ଟେନସନ୍ ବଢ଼ାଉଛି ଡେଙ୍ଗୁ; ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୦୦ ଛୁଇଁବାକୁ ଯାଉଛି

୮୦୦ ଛୁଇଁବ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା। ଯାହାକୁ ନେଇ ବି.ଏମ.ସି. ଯେତିକି ଚିନ୍ତା ପ୍ରକଟ କରିନି ରାଜଧାନୀ ବାସୀଙ୍କୁ ଏ ତଥ୍ୟ ଆହୁରି ଚିନ୍ତାରେ ପକାଇଛି। ନୀଳାଦ୍ରି ବିହାରରେ ୫୪, ଶୈଳଶ୍ରୀ ବିହାରରେ ୪୭, ଲକ୍ଷ୍ମୀସାଗରରେ ୨୪, କଳ୍ପନାରେ ୨୯, ବିଜେବି ନଗରରେ ୨୦, ପଟିଆରେ ୩୫, ଶିଖରଚଣ୍ଡୀରେ ୨୨, ୟୁନିଟ ୱାନ ୨୩, ୟୁନିଟ ଛଅରେ ୨୫ ଓ ଭୁବନେଶ୍ଵର ଉପକଣ୍ଠରେ ୮୫ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ ଟେନସନ୍ ବଢ଼ାଉଛି ଡେଙ୍ଗୁ

ରାଜଧାନୀରେ ଟେନସନ୍ ବଢ଼ାଉଛି ଡେଙ୍ଗୁ

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୮୦୦ ଛୁଇଁବାକୁ ଯାଉଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୪୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ, ଯାହା ଦ୍ବାରା ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୬୧କୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଗୁରୁବାର ୩୦ ପାର ହୋଇଥିଲେ ଡେଙ୍ଗୁ ରୋଗୀ ସଂଖ୍ୟା।

ଅର୍ଥାତ୍ ୮୦୦ ଛୁଇଁବ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା। ଯାହାକୁ ନେଇ ବି.ଏମ.ସି. ଯେତିକି ଚିନ୍ତା ପ୍ରକଟ କରିନି ରାଜଧାନୀ ବାସୀଙ୍କୁ ଏ ତଥ୍ୟ ଆହୁରି ଚିନ୍ତାରେ ପକାଇଛି। ନୀଳାଦ୍ରି ବିହାରରେ ୫୪, ଶୈଳଶ୍ରୀ ବିହାରରେ ୪୭, ଲକ୍ଷ୍ମୀସାଗରରେ ୨୪, କଳ୍ପନାରେ ୨୯, ବିଜେବି ନଗରରେ ୨୦, ପଟିଆରେ ୩୫, ଶିଖରଚଣ୍ଡୀରେ ୨୨, ୟୁନିଟ ୱାନ ୨୩, ୟୁନିଟ ଛଅରେ ୨୫ ଓ ଭୁବନେଶ୍ଵର ଉପକଣ୍ଠରେ ୮୫ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଚିନ୍ତା ବଢ଼ାଇଛି ଚିନ୍ତାମଣିଶ୍ୱର, ବଡଗଡ଼ , ସିରିପୁର, ସତ୍ୟନଗର ଓ ନାଗେଶ୍ଵର ଟାଙ୍ଗୀ।

ଗୋଟିଏ ଦିନରେ ଏହି ସବୁ ଆଞ୍ଚାଲରେ ୧୦ ପାର ହୋଇଛି ଡେଙ୍ଗୁ ରୋଗୀ ସଂଖ୍ୟା। ବାକି ସବୁ ୱାର୍ଡରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ ରୁ ୧୫ ଭିତରେ ଥିଲା । ଏହି ସବୁ ଅଞ୍ଚଳରେ ଏମିତି କାୟା ବିସ୍ତାର କରିଛି ଏଡ଼ିସ ମଶା। ଏ ଭିତରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୬ ହଜାର ୫୦୮ ପରିବାରର ୨୭ ହଜାର ୨୧୭ ଲୋକଙ୍କୁ ସଚେତନ କରାଯାଇଛି। ୧୯ ହଜାର ୬୫ଟି ସମ୍ଭାବ୍ୟ ମଶା ଉତ୍ସ ନଷ୍ଟ କରାଯାଇଥିବା ବେଳେ ୧୮ ହଜାର ୩୩୯ ଲାର୍ଭା ଚିହ୍ନଟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି।

ରାଜଧାନୀରେ ବଢିବାକୁ ଲାଗିଛି ଡେଙ୍ଗୁ ରୋଗୀ ସଂଖ୍ୟା


ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତିକୁ ଦୃଶ୍ଟିରେ ରଖି ୯ ନମ୍ୱରରେ ଥିବା ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ବେଛାସେବୀ ସଙ୍ଗଠନ ଓ ବି.ଏମ.ସି.ର ମିଳିତ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ଅରମ୍ଭ ହୋଇଛି।

ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ସଚେତନତା ରଥ ଗଡ଼ିବା ସହ ଧୂଆଁ ଦେବା ମେସିନ ସାହାଯ୍ୟରେ ଧୂଆଁ ଛଡ଼ାଯାଇ ବିଭିନ୍ନ ଅଞ୍ଚଳରେ ସଚେତନ କରାଯାଇଛି। ଯେପରି ରାଜଧାନୀ ବାସୀ ସୁରକ୍ଷିତ ରହିବେ ସେ ନେଇ ଆଶା, ଅଙ୍ଗନ ବାଡ଼ି ଦିଦି, ସ୍ଵଚ୍ଛ ସାଥୀ, ସମାଜସେବୀ, ୱାର୍ଡ ଅଫିସର, ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ବିଏମସି ବୈଠକ କରିଛି।

ମେସିନ ଓ ବିଭିନ୍ନ ସରଞ୍ଜାମ ମଧ୍ୟମରେ କାର୍ଯ୍ୟକ୍ରମ ଆଗକୁ ବଢ଼ାଉଛନ୍ତି ସେଚ୍ଛାସେବି ସଙ୍ଗଠନ। ସେଥିପାଇଁ ଲୋକ ମାନେ ସଚେତନ ହୁଅନ୍ତୁ ଓ ବିଭିନ୍ନ ଜାଗାରେ ଯେପରି ପାଣି ନ ଜମୁ ସେଥିପାଇଁ ଯତ୍ନବାନ ହୁଅନ୍ତୁ ବୋଲି ସଚେତନତା ବାର୍ତ୍ତରେ କୁହାଯାଉଛି। ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ବି.ଏମ.ସି.ର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୮୦୦ ଛୁଇଁବାକୁ ଯାଉଛି


ସେପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ,"ବର୍ତ୍ତମାନ ଡେଙ୍ଗୁ ସ୍ଥିତି ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି। ବର୍ତ୍ତମାନ ଭୁବନେଶ୍ୱର କଟକରେ ଟିକେ ଅଧିକ ରହିଛି। ଗତ ଦୁଇ ତିନି ଦିନ ତଳେ ଯେମିତି ବଢୁଥିଲା ତାହା କମିଛି। କ୍ୟାପିଟାଲ ହସ୍ପିଟାଲରେ ୬୦ ରୋଗୀ ଅଛନ୍ତି। ୧୦୦ ରୋଗୀ ରହିବାର ବ୍ୟବସ୍ଥା ଅଛି। ମାଗଣାରେ ବ୍ଲଡ଼, ପ୍ଲେଟଲେଠ ଦିଆଯାଉଛି। କାହାର ମୄତ୍ୟୁ ହୋଇନି। ଆତଙ୍କିତ ହେବାନି। ମଶାରୀ ଟାଣିବା। ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୧୧୫ ରୋଗୀଙ୍କ ସାମ୍ପୁଲ ଟେଷ୍ଟ ହୋଇଥିଲା । ୫୦ ଜଣ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି। ୱର୍ଡ଼ରେ ୫୧ ରୋଗୀ ଅଛନ୍ତି। ପ୍ଲେଟଲେଟର ଡିମାଣ୍ଡ ଅଧିକ ରହିଛି ବର୍ତ୍ତମାନ ପରିସ୍ଥିତିରେ ଅଭାବ ନାହିଁ। ଯଦି ବଢ଼ିବ ଅଧିକ ଦରକାର ପଡ଼ିବ। ଗତ କାଲି ହାଇଲେଭେଲ ବୈଠକ ହୋଇଥିଲା। ପ୍ଲେଟଲେଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଯନ୍ତ୍ରପାତି ଓ କିଟ୍ ପାଇଁ ଯାହା ଖର୍ଚ୍ଚ ହେବ ଆର୍ଥିକ ବ୍ୟୟବରାଦର ବ୍ୟବସ୍ଥା ହୋଇଛି। ପ୍ଲେଟଲେଟର ଅସୁବିଧା ହେଵନି ବୋଲି ଭାବୁଛି।"

ରାଜ୍ୟକୁ ଯଦିଓ ଡେଙ୍ଗୁ ଡରାଇ ପାରିନି କିନ୍ତୁ କଟକ ଓ ଭୁବନେଶ୍ୱରରେ ଏଡିସ ମଶା ଆତଙ୍କ ସୃଷ୍ଟି କରିଛି। ବିଶେଷକରି ରାଜଧାନୀକୁ ଡେଙ୍ଗୁ କବଳିତ କରିଛି। ଯଦି ଏବେଠାରୁ ପ୍ରତିକାର ବ୍ୟବସ୍ଥା କରାନଯାଏ ତେବେ ଆଗକୁ ପରିସ୍ଥିତି ବିଗିଡ଼ିପାରେ ।
Published by:Lipina Das
First published: