ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅଦରକାରୀ ଆବର୍ଜନାରୁ ପ୍ରସ୍ତୁତ ହେଲା 'ମୋ ସ୍କୁଲ' ଲୋଗୋ; ITI ଛାତ୍ରଙ୍କୁ ବିଭିନ୍ନ ଆଡୁ ମିଳୁଛି ପ୍ରଶଂସା

ଅଦରକାରୀ ଆବର୍ଜନାରୁ ପ୍ରସ୍ତୁତ ହେଲା 'ମୋ ସ୍କୁଲ' ଲୋଗୋ; ITI ଛାତ୍ରଙ୍କୁ ବିଭିନ୍ନ ଆଡୁ ମିଳୁଛି ପ୍ରଶଂସା

ଅଦରକାରୀ ବସ୍ତୁରୁ ତିଆରି ହେଲା ମୋ ସ୍କୁଲ ଲୋଗୋ। ଭୁବନେଶ୍ୱର ସରକାରୀ ଆଇଟି ଆଇ ଛାତ୍ରଛାତ୍ରୀ ସ୍କାର୍ପ(scrap)ରୁ ଏହି ଲୋଗ ତିଆରି କରିଛନ୍ତି ।

ଅଦରକାରୀ ଆବର୍ଜନାରୁ ପ୍ରସ୍ତୁତ ହେଲା 'ମୋ ସ୍କୁଲ' ଲୋଗୋ; ITI ଛାତ୍ରଙ୍କୁ ବିଭିନ୍ନ ଆଡୁ ମିଳୁଛି ପ୍ରଶଂସା
ଆବର୍ଜନାରୁ ଲୋଗୋ ପ୍ରସ୍ତୁତ କଲେ ଆଇଟିଆଇ ଛାତ୍ର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 5, 2021, 4:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
OdNews18 Odia Digital

ଭୁବନେଶ୍ୱର: ଅଦରକାରୀ ବସ୍ତୁରୁ ତିଆରି ହେଲା ମୋ ସ୍କୁଲ ଲୋଗୋ। ଭୁବନେଶ୍ୱର ସରକାରୀ ଆଇଟି ଆଇ ଛାତ୍ରଛାତ୍ରୀ ସ୍କାରପ(scrap)ରୁ ଏହି ଲୋଗ ତିଆରି କରିଛନ୍ତି । ଭୁବନେଶ୍ୱର ଆଇଟିଆଇର ୧୫ ଜଣ ଛାତ୍ର ମିଶି ପ୍ରାୟ ୨୫ ଦିନରେ ଏହି ଲୋଗୋକୁ ତିଆରି କରିଛନ୍ତି।

ବର୍ଜ୍ୟବସ୍ତୁରୁ ତିଆରି ପ୍ରଥମ କମର୍ସିଆଲ ଲୋଗୋ ଭାବେ ଛାତ୍ରଛାତ୍ରୀ ପ୍ରସ୍ତୁତ କରି ଯେତିକି ଖୁସି, ରୋଜଗାରକ୍ଷମ କରାଇଥିବା ପିଲାଙ୍କୁ ନେଇ ସେତିକି ଖୁସି ଅଛନ୍ତି ଅଧ୍ୟକ୍ଷ। ବିଭିନ୍ନ ଗାଡ଼ି ଓ ସାଇକେଲର ଅଦରକାରୀ ମୋଟର ପାର୍ଟସରୁ ହୋଇଛି ଏହି ଲୋଗ ତିଆରି ହୋଇଛି। ଗାଡ଼ି ବା ସାଇକେଲ ବେରିଂ, ଚେନ, ସିଟ ମେଟାଲ, ସ୍ପୋକେଟ, କନେକଟିଂ ରଡ଼, ଗିଅର, ପିଷ୍ଟନ, ସ୍ପାନର ଓ ସ୍ପ୍ରିଂଗ ଭଳି ପୁରୁଣା ଭଙ୍ଗା ଓ ଅଦରକାରୀ ଜିନିଷକୁ ନେଇ ହୋଇଛି ଏହି ଲୋଗୋ ପ୍ରସ୍ତୁତ କରାଯାଇଛି। ସବୁ ଜିନିଷକୁ ବେଶ ସୁନ୍ଦର ଭାବେ ଯୋଡି ୱେଲଡିଙ୍ଗ କରାଯାଇଛି। ଯେଉଁଥିରେ "ମୋ ସ୍କୁଲ" ଶିଖାଇଥିଲା 'ଅ' ଏବେ ଡାକୁଛି 'ଆ' ଲେଖା ହୋଇଛି।

"ଅଦରକାରୀ ଜିନିଷକୁ ନେଇ ଜିନିଷ କରିବା ଯେତିକି ସହଜ ଭାବୁଛନ୍ତି ତାହା ନୁହେଁ। ପ୍ରତି ଜିନିଷକୁ ଏକ ପାର୍ଟିକୁଲାର ଆକୃତି ଦେଇ ତାକୁ ଯୋଡ଼ିବା ଓ ଏକ ନୂଆ ରୂପ ଦେବା କାଠିକର ପାଠ। ଏଣୁ ଭଙ୍ଗା ଜିନିଷକୁ ଯୋଡ଼ି କିଛି ନୂଆ କରିବା ଓ ସଫଳ ହେବାରେ ଖୁସି ମିଳୁଛି," କହିଛନ୍ତି ଭୁବନେଶ୍ୱର ଆଇ ଟି ଆଇ ଛାତ୍ର କାଳିନ୍ଦୀ ବେହେରା।

ଛାତ୍ରମାନେ ଲୋଗୋ ପ୍ରସ୍ତୁତ କରୁଛନ୍ତି (ପ୍ରତୀକାତ୍ମକ ଛବି)


ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚି କିଛି ନୂଆ କରିବା ଆଶା ନେଇ ଏହି ଲୋଗୋଟିକୁ ବନେଇବାକୁ କହିଥିଲେ। କୁଶଳୀ ହାତର କାରିଗରୀକୁ ପରିଚୟ ଦେବା ପାଇଁ ଏଭଳି ଏକ ଲୋଗୋ ପାଇଁ ଅର୍ଡର କରିଥିଲେ। ତେବେ ଏହା ପ୍ରଥମ କମର୍ସିଆଲ skraap ଆର୍ଟ ଭାବେ ପିଲାମାନେ ତିଆରି କରିଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି କଲେଜ ଅଧ୍ୟକ୍ଷା। ଆଗକୁ ବିଭିନ୍ନ ସହରରେ ଅନେକଗୁଡ଼ିଏ ପାର୍କ ହେଉଛି ଯେଉଁଥିରେ ଏଭଳି ସକ୍ରାପକୁ ନେଇ ଅନେକ ସୁନ୍ଦର ସୁନ୍ଦର ମୂର୍ତ୍ତି ବା ଅନ୍ୟାନ୍ୟ ଜିନିଷ ତିଆରି ହେଉଛି। ଯାହା ଦ୍ୱାରା ଆମ ଛାତ୍ରଛାତ୍ରୀ ଆଗକୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ କହିଛନ୍ତି।

"ଆଗରୁ ଆମ ପିଲାମାନେ ଅନେକ ସୁନ୍ଦର ସୁନ୍ଦର ଜିନିଷ ଅଦରକାରୀ ବସ୍ତୁରୁ ତିଆରି କରିଛନ୍ତି। ଯାହାକୁ ଦେଖି ମୋ ସ୍କୁଲ ନିର୍ଦ୍ଦେଶିକା ଏହି ଲୋଗୋ ବନେଇବାକୁ କହିଥିଲେ। ସେଥିପାଇଁ ପାରିଶ୍ରମିକ ମଧ୍ୟ ମିଳିଛି। ଯେହେତୁ ଏହା ଏକ କମର୍ସିଆଲ ଲୋଗୋ ଏଣୁ ପିଲାମାନଙ୍କୁ ଏହା ଅଧିକ ଉତ୍ସାହିତ କରିପାରିଛି। ସେମାନେ ବି ଯାଉଛନ୍ତି ଯେ ଏହା ଦ୍ୱାରା ମଧ୍ୟ ରୋଜଗାରକ୍ଷମ ହୋଇପାରିବୁ। ଏହା ନିଶ୍ଚିତ ଭାବେ ଏକ ପ୍ରେରଣା," କହିଛନ୍ତି ଭୁବନେଶ୍ବର ସରକାରୀ ଆଇଟିଆଇ ଅଧ୍ୟକ୍ଷା ଜିତାମିତ୍ର ଶତପଥୀ।

ଆଇଟିଆଇ ସାଙ୍ଗକୁ ଛାତ୍ରଛାତ୍ରୀମାନେ କିଭଳି ଅଧିକ କୁଶଳୀ ହୋଇପାରିବେ ଓ ନିଜ ରୋଜଗାର ପନ୍ଥା ନିଜେ ବାଛିପାରିବେ ଓ ନିଜ ପ୍ରତିଭାକୁ ବିଭିନ୍ନ କ୍ଷେତ୍ରରେ ଦେଖାଇ ପାରିବେ ସେଥିପାଇଁ ଭୁବନେଶ୍ୱର ଆଇଟିଆଇ ପିଲାଙ୍କୁ ଦେଉଛି ପ୍ରୋତ୍ସାହନ।
Published by: Soumya Das
First published: October 5, 2021, 4:41 PM IST