କୋଭିଡ଼ କଟକଣା ଭିତରେ ପାଳନ ହେଲା ମା' ସମଲେଶ୍ବରୀଙ୍କ ପୀଠରେ ଗଣପର୍ବ 'ନୂଆଖାଇ'

‘‘ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ଠରେ ନବାନ୍ନ ଲାଗି ହୋଇଥିଲା । କୋଭିଡ଼ କଟକଣା ଅନୁଯାୟୀ ସମସ୍ତ ପୂଜକ ମାସ୍କ ପରିଧାନ କରି ସରକାରୀ ନିୟମ ମାନି ରିତିନିତି ସମ୍ପର୍ଣ୍ଣ କରିଥିଲେ''

କୋଭିଡ଼ କଟକଣା ଭିତରେ ପାଳନ ହେଲା ମା' ସମଲେଶ୍ବରୀଙ୍କ ପୀଠରେ ଗଣପର୍ବ 'ନୂଆଖାଇ'
ମା' ସମଲେଶ୍ବରୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନବାନ୍ନ ଅର୍ପଣ କରାଯାଇଥିଲେ ।
  • News18 Odia
  • Last Updated: August 24, 2020, 10:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ସମ୍ବଲପୁର: ଇଶ୍ବରଙ୍କୁ କୃତଜ୍ଞତା ଜ୍ଞାପନର ପର୍ବ ଭାବେ ନୂଆଖାଇ ପାଳନ କରଯାଏ । ନୂଆଖାଇ ଦିନ ନିଜର ଇଷ୍ଟ ଦେବତାଙ୍କ ଠାରେ ନୂତନ ଉତ୍ପାଦିତ ଶସ୍ୟ ପ୍ରଦାନ କରି ପରେ ନିଜେ ଗ୍ରହଣ କରିବା ଓ ଆଗାମୀ ଦିନ ପାଇଁ ଶୁଭ ମନାସିବା ତଥା ଇଶ୍ବରଙ୍କ ଠାରେ ସମର୍ପଣ ଭାବ ରଖିବାର ପର୍ବ ହେଉଛି ନୂଆଖାଇ । ନୂଆଖାଇ ଦିନ ମା' ସମଲେଶ୍ବରୀଙ୍କୁ ଦର୍ଶନ କଲେ ଅନ୍ନକଷ୍ଟରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା ସମଲେଶ୍ବରୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନବାନ୍ନ ଅର୍ପଣ କରାଯାଇଥିଲେ ।

ଗତକାଲି ପୂର୍ବାହ୍ନ ୯ .୩୫ ମିନିଟରୁ ୯ .୫୦ ମିନିଟ ମଧ୍ୟରେ ସମଲେଶ୍ବରୀ ମନ୍ଦିରର ପୂଜକଗଣ ନୂତନ ଶସ୍ୟରୁ ପ୍ରସ୍ତୁତ ନୈବେଦ୍ୟ ଓ ଅନ୍ୟ ପୂଜା ସାମଗ୍ରୀ ନେଇ ଦେବୀଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିବା ପରେ ପୂଜାବିଧି ଆରମ୍ଭ ହୋଇଥିଲା । ମାଁଙ୍କୁ ପ୍ରଥମେ ନୂତନ ବସ୍ତ୍ର ପରିଧାନ କରାଇବା ପରେ ନବାନ୍ନ ଅର୍ପଣ କରାଯାଇଥିଲା । ଏହା ପରେ ମନ୍ଦିରରେ ପୂଜା ପାଉଥିବା ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଥିଲା । ନବାନ୍ନ ଲାଗି ପରେ ମାଁଙ୍କ ଠାରେ ମହାଆଳତୀ କରାଯାଇଥିଲା ।

‘‘ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ଠରେ ନବାନ୍ନ ଲାଗି ହୋଇଥିଲା । କୋଭିଡ଼ କଟକଣା ଅନୁଯାୟୀ ସମସ୍ତ ପୂଜକ ମାସ୍କ ପରିଧାନ କରି ସରକାରୀ ନିୟମ ମାନି ରିତିନିତି ସମ୍ପର୍ଣ୍ଣ କରିଥିଲେ,'' କହିଛନ୍ତି ମା ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ।

ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ


ଏଥର କୋଭିଡ଼ କଟକଣା ଯୋଗୁଁ ମନ୍ଦିର ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିଥିବା ବେଳେ ମନ୍ଦିର ବାହାରୁ ମନ୍ଦିରର ଧ୍ବଜାକୁ ଦର୍ଶନ କରି କିଛି ଭକ୍ତ ଯାଉଥିବାର ଦେଖା ଯାଇଥିଲା । ଏ ବର୍ଷ ନୂଆଖାଇ କୋରୋନା ପାଇଁ ଫିକା ପଡ଼ିଥିଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେବେ କେବଳ ପରିବାର ମଧ୍ୟରେ ନୂଆ ଖାଇବା ସହ ଗୁରୁଜନ ମାନଙ୍କଠାରୁ ଆର୍ଶିବାଦ ନେଇ ପାଳନ ହୋଇଥିଲା ଜୁହାର ଭେଟ ।

‘‘ଆମେ ବର୍ଷ ସାରା ଅପେକ୍ଷା କରିଥାଉ ସବୁଠାରୁ ବଡ଼ ପର୍ବ ନୂଆଖାଇକୁ । ହେଲେ ଏ ବର୍ଷ କରୋନା ମହାମରୀ ନୂଆଖାଇକୁ ଫିକା କରିଦେଲା । କେବଳ ଘର ଭିତରେ ହିଁ ପରିବାର ଲୋକଙ୍କ ସହିତ ନୂଆଖାଇ ପାଳନ କଲୁ । ସାଙ୍ଗସାଥିଙ୍କ ସହିତ ହୋଇ ପାରିଲାନି ଭେଟ ଘାଟ ଓ ଆୟୋଜିତ ହେଲା ନାହିଁ ସାସ୍କୃତିକ କାର୍ଯ୍ୟକ୍ରମ,'' କହିଛନ୍ତି ସମ୍ବଲପୁର ବାସିନ୍ଦା କିରନ ରାୟ ।

‘‘ସରକାରଙ୍କ ନିୟମ ଅନୁଯାଇ କୋଭିଡ଼ କଟକଣା ଯୋଗୁ ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଥିବାରୁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତମାନଙ୍କର ଦର୍ଶନ ପାଇଁ ମାଙ୍କର ସମସ୍ତ ରିତିନତର ଡିଜିଟାଲ ପ୍ଲାଟଫର୍ମ ଓ ସୋସିଆଲ ମିଡିଆରେ ନୂଆଖାଇର ସିଧା ପ୍ରସାରଣ କରାଯାଇଥିଲା,'' କହିଛନ୍ତି ସମଲେଶ୍ବରୀ ଟ୍ରଷ୍ଟବୋର୍ଡର ସଭାପତି ସଞ୍ଜୟ ବାବୁ ।

କୋଭିଡ଼ କଟକଣା ଯୋଗୁ ଏହି ବର୍ଷ କେବଳ ନିଜ ପରିବାରର ବଡ଼ମାନଙ୍କୁ ଜୁହାର କରି ସାନମାନେ ଆର୍ଶିବାଦ ନେଇଥିବା ପାଳନ କରାଯାଇଥିବା ବେଳେ କୌଣସି ସ୍ଥାନରେ ମଧ୍ୟ ଭେଟ ଘାଟ କାର୍ଯ୍ୟକ୍ରମ ହୋଇ ନାହିଁ ।
Published by: Jagdish Barik
First published: August 24, 2020, 10:35 AM IST
corona virus btn
corona virus btn
Loading