ବରିଷ୍ଠ ନାଗରିକଙ୍କ ସେବାରେ କମିଶନରେଟ ପୋଲିସ; ସମସ୍ୟା ବୁଝିବା ପାଇଁ ରହିବେ ନୋଡାଲ ଅଫିସର

ବରିଷ୍ଠମାନଙ୍କ ସମସ୍ୟା ବୁଝିବେ ନୋଡ଼ାଲ ଅଫିସର। ଏନେଇ କମିଶନରେଟ ପୋଲିସ ଏକ ବୈଠକ ଡାକି ବରିଷ୍ଠ ଲୋକମାନଙ୍କ ସହ ଆଲୋଚନା କରିଛି।

ବରିଷ୍ଠ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରହିବେ ନୋଡାଲ ଅଫିସର (ପ୍ରତୀକାତ୍ମକ ଛବି)

ବରିଷ୍ଠ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରହିବେ ନୋଡାଲ ଅଫିସର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବରିଷ୍ଠମାନଙ୍କ ସମସ୍ୟା ବୁଝିବେ ନୋଡ଼ାଲ ଅଫିସର। ଏନେଇ କମିଶନରେଟ ପୋଲିସ ଏକ ବୈଠକ ଡାକି ବରିଷ୍ଠ ଲୋକମାନଙ୍କ ସହ ଆଲୋଚନା କରିଛି। ଭୁବନେଶ୍ବର-କଟକ ପୁଲିସ କମିଶନରେଟର କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତରେ ଖଣ୍ଡଗିରି ଅଞ୍ଚଳର ସମସ୍ତ ବରିଷ୍ଠ ବ୍ୟକ୍ତିମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।

ଡିଏମ କନଭେନସନ ହଲ ଠାରେ ହୋଇଥିବା ଆଲୋଚନା ଚକ୍ରରେ ବରିଷ୍ଠ ନାଗରିକମାନଙ୍କ ବିଷୟରେ ଆଇନ ବ୍ୟବସ୍ଥା ଓ ତାଙ୍କ ସୁବିଧା ଅସୁବିଧା ଉପରେ ବିଚାର ବିମର୍ଶ କରାଯାଇଥିଲା । ଏହା ସଙ୍ଗେ ସଙ୍ଗେ ଖଣ୍ଡଗିରି ଅଞ୍ଚଳରେ ଥିବା ସୁବିଧା ଅସୁବିଧା ସବୁକୁ ବରିଷ୍ଠ ନାଗରିକମାନେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସେମାନଙ୍କୁ ସେସବୁର ନିରାକରଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆ ଯାଇଥିଲା ।

"ଆମେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ସେଲ କରିଛୁ । ସେଥିରେ ବରିଷ୍ଠ ନାଗରିକମାନେ ପଞ୍ଜିକରଣ କରିଛନ୍ତି । ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ଦାୟିତ୍ୱ ପ୍ରତି ଆମେ ସବୁ ବେଳେ ସଜାଗ ଅଛୁ । ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ । ବିଶେଷ କରି ସବୁ ଥାନାମାନଙ୍କରେ ଆମର ନୋଡ଼ାଲ ଅଫିସର କାମ କରିବେ," କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଗୋଟିଏ ଗଛ ମଜବୁତ ହେବା ପାଇଁ ତାର ଚେରଟି ମାଟିରେ ଅଧ୍ଵକ ଗଭୀର ପର୍ଯ୍ୟନ୍ତ ରହିବା ଜରୁରୀ ଓ କୌଣସି ଘରକୁ ଅଧିକ ଉଚ୍ଚମହଲା ବିଶିଷ୍ଟ କରିବାକୁ ହେଲେ ତାର ମୂଳଦୁଆ ସେତିକି ମଜବୁତ ହେବା ଦରକାର ଠିକ ସେହିପରି ପରିବାରକୁ ଏକତାରେ ବାନ୍ଧି ରଖିବାକୁ ହେଲେ ବରିଷ୍ଠ ବା ବୟସ୍କ ଲୋକଙ୍କ ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ। ଏକ ସୁଖ ଓ ସୁସ୍ଥ ପରିବାର ପାଇଁ ସେମାନେ ହେଉଛନ୍ତି ମେରୁଦଣ୍ଡ ସଦୃଶ । ଗୋଟିଏ ସୁସ୍ଥ ସମାଜ ଗଠନରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।
Published by:Soumya Das
First published: