• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ତେଲ ଓ ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ: ବିତଣ୍ଡା ଯୁକ୍ତି କରୁଛନ୍ତି ବିଭାଗୀୟ ମନ୍ତ୍ରୀ

ତେଲ ଓ ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ: ବିତଣ୍ଡା ଯୁକ୍ତି କରୁଛନ୍ତି ବିଭାଗୀୟ ମନ୍ତ୍ରୀ

ତେଲ ଓ ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ଏଭଳି ପ୍ରସଙ୍ଗରେ ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ବୟାନ ଘଟଣାକୁ ଅଧିକ ଗମ୍ଭୀର କରିଛି।

ବିତଣ୍ଡା ଯୁକ୍ତି କରୁଛନ୍ତି ବିଭାଗୀୟ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ବିତଣ୍ଡା ଯୁକ୍ତି କରୁଛନ୍ତି ବିଭାଗୀୟ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ତେଲ ଓ ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ  କରିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ବାରେଜ ନିର୍ମାଣ ଦ୍ୱାରା ରାଜ୍ୟର ଅନେକ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ଏଥିପାଇଁ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ।

ସରକାରଙ୍କ ଉଦାସୀନତା ଯୋଗୁଁ ଏପରି ଘଟୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ତେବେ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ବୟାନ ଘଟଣାକୁ ଅଧିକ ଗମ୍ଭୀର କରିଛି।ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି,"ଛତିଶଗଡ଼ କଣ ଆଜି କଲା କି । ସେ ତାର କାର୍ଯ୍ୟ ଚଳେଇଛି ତ ସେଥିରେ ଅସୁବିଧା କଣ । ଆମେ ଟ୍ରିବୁନାଲରେ ଅଛୁ । ସେ ନେଇ ଆଉ କଣ କରିବା"।

ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ଆକ୍ଷେପ କରି ମନ୍ତ୍ରୀ କହିଛନ୍ତି ଆପଣମାନେ ଯାଉ ନାହାଁନ୍ତି ବନ୍ଦ କରିବେ । ଆପଣ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କଣ ପଦକ୍ଷେପ ନେବେ କି ବୋଲି ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତ ରଖି କହିଛନ୍ତି," କେମିତି କରିବୁ ତାହା କଣ ଆମ ରାଜ୍ୟରେ ହେଉଛି କି ରାଜ୍ୟ ବାହାରେ ହେଉଛି । ଆମେ କିଛି ପଦକ୍ଷେପ ନେଇ ପାରିବୁ ନାହିଁ । ଟ୍ରିବୁନାଲ ନିଷ୍ପତ୍ତି ପରେ ଆମେ ଯାହା ନିଷ୍ପତ୍ତି ନେବୁ। ଆମେ ନ୍ୟାୟିକ ପ୍ରକ୍ରିୟା ଭିତରେ ରହିଛୁ। ନ୍ୟାୟ ପାଇବୁ ବୋଲି ଆଶା। ମହାନଦୀ ତଳ ମୁଣ୍ଡରେ ଜଗତସିଂହପୁର ଚୌଧୁରୀ ଗଡ଼ାଠାରେ ଏକ ବାରେଜ କରାଯିବ,"।

ଏହା ସହ ରାଜ୍ୟରେ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି," ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଚଳିତ ବର୍ଷ ୪ ଟି, ୨୦୨୩ରେ ୪ଟି ଓ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ବିଭାଗ ତାର କାର୍ଯ୍ୟ ଜାରି ରଖିଛି"।

ତେଲ ଓ ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ  କରିବା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଛନ୍ତି,"ଏହି ପ୍ରସଙ୍ଗର ସମାଧାନ ପାଇଁ ଦୁଇଟି କମିଟି ଗଠନ ହୋଇଥିଲା। ଗୋଟିଏ କମିଟି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଓ ଆଉ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ। କିନ୍ତୁ ଥରୁଟିଏ ବୈଠକ ବସିଲାନି କି ବିବାଦ ନେଇ ଆଲୋଚନା ହେଲାନି। ଯଦି ମନ୍ତ୍ରୀ ଏପରି କହିବେ କଣ କୁହାଯାଇ ପାରିବ"।
Published by:Soumya Das
First published: