ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦଶମ ଢାଞ୍ଚାରେ ହେବ ନବମ ଶ୍ରେଣୀ ପରୀକ୍ଷା; ଦ୍ଵନ୍ଦରେ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ

ଦଶମ ଢାଞ୍ଚାରେ ହେବ ନବମ ଶ୍ରେଣୀ ପରୀକ୍ଷା; ଦ୍ଵନ୍ଦରେ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ

ଆଉ ଗୋଟିଏ ମାସ ପରେ ଆରମ୍ଭ ହେବ ନବମ ଶ୍ରେଣୀର ପରୀକ୍ଷା । ଏହି ପରୀକ୍ଷା ଦଶମ ଶ୍ରେଣୀ ଢାଞ୍ଚାରେ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଦଶମ ଢାଞ୍ଚାରେ ହେବ ନବମ ଶ୍ରେଣୀ ପରୀକ୍ଷା; ଦ୍ଵନ୍ଦରେ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ
ଦଶମ ଶ୍ରେଣୀ ପିଲାଙ୍କ ଭଳି ନବମ ଶ୍ରେଣୀ ପିଲା ପରୀକ୍ଷା ଦେବେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 22, 2021, 5:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ମହାମାରୀ ମଧ୍ୟରେ ପାଠ ପଢ଼ା ଓ କ୍ଲାସକୁ ନେଇ ଦ୍ଵନ୍ଦ ଲାଗି ରହିଛି। ଆଉ ଗୋଟିଏ ମାସ ପରେ ଆରମ୍ଭ ହେବ ନବମ ଶ୍ରେଣୀର ପରୀକ୍ଷା । ଏହି ପରୀକ୍ଷା ଦଶମ ଶ୍ରେଣୀ ଢାଞ୍ଚାରେ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ନଭେମ୍ବରରୁ ନୂଆ ଢାଞ୍ଚାରେ ନବମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୪୦ ମାର୍କର ଏହି ପରୀକ୍ଷା ନିଜ ସ୍କୁଲରେ ହେବ ଓ ଅନ୍ୟ ସ୍କୁଲରେ ଖାତା ଦେଖା ହେବ । କୌଣସି କାରଣବଶତଃ ପରୀକ୍ଷା ବାତିଲ ସମ୍ଭାବନାକୁ ଏଡାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପିଲା ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପ୍ରସ୍ତୁତ ଥିବା କହିଥିବା ବେଳେ ଶିକ୍ଷାବିତଙ୍କ ମତ ଅଭିଭାବକଙ୍କ ସହଯୋଗ ଦରକାର । ତେବେ ପରୀକ୍ଷାରେ ଅନୁପସ୍ଥିତ ପିଲାଙ୍କୁ ମାର୍କ କେମିତି ଦିଆଯିବ ସେନେଇ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବାରୁ ଦ୍ବନ୍ଦରେ ସ୍କୁଲ କର୍ତ୍ତୃପକ୍ଷ ରହିଛନ୍ତି।

ନୂଆ ଢାଞ୍ଚାରେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି ପ୍ରସ୍ତୁତ ହେଉଛନ୍ତି। କୋରୋନା କଟକଣାରେ ଭିତରେ ଧୀରେ ଧୀରେ ବିଦ୍ୟାଳୟ ଖୋଲୁଛି। କିନ୍ତୁ ବିଗତ ବର୍ଷର ଅଭିଜ୍ଞତାକୁ ନେଇ କୌଣସି କାରଣବଶତଃ ବାର୍ଷିକ ପରୀକ୍ଷା ନ ହେବା ସମ୍ଭାବନା ଏଡାଇବା ଲାଗି ପୂର୍ବ ଘୋଷଣା ମୁତାବକ ବୋର୍ଡ ପକ୍ଷରୁ ଜାରି ହୋଇଛି ସ୍ବତନ୍ତ୍ର ପରୀକ୍ଷା ଢାଞ୍ଚା। ପ୍ରଥମ ଥର ଏଭଳି ନିୟମ ଲାଗୁ ହୋଇଥିବାରୁ ଦ୍ଵନ୍ଦରେ ସ୍କୁଲ କର୍ତ୍ତୃପକ୍ଷ। ବିଦ୍ୟାଳୟକୁ ଆସିବା ନେଇ କୌଣସି ବାଧ୍ୟତାବାଧକତା ନଥିବାରୁ କୌଣସି ପିଲା ପରୀକ୍ଷାରେ ଅନୁପସ୍ଥିତ ଥିଲେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କଣ ରହିବ ତାହା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେଣୁ ଏହି ଦ୍ବନ୍ଦ ଦୂର କରିବାକୁ ସ୍କୁଲ କର୍ତ୍ତୁପକ୍ଷ ଦାବି କରିଛନ୍ତି । ଅପରପଟେ ଏହି ପରୀକ୍ଷା ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ରେ ସହାୟକ ହେବ। ଏଣୁ ଅଭିଭାବକ ଏଥିରେ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ୍ ।

"ଆମକୁ ଗତ କିଛି ଦିନ ତଳେ ବୈଠକରେ ପରୀକ୍ଷା ସମ୍ପର୍କରେ କୁହାଯାଇଥିଲା ଓ ପ୍ରସ୍ତୁତ ହେବାକୁ କୁହାଯାଇଥିଲା। ଆମେ ସ୍କୁଲ ତରଫରୁ ପ୍ରସ୍ତୁତ । ବାକି ଯେଉଁ ପିଲାମାନେ ଆସୁନାହାନ୍ତି ସେମାନଙ୍କ ପାଇଁ ବୋର୍ଡ଼ କି ବ୍ୟବସ୍ଥା କରିଛି। ନା ସବୁ ପିଲା ପରୀକ୍ଷା ଦେବାକୁ ବାଧ୍ୟ ତାହା ସ୍ପଷ୍ଟ କରୁ," କହିଛନ୍ତି ୟୁନିଟ ୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷକ ଗଙ୍ଗାଧର ଷଡ଼ଙ୍ଗୀ।

"ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ପିଲାଙ୍କ ପାଇଁ ପରୀକ୍ଷା କରିବା ହିଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା। ଏଣୁ ଯେଉଁ ଉପାୟରେ ହେଉ ନା କାହିଁକି ପିଲାଙ୍କ ପାଇଁ ପରୀକ୍ଷା କରିବା ଉଚିତ। ଅଭିଭାବକ ମଧ୍ୟ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ପରୀକ୍ଷା ଦେବାକୁ କୁହନ୍ତୁ। ସେମାନେ ଭବିଷ୍ୟତ ଗଢିବାରେ ସହାୟକ ହୁଅନ୍ତୁ," କହିଛନ୍ତି ଶିକ୍ଷାବିତ ଜଲିଲ ଖାନ।

ଘୋଷଣା ମୁତାବକ ଆସନ୍ତା ନଭେମ୍ବର ୨୨ ତାରିଖରୁ ରାଜ୍ୟରେ ନବମ ଶ୍ରେଣୀ ଲାଗି ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ହେବେ । ଯାହା ଏକ ଇଣ୍ଟରନାଲ ପରୀକ୍ଷା ହୋଇଥିବା ବେଳେ ଦିନକୁ ଦୁଇଟି ସିଟିଂ ଓ ଦୁଇଟି ବିଷୟରେ ୨୪ ତାରିଖ ସୁଦ୍ଧା ଶେଷ ହେବ । ଏଥିପାଇଁ ପ୍ରଶ୍ନପତ୍ର ବୋର୍ଡ ପକ୍ଷରୁ ଦିଆଯିବା ସହ ୨୦ ମାର୍କ ସବଜେକ୍ଟିଭ୍ ଓ ୨୦ ମାର୍କ ଅବଜେକ୍ଟିଭ୍ ଭାବେ ମୋଟ ୪୦ ମାର୍କ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରା ଚୟନ ହୋଇଥିବା ଏକ ନ୍ୟୁଟ୍ରାଲ୍ ସ୍କୁଲରେ ହେବ ଖାତା ଦେଖା । ବାର୍ଷିକ ପରୀକ୍ଷା ପୂର୍ବରୁ ଏହି ଆସେସମେଣ୍ଟ ପରୀକ୍ଷା ଲାଗି ପ୍ରସ୍ତୁତି ପିଲାଙ୍କୁ ସହଜ ଓ ଅଭ୍ୟାସରେ ପରିଣତ କରାଇବ।

"ଆମେ ସେମିତି ବି ଅର୍ଦ୍ଧ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳେଇଥିଲୁ। ଏହା ଗୋଟିଏ ନୂଆ ଫର୍ମାଟ। ଦଶମ ବୋର୍ଡ଼ ପରୀକ୍ଷା ପାଇଁ ସାହାଯ୍ୟ କରିବ। ବୋର୍ଡ଼ ପ୍ରଶ୍ନପତ୍ର ପରବର୍ତ୍ତୀ ମାଟ୍ରିକ ପରୀକ୍ଷା ପାଇଁ ଅଭ୍ୟାସ କରାଇବ। ଯେତିକି ଖୁସି ଲାଗୁଛି ସେତିକି ନର୍ଭସ ବି ଲାଗୁଛି," କହିଛନ୍ତି ୟୁନିଟ୮ ସରସ୍ୱତୀ ବିଦ୍ୟା ମନ୍ଦିର ଛାତ୍ରୀ ସ୍ବୟଂପ୍ରଭା ଦାଶ।

ଏହିପରେ ନବମ ଓ ଦଶମରେ ବର୍ଷକୁ ୪ଟି ଫର୍ମେଟିଭ୍ ଆସେସମେଣ୍ଟ ଓ ୨ଟି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା କରାଯିବ । ତେବେ ଅନୁପସ୍ଥିତ କିମ୍ବା ଗୋଟିଏ ଦୁଇଟି ଭଳି ଅଧା ପରୀକ୍ଷା ଦେଇଥିବା ପିଲା ମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଜାରି କରିବାକୁ ଦାବୀ ହୋଇଛି ।
Published by: Soumya Das
First published: October 22, 2021, 5:33 PM IST