ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ପରିବାରରେ କମୁଛି ଝିଅଙ୍କ ସଂଖ୍ୟା

ବଢୁଛି ଜନସଂଖ୍ୟା । ହେଲେ ଶ୍ରୀମନ୍ଦିରରେ କମୁଛି ସେବାୟତଙ୍କ ସଂଖ୍ୟା। ଆଉ ସେଥିରେ ଝିଅଙ୍କ ସଂଖ୍ୟା କମୁଥିବାରୁ ଅନେକ ସେବାୟତ ପୁଅଙ୍କ ବିବାହ ପାଇଁ ଝିଅ ମିଳୁନଥିବାରୁ ବଡ଼ ସମସ୍ୟା ସୃଷ୍ଟି ହେଉଛି ।

ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ପରିବାରରେ କମୁଛି ଝିଅଙ୍କ ସଂଖ୍ୟା

ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ପରିବାରରେ କମୁଛି ଝିଅଙ୍କ ସଂଖ୍ୟା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ପରିବାରରେ କମିବାରେ ଲାଗିଛି ଝିଅଙ୍କ (Girl) ସଂଖ୍ୟା । ତେବେ ୧୦୦୩ ଜଣଙ୍କ ମଧ୍ୟରୁ ୫୮୬ ଜଣ ପୁରୁଷରେ ମହିଳାଙ୍କ ସଂଖ୍ୟା ରହିଛି ୪୨୦ ଜଣ । ଶ୍ରୀମନ୍ଦିର ସେବାୟତ ପରିବାରରେ ପୁଅ ଅନୁପାତରେ ଝିଅ ସଂଖ୍ୟା ଏବେ ହ୍ରାସ ପାଇଛି  । ଫଳରେ ପୁଅମାନଙ୍କ ବିବାହକୁ ନେଇ ସମସ୍ୟାରେ ପଡୁଛନ୍ତି ପରିବାର ଲୋକେ । ଏହି ଅନୁପାତକୁ କିଭଳି ସମାନ କରାଯିବ  । ତାହାକୁ ନେଇ ଏବେ ସେବାୟତଙ୍କ ମଧ୍ୟରେ ବଢିଛି ଚିନ୍ତା ।

ତେବେ ଏଭଳି ସମସ୍ୟା ଯୋଗୁଁ ଅନେକ ସେବାୟତ ଯୁବକ ଝିଅଙ୍କ ଅଭାବରୁ ଅବିବାହିତ ରହୁଥିବା ବେଳେ କେବଳ ନିଜ କୂଳରେ ବିବାହର ପରମ୍ପରା ଥିବାରୁ ବାହାରେ ବିବାହ କରିପାରୁନାହାନ୍ତି ସେବାୟତ । ସେପଟେ ସେବାୟତଙ୍କ ପିଲାଙ୍କ ପାଠପଢା ଓ ସେବାୟତ କଲ୍ୟାଣ ଆଦି ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସେବାୟତ ଝିଅଙ୍କ ଉଚ୍ଚଶିକ୍ଷା ପାଈଁ ବି ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

ସୁଆର ସେବାୟତ ଗୋପୀନାଥ ମହାପାତ୍ରଙ୍କର ଝିଅ ଏବେ ଜଣେ ଡାକ୍ତର । ମାତ୍ର ନିଜ ସେବାୟତ କୂଳ ବଞ୍ଚିବା ପାଇଁ ସେ ଝିଅକୁ ନିଜ ସମାଜରେ ଉଚ୍ଚ ଶିକ୍ଷିତ ଯୁବ ସେବାୟତକୁ ବିବାହ କରିବାକୁ ମନସ୍ଥ କରିଛନ୍ତି । ଝିଅ ଡାକ୍ତର ହେଇଥିବାରୁ ତାକୁ ଆମ ସମାଜରେ ସେହିଭଳି ଚାକିରିଆ ଖୋଜିବା ବହୁ କଷ୍ଟକର । କିନ୍ତୁ ଜଗନ୍ନାଥଙ୍କ ସେବା ପୂଜା ଆମର ପ୍ରଥମ ଦାୟିତ୍ୱ ।ଆଉ ବାକି ସବୁ ମହାପ୍ରଭୁଙ୍କ ପାଇଁ ତୁଚ୍ଛ । ଖାଲି ସିଏ ନୁହେଁ ଏବେ ଅନେକ ସେବାୟତଙ୍କ ଝିଅମାନେ ବିଦେଶରେ ଓ ରାଜ୍ୟ ବାହାରେ ବଡ଼ ବଡ଼ ଚାକିରି କରିଛନ୍ତି । ତେଣୁ ସେମାନଙ୍କୁ ଶ୍ରୀମନ୍ଦିର ପରମ୍ପରା ପାଇଁ ଆମେ ନିଜ ସମାଜରେ ବିବାହ ପାଇଁ ମନେଇବା ଆମ ପାଇଁ ଏକାନ୍ତ କାମ୍ୟ ବୋଲି ସେବାୟତ କହିଛନ୍ତି । ସେପଟେ ସେବାୟତ ନିଯୋଗ ପକ୍ଷରୁ ଏହାର ସମାଧାନ ଖୋଜୁଥିବା ବେଳେ ଗରାବଡୁ ନିଯୋଗ ପକ୍ଷରୁ ପୂର୍ବରୁ ଆରମ୍ଭ ହୋଇଥିଲା  ଅଭିନବ ପ୍ରୟାସ। ଗରାବଡୁ ସମ୍ପ୍ରଦାୟର ଝିଅ ଜନ୍ମ ହେଲେ ତାର ପ୍ରଥମ ଜନ୍ମ ଦିନରେ ସମ୍ପୃକ୍ତ ସପରିବାରକୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବା ଲାଗି ନିଷ୍ପତି ହୋଇଛି  । ଶ୍ରୀମନ୍ଦିର ସେବାୟତଙ୍କ ପରିବାର ଚଳଣି ନିଆରା ଓ ସ୍ୱତନ୍ତ୍ର  । ସେମାନଙ୍କର ରିତିନୀତି ଓ ବେଶଭୁଷା ସ୍ୱତନ୍ତ୍ର  । ସେବାୟତ ପରିବାରର ପୁଅ ଯଦି ଅନ୍ୟ କୌଣସି କୁଳରେ ବିବାହ କରନ୍ତି  । ତେବେ ସେ ତାଙ୍କର ପର ପିଢ଼ି ମହାପ୍ରଭୁଙ୍କ ସେବା କରିପାରିବେ ନାହିଁ ବୋଲି ବିଧି ରହିଛି । ତେଣୁ ସେବାୟତ ପରିବାରର ପୁଅ ଓ ଝିଅମାନେ ସେହି କୁଳରେ ହିଁ ବିବାହ କରିଥାନ୍ତି । ସେହି ତୁଳନାରେ ସେବାୟତ ପରିବାରର ପୁଅ ତୁଳନାରେ ଝିଅ ସଂଖ୍ୟା ବହୁତ କମ ଥିବା ଜଣାପଡିଛି  ।

ସେପଟେ ପୂଜାପଣ୍ଡା ନିଯୋଗ ବି ସେମାନଙ୍କ କୂଳରେ ଝିଅ ଜନ୍ମ ହେଲେ ଆର୍ଥିକ ପ୍ରୋତ୍ସହନ ରାଶି ଦେବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ପୂଜାପଣ୍ଡା , ତଳୁଛ , ପୁଷ୍ପାଳକ, ସିଂହାରି, ଗରାବଡୁ, ପତ୍ରିବଡୁ , ପ୍ରତିହାରୀ, ସୁଆରବଡୁଙ୍କ ସହ ଭିତର ସେବାୟତ ନିଯୋଗ ଆଦି ସେବାୟତଙ୍କ ପରିବାରରେ କେବଳ ସେମାନଙ୍କର ଶ୍ରୀ ମନ୍ଦିର ସେବାୟତଙ୍କ ମଧ୍ୟରେ ବିବାହ ଛଡ଼ା ବାହାରେ ବିବାହ କରିପାରିବେ ନାହିଁ । ପୁଣି ଝିଅଙ୍କ ସଂଖ୍ୟା କମ ଥିବାରୁ ଏବେବି ଅନେକ ସେବାୟତ ଯୁବକ ଅବିବାହିତ ରହିଛନ୍ତି । ଯାହା ସେବାୟତ କୁଳ ପାଇଁ ବଡ଼ ସମସ୍ୟା  ବୋଲି କହିଛନ୍ତି ବରିଷ୍ଠ ସେବାୟତ ।

୨୦୦୫  ଗଣନା ଅନୁଯାୟୀ ସେବାୟତ ପରିବାରର ସଂଖ୍ୟା ୧୩୨୧ ରହିଥିବା ବେଳେ , ୨୦୧୩ରେ ୧୪୬୨କୁ ବୃଦ୍ଧି ପାଇଥିଲା  । କିନ୍ତୁ ୨୦୦୫ରେ ସେବାୟତ ଲୋକସଂଖ୍ୟା ୮୩୩୮ ରହିଥିବା ବେଳେ ୨୦୧୩ରେ ଏହିସଂଖ୍ୟା ୮୧୧୦କୁ ହ୍ରାସ ପାଇଥିଲା  । ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ୧ହଜାର ପୁରୁଷରେ ମହିଳା ସଂଖ୍ୟା ୯୭୯ ରହିଥିଲା । କିନ୍ତୁ ୨୦୧୩ ସର୍ଭେ ରିପୋର୍ଟ ଅନୁଯାୟୀ ସେବାୟତ କୁଳରେ ୧ହଜାର ପୁରୁଷରେ ୮୭୩ଜଣ ମହିଳା ଥିବା ଜଣାପଡିଛି  । ୨୦୦୫ ଓ ୧୩ର ସର୍ଭେ ରିପୋର୍ଟକୁ ତୁଳନା କଲେ ରାଜଗୁରୁ , ପୁଷ୍ପାଳକ , ଖୁଣ୍ଟିଆ , ପ୍ରତିହାରୀ , ଦଇତାପତି , ରୋଷକୋଠ ଭୋଗ ପାଣିଆ , ପାଣିଆ ଆପଟ୍ଟ , ଦତ୍ତ ମହାପାତ୍ର ଆଦି ସେବାୟତ କୁଳରେ ଝିଅ ସଂଖ୍ୟା ହ୍ରାସ ପାଇଛି  । ଏହାକୁ ଦୃଷ୍ଟିରେ ରଖି ବେଟି ବଚାଅ ଯୋଜନାକୁ ଆପଣେଇଛି ଗରାବଡୁ ନିଯୋଗ । ତେବେ ୨୦୧୭ର ସର୍ଭେ ରିପୋର୍ଟ ଆଧାରରେ ୮୩୮୫ ଜଣ ସେବାୟତ ରହିଥିବା ବେଳେ ୨୦୧୯ରେ ୮୬୮୦ ରହିଥିଲା । ସେଥିରେ ୪୫୧୨ ପୁରୁଷ ଓ ୪୧୬୮ ମହିଳା ରହିଥିଲେ । ୨୦୨୧ରେ  ପୁରୁଷ ତୁଳନାରେ ମହିଳା ଅନୁପାତ ୧୦୦୦ରେ ୯୨୪ ଜଣ ରହିଛି। ଏବେର ସର୍ଭେ ଅନୁସାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମୁଥିବାରୁ ତାହା ଏବେ ସେବାୟତଙ୍କ ପାଇଁ ଚିନ୍ତା ବଢ଼ାଇଛି ବୋଲି କହିଛନ୍ତି ନିଯୋଗର ସଭାପତି । ସେପଟେ ସେବାୟତଙ୍କ ପିଲାଙ୍କ ପାଠପଢା ଓ ସେବାୟତ କଲ୍ୟାଣ ଆଦି ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସେବାୟତ ଝିଅଙ୍କ ଉଚ୍ଚଶିକ୍ଷା ପାଇଁ ବି ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା।

ଅଧିକ ଖବର ପଢ଼ନ୍ତୁ - http://ଆମେ ଆଇଟମ କରିଲେ ବ୍ୟାନ୍ କରୁଛନ୍ତି! ଦିଶା ପଟାନି କେଉଁ ଡ୍ୟାନ୍ସ କଲେ? ଲୋକେ ଚାହୁଁଛନ୍ତି ବୋଲି ଆମେ ନାଚୁଛୁ
Published by:Soubhagya Mishra
First published: