪୦ ମାମଲାର ତଦନ୍ତ ଶେଷ ହୋଇଛି ।
ସେହିଭଳି ରାଜଧାନୀରେ ୯ଟି ଡକାୟତି ମାମଲା ହୋଇଥିବା ବେଳେ ୪ଟିର ତଦନ୍ତ ଶେଷ ହୋଇଛି । ଜଟଣୀ ଥାନାରେ ୪ଟି ଡକାୟତି ମାମଲା ହୋଇଥିବା ବେଳେ ଚନ୍ଦକା, ନୂଆପଲ୍ଲୀ , ଭରତପୁର , ଏୟାରପୋର୍ଟ ଓ ଖାରବେଳନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ହୋଇଛି ।
ଚଳିତବର୍ଷ ରାଜଧାନୀରେ ୫୪୭ଟି ଚୋରି ମାମଲା ହୋଇଥିବା ବେଳେ ୩୯୩ଟି ମାମଲାର ତଦନ୍ତ ଶେଷ ହୋଇଛି । ନୂଆପଲ୍ଲୀରେ ସର୍ବାଧୂକ ୬୮ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ୪୬ଟି ତଦନ୍ତ ଶେଷ ହୋଇଛି । ଜଟଣୀ ଥାନାରେ ୪୯ଟି ଚୋରି ମାମଲା ହୋଇଥିବା ବେଳେ ୨୫ଟିର ତଦନ୍ତ ଶେଷ ହୋଇଛି । ସେହିପରି କ୍ୟାପିଟାଲ ୩୦, ଖାରବେଳନଗର ୩୬ , ଭରତପୁର ୩୮, ଖଣ୍ଡଗିରି ୫୫ଟି ଚୋରି ମାମଲା ହୋଇଛି । ସେହିପରି ୨୨ଟି ଥାନାରେ ୪୨୬ଟି ସିନ୍ଧିଚୋରି ଜନିତ ମାମଲା ହୋଇଥିବା ବେଳେ ୨୮୩ଟି ମାମଲାର ତଦନ୍ତ ଶେଷ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସର୍ବାଧୂକ ୫୧ଟି ସିନ୍ଧିଚୋରି ମାମଲା ହୋଇଛି ।
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚୋରି, ଠକେଇ ଓ ସଡ଼କ ଜନିତ ଦୁର୍ଘଟଣା ଘଟିଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଭିନ୍ନ ପ୍ରକାରର ଚୋରୀରେ ସମ୍ପୃକ୍ତ ଥିବା ଅପରାଧୀ ମାନଙ୍କୁ ପି.ଓ.ପି.ଡି , ଟିମ୍ -୬୦ ତଥା ଥାନାର ଅଫିସର୍ ଓ ଅନ୍ୟ କର୍ମଚାରୀଙ୍କ ମିଳିତ ପ୍ରୟାସ କ୍ରମେ ସେମାନଙ୍କୁ ଧରିବା ସହ ସେମାନଙ୍କ ଠାରୁ ମୋବାଇଲ , ଗାଡ଼ି ଓ ଅନ୍ୟାନ୍ୟ ଚୋରୀ ଯାଇଥିବା ସାମଗ୍ରୀ ଜବତ କରାଯାଇ କିଛି ଅଭିଯୋଗକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି । ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ନୂଆ ପ୍ରଣିତ ଆଇନ୍ ଅନୁସାରେ ନିୟମ ଉଲଙ୍ଘନକାରୀ ମାନଙ୍କଠାରୁ ଜୋରିମାନା ଆଦାୟ କରାଯିବା ସହ ଉଚିତ ଦଣ୍ଡ ବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ବକେୟା ମୋକଦ୍ଦମାଗୁଡିକର ତଦନ୍ତ ତ୍ବରାନ୍ବିତ କରି ତୁରନ୍ତ ଶେଷ କରି କୋର୍ଟରେ ଦାଖଲ କରିବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।