ଶ୍ରୀମନ୍ଦିରରେ ଆରମ୍ଭ ହେଲା କଟକଣା; ପ୍ରଥମ ଦିନରେ ୧୦୦ ମୋବାଇଲ ଜମା

ଆଜିଠାରୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଛି ମୋବାଇଲ କଟକଣା । ପ୍ରଥମ ଦିନରେ ତିନି ଦ୍ୱାରରେ ଜମା ହୋଇଛି ୧୦୦ ଅଧିକ ମୋବାଇଲ ।

ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ସମ୍ପୂର୍ଣ୍ଣ ନିଷେଦ୍ଧ

ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ସମ୍ପୂର୍ଣ୍ଣ ନିଷେଦ୍ଧ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଜିରୋ ନାଇଟ ସେଲିବ୍ରେସନ ପରେ ସମସ୍ତେ ଧାଇଁ ଥିଲେ ଶ୍ରୀମନ୍ଦିର। ଆଉ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ ନୂଆ ବର୍ଷର ଆରମ୍ଭ କରିଛନ୍ତି। ନୂଆବର୍ଷରେ ପୁରୀରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବେଳାଭୂମିରୁ ଆରମ୍ଭ କରି ଶ୍ରୀମନ୍ଦିର ସବୁଠି ଶ୍ରଦ୍ଧାଳୁଙ୍କ ଗହଳଚହଳ । ତେବେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ସଅଳ ହୋଇଥିବା ସହ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ବ୍ୟାରିକେଡରେ ଯାଇ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିଥିଲେ।

ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁସାରେ ଆଜିଠାରୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଛି ମୋବାଇଲ କଟକଣା । ଆଉ ପ୍ରଥମ ଦିନରେ ତିନି ଦ୍ୱାରରେ ଜମାହେଲା ୧୦୦ ଅଧିକ ମୋବାଇଲ ।

ରାତ୍ର ୧୨ ଟାରୁ ଶ୍ରୀମନ୍ଦିର ସମ୍ମୁଖରେ ଭିଡ ଜମିଥିଲା ଶ୍ରଦ୍ଧାଳୁମାନଙ୍କର। ରାତ୍ର ୧ଟା ୫ ରେ ଦ୍ୱାର ଫିଟିବା ପରେ ସକାଳ ୬ଟା ସୁଦ୍ଧା ପହିଲିଭୋଗ ଓ  ଦିନ ୯ ଟା ସୁଦ୍ଧା ସରିଥିଲା ସକାଳ ଧୂପ ଏବଂ  ଭୋଗ ମଣ୍ଡପ ନୀତି। ସେହି ଭିତରେ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ ଚତୁର୍ଧାମୁରତୀଙ୍କୁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରୀତ କରାଯାଇଥିଲା। ସେପଟେ ମାର୍କେଟଛକରୁ କରାଯାଇଥିବା ସେଡ଼ ବ୍ୟାରିକେଡରେ ଦଫା ଦଫା କରି ଶ୍ରଦ୍ଧାଳୁମାନେ ଯାଇ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ଆଉ ସେଥିରେ ପାନୀୟ ଜଳ ,ଶ୍ରୀମନ୍ଦିର ନୀତିକାନ୍ତି ସୂଚନା ପାଈଁ ଏଲଇଡ଼ି ସହ ଦିବ୍ୟଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା ।ଆଉ ଭିଡ଼ ନିୟନ୍ତ୍ରଣ ସହ ନୀତିକାନ୍ତି ଶୃଙ୍ଖଳିତ ପାଇଁ ସେବାୟତଙ୍କ ଉତ୍ତମ ସମନ୍ୱୟ ରହିଥିବାରୁ କଷ୍ଟ ହେଲେବି ମହାପ୍ରଭୁଙ୍କ ଦର୍ଶନର ସାନିଧ୍ୟ ପାଇଛନ୍ତି ଲକ୍ଷାଧିକ ଭକ୍ତ ।

ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ  ଆରମ୍ଭ ହେଲା ନୂଆ କଟକଣା । ଶ୍ରୀମନ୍ଦିର ଭିତରକୁ  ସ୍ମାର୍ଟଫୋନ ବାରଣ । ପୂର୍ବରୁ ପରିଚାଳନା କମିଟି ବୈଠକରେ ହୋଇଥିଲା ନିଷ୍ପତ୍ତି । ନୂଆବର୍ଷର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ନୂଆ କଟକଣା ଲାଗୁ ହୋଇଛି । ସେବାୟତ, ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଇଁ ଶ୍ରୀମନ୍ଦିର ଭିତରେ ଆଜିଠାରୁ ସ୍ମାର୍ଟ ଫୋନ୍ ହୋଇଛି ନିଷେଧ। ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ସିଂହଦ୍ଵାର, ପଶ୍ଚିମ ଦ୍ବାର ଓ ଦକ୍ଷିଣ ଦ୍ଵାରରେ କରାଯାଇଥିବା ମୋବାଇଲ ଷ୍ଟାଣ୍ଡରେ ମୋବାଇଲ୍ ରଖି ଯାଉଛନ୍ତି ସେବାୟତ,ପୋଲିସ ଓ ଶ୍ରୀମନ୍ଦିର କର୍ମଚାରୀ। ପ୍ରଥମ ଦିନରେ ତିନୋଟି କାଉଣ୍ଟରରେ ଶହେରୁ ଉର୍ଦ୍ଧ୍ବ ମୋବାଇଲ ଜମା ହୋଇଛି। ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ବ୍ୟାରିକେଡରେ ସିଂହଦ୍ୱାର ଦେଇ ପ୍ରବେଶ କରାଯାଉଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରାଯିବାର ବ୍ୟବସ୍ଥା ହୋଇଛି।

ଗତକାଲି ଓ ଆଜି  ନୂଆବର୍ଷରେ ପ୍ରାୟ ୪ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ କିଭଳି କଟକଣା ଅନୁପାଳନ ହେବ ତାକୁ ନେଇ ଏବେ ଆଶା ଓ ଆଶଙ୍କାରେ ଶ୍ରଦ୍ଧାଳୁ ଓ ସେବାୟତ ।
Published by:Soumya Das
First published: