Vehicle Aggregator Act : ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ଲାଗୁ ହେଲା ମୋଟର ଏଗ୍ରିଗେଟର ନିୟମ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ଲାଗୁ ହେଲା ମୋଟର ଏଗ୍ରିଗେଟର ନିୟମ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ଲାଗୁ ହେଲା ମୋଟର ଏଗ୍ରିଗେଟର ନିୟମ

  • News18 Odia
  • Last Updated :
  • Odisha (Orissa), India
  • Share this:


News18 Odia Digital

ଓଡ଼ିଶା : ରାଜ୍ୟରେ ଜାରି ହେଲା ମୋଟର ଏଗ୍ରିଗେଟର ନିୟମ। ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟ ଟେକ୍ନୋଲୋଜି ଏଗ୍ରିଗେଟର୍ସ ନିର୍ଦ୍ଦେଶାବଳୀ, ୨୦୨୩ ଲାଗୁକଲା ରାଜ୍ୟ ପରିବହନ ବିଭାଗ । ଯାତ୍ରୀ ସେବାକୁ ସୁଗମ ଓ ସହଜ କରିବା ପାଇଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ । ଏଗ୍ରିଗେଟର ଭାବେ କାର୍ଯ୍ୟ କରୁଥିବା ସଂସ୍ଥା ଏହି ନିୟମର ଅନ୍ତର୍ଭୁକ୍ତ ଓ ପରିଚାଳିତ ହେବେ। ଓଲା, ଉବର ଓ ରାପିଡୋ ଭଳି ଯାତ୍ରୀ ପରିବହନ ସଂସ୍ଥା ଏହି ନିୟମର ହେବେ ଅନ୍ତର୍ଭୁକ୍ତ।

ଏଥିପାଇଁ ପରିବହନ ବିଭାଗରେ ସେମାନଙ୍କ ପଞ୍ଜିକରଣ କରିବାକୁ ପଡିବ। ବିନା ପଞ୍ଜିକରଣରେ ଏହି ସଂସ୍ଥା ଗୁଡ଼ିକ କୌଣସି ଯାତ୍ରୀ ପରିବହନ କରିପାରିବେ ନାହଁ। ଏହି ନିୟମ ଲାଗୁ ହେବା ଫଳରେ ଏଗ୍ରିଗେଟର ମାନେ କୌଣସି ପରିସ୍ଥିତି ପାଇଁ ରାଜ୍ୟ ସରକାର ଓ ଯାତ୍ରୀଙ୍କ ନିକଟରେ ଉତ୍ତରଦାୟୀ ରହିବେ । ଦେଶରେ ଷଷ୍ଠ ରାଜ୍ୟ ଭାବେ ଏହି ନିୟମ ଲାଗୁ କରିଛି ଓଡିଶା। ରାଜ୍ୟ ପରିବହନ ବିଭାଗର ସୂଚନା ।
Published by:Sujit Swain
First published: