ରଦ୍ଦ ହେଲା ରାଜ୍ୟରେ ଅନେକ ଅଯୋଗ୍ୟ ରାସନ କାର୍ଡ଼ ହିତାଧିକାରୀଙ୍କ ନାମ; ଏବେବି ବଞ୍ଚିତ ଅନେକ ଯୋଗ୍ୟ ହିତାଧିକାରୀ

NFSA ଅନ୍ତର୍ଗତ ଟିପିଡିଏସ ମାଧ୍ୟମରେ ୮୧.୩୫ କୋଟି ଲୋକଙ୍କୁ ଖୁବ କମ୍ ଦାମରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି । ଏହି ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ଦେଶର ଜନସଂଖ୍ୟାର ଦୁଇ ତୃତୀୟାଂଶ ।

ରଦ୍ଦ ହେଲା ରାଜ୍ୟରେ ଅନେକ ଅଯୋଗ୍ୟ ରାସନ କାର୍ଡ଼ ହିତାଧିକାରୀଙ୍କ ନାମ; ଏବେବି ବଞ୍ଚିତ ଅନେକ ଯୋଗ୍ୟ ହିତାଧିକାରୀ
ରଦ୍ଦ ହେଲା ରାଜ୍ୟରେ ଅନେକ ଅଯୋଗ୍ୟ ରାସନକାର୍ଡ଼ ହିତାଧିକାରୀଙ୍କ ନାମ
  • News18 Odia
  • Last Updated: November 7, 2020, 6:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବୟସ ଆସି ପହଞ୍ଚିଲାଣି ଜୀବନର ଶେଷ ଭାଗରେ । ତଥାପି ଆଜି ପର୍ଯ୍ୟନ୍ତ ଜଣେ ଶାରୀରିକ ବିକଳାଙ୍ଗ ବୃଦ୍ଧଙ୍କୁ ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ କରାଯାଇନାହିଁ । ଏମିତି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ମାଝିପଡା ଗ୍ରାମରୁ । ଗ୍ରାମର ସୁଦାମ ଦିଗାଳ(୬୦) ଜନ୍ମରୁ ବିକଳାଙ୍ଗ । ସରକାରୀ ସହାୟତା କହିଲେ ମିଳିଛି ବିକଳାଙ୍ଗ ଭତ୍ତା ବାବଦକୁ ମିଳୁଛି ୫୦୦ ଟଙ୍କା । ନିଜର ଆଗ ପଛରେ ଆଉ କେହି ନଥିବା ବେଳେ କେବଳ ଏହି ଭତ୍ତାଟଙ୍କାର ସାହାରାରେ ଜୀବନ ବିତାଉଛନ୍ତି । ମାଝିପଡା ଗାଁ ରେ ଏକ ଭଙ୍ଗା ଦଦରା ଝାଟିମାଟି କୁଡିଆରେ ଏହି ବୃଦ୍ଧ ଜଣକ ରହିଆସୁଛନ୍ତି । ପରିତାପର ବିଷୟ ଏହି ବୃଦ୍ଧ ଜଣକ ବହୁବାର ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ୍‍ କରିବା ପାଇଁ ବ୍ଳକ ପ୍ରଶାସନଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଆବେଦନ କରିଛନ୍ତି କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଏହି ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ କରାଯାଇନାହିଁ ।

ବାସ୍ତବିକ ଭାବେ ବହୁ ଅଯୋଗ୍ୟ ହିତାଧିକାରୀ ନିଜକୁ ବିଭିନ୍ନ ପ୍ରକାର ଚଞ୍ଚକତା କରି ରାସନକାର୍ଡ଼ ହାତେଇ ନେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ଦିନ ଦ୍ୱିପହରରେ ଲୁଟୁଥିବା ବେଳେ ସୁଦାମଙ୍କ ଭଳି ଜଣେ ଯୋଗ୍ୟ ହିତାଧିକାରୀ ଓ ବିକଳାଙ୍ଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାମିଲ୍‍ ହୋଇ ପାରିନାହାନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ । ଯାହାକି ବିଭାଗୀୟ କର୍ମକର୍ତ୍ତାଙ୍କ କାର୍ଯ୍ୟକଳାପ ନିଶ୍ଚିତ ଭାବେ ସନ୍ଦେହ ଘେରରେ । ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ରାସନ କାର୍ଡ ପାଇଁ ଦୌଡିଥିଲେ ମଧ୍ୟ ତାଙ୍କୁ ଏବେବି ଦିଆଯାଇ ପାରିନାହିଁ ।

ସୁଦାମ ଦିଗାଳ


ପ୍ରଯୁକ୍ତି ସମ୍ବଳିତ ପିଡିଏସ ସଂସ୍କାର ଆଣିବାକୁ ଆରମ୍ଭ ହୋଇଥିଲା ଏକ ଅଭିଯାନ । ଏହି ଅଭିଯାନ ଅନୁଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଲାଗୁ ହୋଇଥିବା ବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାର (TPDAC) ଆଧୁନିକୀକରଣ ଓ ପରିଚାଳନାରେ ପାରଦର୍ଶିତା ତଥା କୁଶଳତା ଆଣିବା ପାଇଁ ରାସନ କାର୍ଡ ଓ ହିତାଧିକାରୀଙ୍କ ଡାଟାବେସ ଡିଜିଟାଇଜେନ କରି ଆଧାର ସହ ଯୋଡିବା, ଅଯୋଗ୍ୟ/ନକଲି ରାସନ କାର୍ଡ ଚିହ୍ନଟ, ଡିଜିଟାଇଜେସନ ହୋଇଥିବା ଡାଟାର ପୁନରାବୃତ୍ତି ରୋକିବା ତଥା ହିତାଧିକାରୀଙ୍କ ସ୍ଥାନାନ୍ତରଣ/ମୃତ୍ୟୁ ଭଳି ମାମଲା ଚିହ୍ନଟ କରି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ସରକାର ୨୦୧୩ ରୁ ୨୦୨୦ ମଧ୍ୟରେ ଦେଶରେ ପ୍ରାୟ ୪.୩୯ କୋଟି ଅଯୋଗ୍ୟ/ନକଲି ରାସନ କାର୍ଡ ରଦ୍ଦ କରିଛନ୍ତି ।

ଏହା ବ୍ୟତୀତ ଏନଏଫଏସଏ କଭରେଜ ସମ୍ପର୍କିତ କୋଟା ଜାରି କରାଯାଇ, ନିର୍ଦ୍ଦିଷ୍ଟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ଦ୍ୱାରା ନିୟମିତ ଭାବେ ଏନଏଫଏସଏ ଅନୁଯାୟୀ ହିତାଧିକାରୀଙ୍କ ‘ଉପଯୁକ୍ତ ଚୟନ’ ପାଇଁ ବିନିଯୋଗ କରାଯାଉଛି । ଉପଯୁକ୍ତ ହିତାଧିକାରୀ/ ପରିବାରକୁ ସାମିଲ କରିବା/ସେମାନଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରିବା କାମ ଜାରି ରହିଛି । ଆଇନ ଅନୁଯାୟୀ ଏହି କାମ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଧାର୍ଯ୍ୟ କଭରେଜ ଅଧୀନରେ ହେଉଛି ।

ଏନଏଫଏସଏ ଅନ୍ତର୍ଗତ ଟିପିଡିଏସ ମାଧ୍ୟମରେ ୮୧.୩୫ କୋଟି ଲୋକଙ୍କୁ ଖୁବ କମ୍ ଦାମରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି । ଏହି ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ଦେଶର ଜନସଂଖ୍ୟାର ଦୁଇ ତୃତୀୟାଂଶ । ଏବେ ଦେଶରେ ୮୦ କୋଟିରୁ ଅଧିକ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ରିହାତି ଦର ଯଥା- ତିନି ଟଙ୍କା, ଦୁଇ ଟଙ୍କା ଓ ଏକ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ପ୍ରତି ମାସରେ ଏନଏଫଏସଏ ଅନ୍ତର୍ଗତ ଖାଦ୍ୟଶସ୍ୟ (ଚାଉଳ, ଗହମ ଓ ଅନ୍ୟାନ୍ୟ ଶସ୍ୟ) ପ୍ରଦାନ କରାଯାଉଛି । ଗୋଟିଏ ପଟେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ରଦ୍ଦ ହେଉଥିବା ବେଳେଅନ୍ୟପଟେ ଯୋଗ୍ୟ ହିତାଧିକାରୀ ଙ୍କୁ ମିଳୁନି ରାସନକାର୍ଡ଼।
Published by: Jagdish Barik
First published: November 7, 2020, 6:35 PM IST
corona virus btn
corona virus btn
Loading