ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଫେଲ ମାରିଛି ରାତ୍ରି ଆଶ୍ରୟ ସ୍ଥଳୀ ଯୋଜନା; ବଡ଼ଦାଣ୍ଡରେରେ ଆଶ୍ରୟ ନେଉଛନ୍ତି ନିରାଶ୍ରୟ

ଫେଲ ମାରିଛି ରାତ୍ରି ଆଶ୍ରୟ ସ୍ଥଳୀ ଯୋଜନା; ବଡ଼ଦାଣ୍ଡରେରେ ଆଶ୍ରୟ ନେଉଛନ୍ତି ନିରାଶ୍ରୟ

ଦିନର କୋଳାହଳରୁ ଶାନ୍ତ ହୋଇ ଆସୁଥିବା ବଡ଼ ଦାଣ୍ତରେ ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ। ପେଟ ପାଇଁ ସଂଘର୍ଷ କରୁକରୁ ଅସ୍ଥାୟୀ ଲୁହା ଡିଭାଇଡର ଉପରେ ଘୁମେଇ ଘୁମେଇ ଶୋଇ ପଡ଼ିଥିଲେ ଦୁଇ କୋମଳମତି ଶିଶୁ।

ଫେଲ ମାରିଛି ରାତ୍ରି ଆଶ୍ରୟ ସ୍ଥଳୀ ଯୋଜନା; ବଡ଼ଦାଣ୍ଡରେରେ ଆଶ୍ରୟ ନେଉଛନ୍ତି ନିରାଶ୍ରୟ
ପୁରୀରେ ରାତ୍ରି ଆଶ୍ରୟ ସ୍ଥଳୀ ଯୋଜନା ଫେଲ ମାରିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 15, 2021, 7:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଦିନର କୋଳାହଳରୁ ଶାନ୍ତ ହୋଇ ଆସୁଥିବା ବଡ଼ ଦାଣ୍ତରେ ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ। ପେଟ ପାଇଁ ସଂଘର୍ଷ କରୁକରୁ ଅସ୍ଥାୟୀ ଲୁହା ଡିଭାଇଡର ଉପରେ ଘୁମେଇ ଘୁମେଇ ଶୋଇ ପଡ଼ିଥିଲେ ଦୁଇ କୋମଳମତି ଶିଶୁ। ଗୋଟେ ପାଖେ ଶୋଇଥିଲେ କୁକୁର, ଅନ୍ୟ ପାଖେ ସେମାନେ। ଦିନ ସାରା ମା’ଙ୍କ ସହ ବେଲୁନ ବିକିବା ପରେ ନା କୁନି ପାଦରେ ଆଉ ଚାଲିବାକୁ ସାମର୍ଥ୍ୟ ନଥିଲା। ସହର କ୍ଳାନ୍ତ ହେବା ପରେ ଶ୍ରୀକ୍ଷେତ୍ରରେ ରାତିର ଏହି ଦୃଶ୍ୟ ବେଶ ଦୁଃଖ ଦାୟକ ଓ ହୃଦୟସ୍ପର୍ଶୀ ବୋଲି କହିଛନ୍ତି ଆଇନଜୀବୀ ତଥା ସମାଜସେବୀ ୪୩ ବର୍ଷୀୟ ଚିନ୍ମୟ ଦାସ ।

"ପେଟ ପାଇଁ ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ଆସି ପୁରୀର ବିଭିନ୍ନ ସ୍ଥାନରେ ଖୋଲା ଛାତ ତଳେ ଡେରା ପକାଇଥିବା ଶହଶହ ଯାଯାବରଙ୍କ ମଧ୍ୟରୁ ବାରି‌ ହୋଇ ପଡ଼ୁଥିଲା ବିଳମ୍ବିତ ରାତିର ଏହି ବିକଳ ଚିତ୍ର। ପଚାରିବାରେ ଜଣା ପଡ଼ିଥିଲା ଶୋଇଯାଇଥିବା ଶିଶୁମାନଙ୍କ ମଧ୍ୟରେ ଜଣେ ଥିଲେ ମଧ୍ୟପ୍ରଦେଶରୁ ଆସିଥିବା ଡଲ୍‌ବି ସିଂହଙ୍କର ସନ୍ତାନ। ବେଶୀ କିଛି ପଚାରିବାକୁ ଉଦ୍ୟମ କରିବା ପାଇଁ ନିଜ ପେଟ ଉପରେ ହାତ ବୁଲାଇ ଆଣି ପେଟ ପାଇଁ ଏସବୁ କରୁଥିବା ଇଙ୍ଗିତ କରିଥିଲେ।

"ଦିନଯାକ ଭିକ୍ଷା ଓ ବେଲୁନ ବିକ୍ରିର ରୋଜଗାରରେ ଖାଦ୍ୟ ଖାଇ ବଡ଼ଦାଣ୍ଡରେ ଆଶ୍ରୟ ହେଉଛି ଦୈନିନ୍ଦନ କାର୍ଯ୍ୟ," କହିଛନ୍ତି ଦୁଇ ପିଲାଙ୍କ ମା ୩୪ ବର୍ଷୀୟା ସୋନାମ ପୁହା ।

"ଏ ଦୃଶ୍ୟ ବାଟରେ ଚାଲି ଯାଉଥିବା ଯାତ୍ରୀଙ୍କୁ ବି ଆନ୍ଦୋଳିତ କରୁଥିଲା। ତେଣୁ ଯାତାୟତ ବେଳେ କ୍ଷଣେ ଅଟକି ଯିବାକୁ ସେମାନେ ବାଧ୍ୟ ହେଉଥିଲେ। ସେମାନଙ୍କ କଅଁଳ ଶରୀର ଉପରେ ମଶାମାନଙ୍କ ରାଜୁତି ଚାଲିଥିଲା। ବୋତାମ ନଥିବା ସାର୍ଟ ପିନ୍ଧା ଫୁଙ୍ଗୁଳା ଦେହର ହାଡ଼ ବାରି ହୋଇ ପଡ଼ୁଥିଲା। ଅଥଚ ମା’ମାନେ ଆର ପାର୍ଶ୍ବରେ ଆସନ୍ତାଦିନ ପାଇଁ ବେଲୁନ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିଲେ,"କହିଛନ୍ତି ବଡ଼ଦାଣ୍ଡ ଚା ଦୋକାନୀ ଜିତେନ୍ଦ୍ର ସିଂ ।

ବିହାରର ଜଣେ ବେଲୁନ ବିକାଳି ମହିଳା ଡଲ୍‌ବିଙ୍କ କହିବା ମୁତାବକ, ଅନେକ ଦିନ ହେବ ସେମାନେ ଆସି ‌ଲୋକନାଥ ରୋଡ୍‌ରେ ଖୋଲା ପଡ଼ିଆରେ ରହୁଛନ୍ତି। ରଥଯାତ୍ରାରେ ବେଲୁନ ଓ ଖେଳଣା ବିକ୍ରି ପାଇଁ ସୁଦୂର ମଧ୍ୟପ୍ରଦେଶରୁ ଚାଲି ଆସିଥିଲେ। ସେବେଠୁ ସେମାନେ ପୁରୀରେ ଆଶ୍ରୟ ନେଇଛନ୍ତି"।

"ଏହି ଲୋକଙ୍କୁ ବାରମ୍ବାର ଆଶ୍ରୟ ସ୍ଥଳୀରେ ରଖିବା ନେଇ ପ୍ରୟାସ କରାଯାଇଥିଲେ ବି ବିଫଳ ହେଉଛୁ ।ସେମାନେ ଯିବାକୁ ନାଁ ଧରୁ ନାହାନ୍ତି ।ତେବେ ଶିଶୁ ଅଧିକାର ନେଇ ସରକାରଙ୍କ ନିୟମ ରହିଥିବା ବେଳେ ସେମାନଙ୍କ ମା ତାଙ୍କୁ ଦେବାକୁ ଚାହୁଁ ନାହାଁନ୍ତି", କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ।
Published by: Soumya Das
First published: November 15, 2021, 7:12 PM IST