ବଦଳିବ ତରିକା; ପାଦ ଚିହ୍ନ ନୁହେଁ ବରଂ ମଳ ଜରିଆରେ ହେବ ହାତୀ ଗଣନା

ମଳ କହିବ ହାତୀ ସଂଖ୍ୟା। ନୂଆ ତରିକାରେ ହେବ ହାତୀ ଗଣନା ପାଦ ଚିହ୍ନ ନୁହେଁ ବରଂ ମଳ ଜରିଆରେ ହେବ ।

ପାଦ ଚିହ୍ନ ନୁହେଁ ମଳରୁ ଜଣାପଡ଼ିବ ହାତୀ ସଂଖ୍ୟା (ପ୍ରତୀକାତ୍ମକ ଛବି)

ପାଦ ଚିହ୍ନ ନୁହେଁ ମଳରୁ ଜଣାପଡ଼ିବ ହାତୀ ସଂଖ୍ୟା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମଳ କହିବ ହାତୀ ସଂଖ୍ୟା। ନୂଆ ତରିକାରେ ହେବ ହାତୀ ଗଣନା । ଟେକ୍ନୋଲୋଜି ବଦଳିବ। ପାଦ ଚିହ୍ନ ନୁହେଁ ବରଂ ମଳ ଜରିଆରେ ହେବ ହାତୀ ଗଣନାହାତୀ ଗଣନାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଏଥର ପ୍ରଥମ ରାଜ୍ୟ ନୁହଁ କେନ୍ଦ୍ର ସରକାର ହାତୀ ଗଣନା କରିବେ ବୋଲି ସୂଚନା ମଳିଛି ।

କୁହାଯାଉଛି ରାଜ୍ୟରେ ହାତୀଙ୍କ ସଂଖ୍ୟା ୧୯୦୦- ୨୦୦୦ ହାତୀ। କିନ୍ତୁ ଗତ ୩ ବର୍ଷରେ ଯେଉଁ ଆଧାରରେ ୨୪୫ ହାତୀଙ୍କ ମୃତ୍ୟୁ ହୋଇଛି। ତାହା ସୂଚାଉଛି କି ହାତୀ ବଂଶ ବୃଦ୍ଧିରେ ବଡ ଗ୍ୟାପ ସୃଷ୍ଟି କରିବ।

ଏଥିପାଇଁ ସାତକୋଶିଆ ବନଖଣ୍ଡର କିଛି ହାତୀଙ୍କ ମଳ ନମୂନା ସଂଗ୍ରହ କରି ଜାତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ପଠାଯାଇଥିବା ଜଣାପଡିଛି। ଏହାରି ଭିତରେ ହାତୀ ମଳ ପରୀକ୍ଷଣ ପାଇଁ ଓୟୁଏଟିରେ ଥିବା ବନ୍ୟପ୍ରଣୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ବତନ୍ତ୍ର ଲ୍ୟାବ ପ୍ରସ୍ତୁତ ହେଉଛି। ଏହି ଲ୍ୟାବରେ ମଳ ପରୀକ୍ଷଣ ପରେ ଡାଟାବେସ ତିଆରି କରି ସ୍ବତନ୍ତ୍ର ଭାବେ ହାତୀଙ୍କ ତଥ୍ୟ ରଖାଯିବ। ବଡ କଥା ହେଉଛି ମଳରୁ ଡିଏନଏ ପ୍ରୋଫାଇଲ , ହାତୀକୁ କେଉଁ ରୋଗ ହୋଇଛି, ହାତୀ କେତେ ମାନସିକ ଚାପରେ ଅଛି ତାହା ଜଣାପଡିବ ବୋଲି ଓୟୁଏଟି ପକ୍ଷରୁ କୁହାଯାଇଛି। ହେଲେ ସାତକୋଶିଆ ଡିଏଫଓ ଏହି ଖବରକୁ ଖଣ୍ଡନ କରିଛନ୍ତି।

ସେପଟେ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ନନ୍ଦନ କାନନର ପୂର୍ବତନ ଡିଏଫଓ କହିଛନ୍ତି,"ବାଘ ମଳରୁ ହିଁ ବାଘ ଗଣନା ହେଉଥିଲା। ଏହି ମଳରୁ DNA ପ୍ରୋଫାଇଲ କରି ବାଘ ସଂଖ୍ୟା କେତେ ଜଣା ପଡୁଥିଲା। ଏବେ ହାତୀ ଗଣାଯିବ। ଏହା ଏକ ବୈଜ୍ଞାନିକ ପଦ୍ଧତି। ଏଥିରେ ବିଶେଷ ତ୍ରୁଟି ହେବ ନାହିଁ"।

ହେଲେ ପରିବେଶବିତ୍ କହିଛନ୍ତି,"ପୂର୍ବରୁ ହାତୀ ଗଣନା ଖରାଦିନେ ହାତୀ ପାଣି ପିଇବା ପାଇଁ ଆସିବା ଓ ପଦ ଚିହ୍ନରୁ ହାତୀ ଗଣନା ହେଉଥିଲା। ଏବେ ନୂଆ ଟେକ୍ନୋଲୋଜି ଆସିଛି। ଯଦି ବନ ବିଭାଗର କର୍ମଚାରୀ ନିଜ କାମରେ ବା ମଳ ସଂଗହରେ ସ୍ଵଚ୍ଛତା ନ ରଖିବେ ତେବେ ଗଣନା ବିଗିଡି ଯିବ। ସେପଟେ ହାତୀ କଙ୍କାଳ ପରୀକ୍ଷଣ ପାଇଁ ଆମେରିକାରୁ ଓୟୁଏଟିକୁ ଆସିଛି କିଟ ।ଏହି କିଟ ସାହାଯ୍ୟରେ କରାଯିବ ହାତୀ କଙ୍କାଳର ଡିଏନଏ ଏକ୍ସଟ୍ରାକ୍ସନ। ଏହା ସହ ଜବତ କଙ୍କାଳରୁ ହାତୀ ଦନ୍ତା କି ମାଇ ତାହା ମଧ୍ୟ ନିରୂପଣ ହୋଇପାରିବ।ନଷ୍ଟ ହୋଇଥିବା କଙ୍କାଳରୁ ଲିଙ୍ଗ ନିରୂପଣ ପ୍ରକ୍ରିୟା ପ୍ରଥମଥର ପାଇଁ ଓୟୁଏଟିରେ ଆରମ୍ଭ ହୋଇଚି। କଙ୍କାଳରେ ରକ୍ତ, ଚର୍ମ ଲାଗି ନ ଥିବାରୁ ମୃତ୍ୟୁର କାରଣ, ବୟସ, ଲିଙ୍ଗ ନିରୂପଣ କରିବାରେ କଷ୍ଟ ହେଉଛି। ବର୍ତ୍ତମାନ ଓୟୁଏଟି ରେ ଆଠଗଡ଼, ସାତକୋଶିଆ ଓ ସମ୍ବଲପୁର ଫରେଷ୍ଟ ଡିଭିଜନର ୭ଟି ହାତୀ କଙ୍କାଳର ପରୀକ୍ଷା ଚାଲିଛି।
Published by:Sujit Swain
First published: