ସ୍ୱଚ୍ଛତା ବାର୍ତ୍ତା ଦେଲେ ମନ୍ତ୍ରୀ; ହାତରେ ଝାଡ଼ୁ ଧରି ସଫା କଲେ ପାଇଖାନା

ଖଇରା ସ୍କୁଲ ପରିଦର୍ଶନ ସମୟରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ତିଆରି ହୋଇଥିବା ପାଇଖାନା ଓ ବେସିନ ଅପରିଷ୍କାର ହୋଇଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ । ଉଦବେଗ ପ୍ରକାଶ କରିବା ସହ ମନ୍ତ୍ରୀ ଖୋଦ ନିଜ ହାତରେ ଝାଡୁ ଧରି ପାଇଖାନା ଓ ବେସିନ ସଫା ମଧ୍ୟ କରିଥିଲେ ।

ବିଦ୍ୟାଳୟରେ ପାଇଖାନା ଓ ବେସିନ ସଫା କରିଛନ୍ତି ଖୋଦ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ବିଦ୍ୟାଳୟରେ ପାଇଖାନା ଓ ବେସିନ ସଫା କରିଛନ୍ତି ଖୋଦ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ଵର: ସମାଜକୁ ସ୍ୱଚ୍ଛତା ବାର୍ତ୍ତା ଦେଲେ ମନ୍ତ୍ରୀ। ବିଦ୍ୟାଳୟରେ ପାଇଖାନା ଓ ବେସିନ ସଫା କଲେ ଖୋଦ ମନ୍ତ୍ରୀ। ବାଲେଶ୍ଵର ଜିଲ୍ଲା ଖଇରା ଉଚ୍ଚ ବିଦ୍ୟାଳୟରେ ଗୁରୁବାର ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରିଦର୍ଶନରର ଯାଇ ଏଭଳି କାମ କରିଛନ୍ତି। ଯାହାକୁ ନେଇ ସମସ୍ତେ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି।

ମୁଖ୍ୟତଃ 5ଟି ମାଧ୍ୟମରେ ସ୍କୁଲ ଗୁଡ଼ିକର ହେଉଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ ସମୀକ୍ଷା ସହିତ ସ୍ମାର୍ଟ ସ୍କୁଲମାନଙ୍କରେ ବ୍ୟବସ୍ଥା, ଛାତ୍ର ଛାତ୍ରୀ ମାନଙ୍କର ଅସୁବିଧା ଆଦିକୁ ନେଵା ମନ୍ତ୍ରୀ ବିଭିନ୍ନ ସ୍କୁଲ ପରିଦର୍ଶନ କରି ସମୀକ୍ଷା କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଖଇରା ସ୍କୁଲ ପରିଦର୍ଶନ ସମୟରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ତିଆରି ହୋଇଥିବା ପାଇଖାନା ଓ ବେସିନ ଅପରିଷ୍କାର ହୋଇଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ । ଏନେଇ ପ୍ରଥମେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିବା ସହିୟା ସ୍କୁଲର ପ୍ରଧାନଶିକ୍ଷକ ଏଥି ପ୍ରତି ଧ୍ୟାନ ଦେବାପାଇଁ ତାଗିଦ କରିଥିଲେ ସେହିପରି ମନ୍ତ୍ରୀ ଖୋଦ ନିଜ ହାତରେ ଝାଡୁ ଧରି ପାଇଖାନା ଓ ବେସିନ ସଫା ମଧ୍ୟ କରିଥିଲେ ।

"ଛାତ୍ରଛାତ୍ରୀମାନେ ହେଉଛନ୍ତି ଆଗାମୀ ଭବିଷ୍ୟତ ସୁନ୍ଦର ଭବିଷ୍ୟତ ପାଇଁ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକ ଅଛି । ପିଲାମାନେ ଯାଉଥିବା ପାଇଖାନା ଓ ବେସିନ ପରିଷ୍କାର ରହିବାର ନିହାତି ଦରକାର । ସେଥିପାଇଁ ମୁଁ ସଫା କରିଥିଲି," କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ।

ତେବେ ମନ୍ତ୍ରୀଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ। "ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ଦେଶର ବିଭିନ୍ନ ସ୍ଥାନରେ ନେତା ମନ୍ତ୍ରୀ ଉଚ୍ଚ ପଦସ୍ତ ଅଫିସର ସଫେଇ କରୁଥୁବାର ଦେଖିବାକୁ ମିଳୁଛି । ହେଲେ ଜଣେ ମନ୍ତ୍ରୀ ହୋଇ ପାଇଖାନା ସଫା କରିବା ବିରଳ। ଏହାଦ୍ୱାରା ସମାଜକୁ ଏକ ସ୍ୱଚ୍ଛତା ବାର୍ତ୍ତା ମିଳୁଛି,"କହିଛନ୍ତି ଦିଲ୍ଲୀପ ପରିଡ଼ା।
Published by:Soumya Das
First published: