ଚୌକି ଉପରେ ଶିଳାନ୍ଯାସ କଲେ ବିଧାୟିକା
- News18 Odia
- Last Updated :
- Other, India
News18 Odia Digital
ଗଞ୍ଜାମ: କାନ୍ଥ କି ବାଡ଼ ନୁହେଁ, ଚଉକି ଉପରେ ରଖି ସ୍ଥାପନ ହେଲା ଭିତ୍ତି ପ୍ରସ୍ତର । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଆସିକା କେନ୍ଦୁପଦର N.B. C କଲେଜରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଏଭଳି ଅଜବ ଢଙ୍ଗରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା।
ମିଳିଥିବା ସୂଚନନୁସାରେ ଚୌକି ଉପରେ ଫଳକ ରଖି ହେଲା ଭିତ୍ତି ପ୍ରସ୍ତର ସ୍ଥାପନ। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେନ୍ଦୁପଦର ଗ୍ରାମରେ ଥିବା N.B. C କଲେଜରେ ଗତକାଲି ବିଧାୟିକା ମଞ୍ଜୁଳା ସ୍ଵାଇଁଙ୍କ କାର୍ଯ୍ୟକ୍ରମ ରହିଥିଲା। ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ କଲେଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ନିଜସ୍ୱ ହାତ ପାଣ୍ଠିରୁ ନୂତନ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଏହି ଫଳକକୁ କୌଣସି ସ୍ଥାନରେ ନ ଲଗାଯାଇ ଏକ ଚୌକି ଉପରେ ରଖି ପୂଜା କରାଯାଇଥିଲା । ଯାହାର ଫଟୋ ଏବେ ସୋସିଅ।ଲ ମିଡିଆରେ ଭାଇରାଲ ହେଉଛି । ଏହିଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ମହଲରେ କୌତୁହଳ ସୃଷ୍ଟି ହେବା ସହ ବିଭିନ୍ନ ବର୍ଗର ଲୋକେ ଏହାକୁ ନାପସନ୍ଦ ମଧ୍ଯ କରିଛନ୍ତି । ଏନେଇ ବିଧାୟିକାଙ୍କର କୌଣସି ପ୍ରତିକ୍ରିୟା ମିଳି ନାହିଁ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।