୪ ଦିନ କମିବା ପରେ ପୁଣି ରାଜଧାନୀରେ ବଢ଼ିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ପ୍ରତି ଦିନ ୬୦ରୁ ୬୪ ରୋଗୀ ଚିହ୍ନଟ ହେଉଥିବା ବେଳେ ୪ ଦିନ ହେବ ତାହା କମି କମି ୩୦ରୁ ୩୫ ମଧ୍ୟରେ ସୀମିତ ରହିଥିଲା। ହେଲେ ରବିବାର ତାହା ବଢ଼ି ୪୬ରେ ପହଞ୍ଚି ଥିବାରୁ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୯୦୦ ପାର ହୋଇଛି।

ଭୁବନେଶ୍ବରରେ ୯୦୦ରେ ପହଞ୍ଚିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବରରେ ୯୦୦ରେ ପହଞ୍ଚିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

  • Share this:
News18 Odia Digital

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ କରାଯାଇପାରୁ ନାହିଁ। ବି.ଏମ.ସି.ର ସବୁ ଚେଷ୍ଟା ଓ ପ୍ରଚେଷ୍ଟା ସତ୍ତ୍ୱେ ଡେଙ୍ଗୁ କମିବ କଣ ବଢ଼ିବାରେ ଲାଗିଛି। ବି.ଏମ.ସି.ର ତଥ୍ୟ କହୁଛି ଯେ ଗତ ୪ ଦିନ ହେବ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମିଥିଲା। ପ୍ରତି ଦିନ ୬୦ରୁ ୬୪ ରୋଗୀ ଚିହ୍ନଟ ହେଉଥିବା ବେଳେ ୪ ଦିନ ହେବ ତାହା କମି କମି ୩୦ରୁ ୩୫ ମଧ୍ୟରେ ସୀମିତ ରହିଥିଲା। ହେଲେ ରବିବାର ତାହା ବଢ଼ି ୪୬ରେ ପହଞ୍ଚି ଥିବାରୁ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୯୦୦ ପାର ହୋଇଛି।

ଯାହା ଏବେ ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୪୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ଦ୍ବାରା ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୦୦କୁ ବୃଦ୍ଧି ପାଇଛି। ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୭,୫୮୧ଟି ଘରେ ମୋଟ ୩୧,୪୯୬ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି।

୨,୫୮୬୭ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୨,୫୭୭୧ଟି ସ୍ଥାନରେ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବି.ଏମ.ସି. ପକ୍ଷରୁ ସୂଚନା ମିଳିଛି। ଗତ କିଛି ଦିନ ହେବ ୫୦ରୁ ୬୦ଜଣ ରୋଗୀ ଚିହ୍ନଟ ହେଉଥିବାବେଳେ ତାହା କମି କମି ଏହା ୩୭କୁ ଆସିଥିଲା।

ରାଜଧାନୀ ବାସୀ ସୁରକ୍ଷିତ ରହିବେ ସେ ନେଇ ଆଶା, ଅଙ୍ଗନ୍ ବାଡ଼ି ଦିଦି ସଚେତନ ବାର୍ତ୍ତା


ଏହି ମାମଲାରେ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଥିଲେ, "ବି.ଏମ. ସି.ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉଛି। ଫଗିଂ, ବୁଷ କଟିଂ, ପରିମଳ ବ୍ୟବସ୍ଥା ସାଙ୍ଗକୁ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହ ଟେଷ୍ଟିଂ ଓ ଟ୍ରିଟମେଣ୍ଟ ପାଇଁ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।"

ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ବେଛାସେବୀ ସଙ୍ଗଠନ ଓ ବି.ଏମ.ସି.ର ମିଳିତ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ଅରମ୍ଭ ହୋଇଛି। ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ସଚେତନତା ରଥ ଗଡ଼ିବା ସହ ଧୂଆଁ ଦେବା ମେସିନ ସାହାଯ୍ୟରେ ଧୂଆଁ ଛାଡ଼ି ବିଭିନ୍ନ ଅଞ୍ଚଳରେ ସଚେତନ କରାଯାଇଛି।

ଯେପରି ରାଜଧାନୀ ବାସୀ ସୁରକ୍ଷିତ ରହିବେ ସେ ନେଇ ଆଶା, ଅଙ୍ଗନ୍ ବାଡ଼ି ଦିଦି, ସ୍ଵଚ୍ଛ ସାଥୀ, ସମାଜସେବୀ, ୱାର୍ଡ ଅଫିସର, ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ବିଏମସି ବୈଠକ କରାଯାଉଛି। ମେସିନ ଓ ବିଭିନ୍ନ ସରଞ୍ଜାମ ମଧ୍ୟମରେ କାର୍ଯ୍ୟକ୍ରମ ଆଗକୁ ବଢ଼ାଉଛନ୍ତି ସେଚ୍ଛାସେବୀ ସଙ୍ଗଠନ। ଏଥି ପାଇଁ ଲୋକେ ସଚେତନ ହୁଅନ୍ତୁ ଓ ବିଭିନ୍ନ ସ୍ଥାନରେ ଯେପରି ପାଣି ନ ଜମୁ ସେଥିପାଇଁ ଯତ୍ନବାନ ହୁଅନ୍ତୁ ବୋଲି ସଚେତନତା ବର୍ତ୍ତରେ କୁହାଯାଉଛି।

ଭୁବନେଶ୍ବରରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା


ହେଲେ ରାଜଧାନୀ ବାସୀ ଡେଙ୍ଗୁ ସଚେତକ କହିଛନ୍ତି ବି.ଏମ.ସି.ର କାର୍ଯ୍ୟକ୍ରମକୁ ନେଇ ସନ୍ତୁଷ୍ଟ ନୁହନ୍ତି। ବି.ଏମ.ସିର ସଚେତନତା କେବଳ ଘୋଷଣା ଓ ପ୍ରଚାରରେ ରହିଯାଉଛି । ରାଜ୍ୟକୁ ଯଦିଓ ଡେଙ୍ଗୁ ଡରାଇ ପାରିନି କିନ୍ତୁ ଭୁବନେଶ୍ୱରରେ ଏଡିସ ମଶା ଆତଙ୍କ ସୃଷ୍ଟି କରିଛି। ବିଶେଷକରି ରାଜଧାନୀକୁ ଡେଙ୍ଗୁ କବଳିତ କରିଛି। ଯଦି ଏବେଠାରୁ ପ୍ରତିକାର ବ୍ୟବସ୍ଥା କରାନଯାଏ ତେବେ ଆଗକୁ ପରିସ୍ଥିତି ବିଗିଡ଼ିପାରେ।
Published by:Lipina Das
First published: