ଆଜିଠାରୁ ରାଜ୍ୟର ୬ ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା; ଟ୍ୱିନସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଆଜିଠୁ ୪ଦିନ ପ୍ରବଳ ବର୍ଷା । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ମୌସୁମୀ ସକ୍ରିୟ ଥିବା ଯୋଗୁ ବର୍ଷା ଲାଗିରହିବ ।

ରାଜ୍ୟର ୬ ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ।

ରାଜ୍ୟର ୬ ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ।

  • Share this:
News 18 Odia Digital

ଭୁବନେଶ୍ୱର; ଆଜିଠୁ ୪ଦିନ ପ୍ରବଳ ବର୍ଷା । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ମୌସୁମୀ ସକ୍ରିୟ ଥିବା ଯୋଗୁ ବର୍ଷା ଲାଗିରହିବ । ଓଡ଼ିଶାର ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, କାଲାହାଣ୍ଡି, ଏବଂ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ସେମି) ହେବାର ସମ୍ଭାବନା ଅଛି । ଏହି ଜିଲ୍ଲା ଗୁଡ଼ିକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।

ରାଜ୍ୟର ଖୋର୍ଦ୍ଧା, ପୁରୀ, ଗଜପତି, ରାୟାଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୁଆପଡା, ବରଗଡ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଏବଂ ସୋନପୁରରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ ରୁ ୧୧ ସେମି) ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଆଜି ଭୁବନେଶ୍ୱର ଓ କଟକ ରେ ମଧ୍ୟ ବର୍ଷା ସହ ବଜ୍ରପାତ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ଯୋଗୁ କିଛି ସ୍ଥାନରେ ପାଣି ଜମିବାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

ଚଳିତ ବର୍ଷ ୧ ଜୁନ୍ ରୁ ୧୩ ଜୁଲାଇ ମଧ୍ୟରେ ମୌସୁମୀ ସ୍ୱାଭାବିକ ୩୩୪.୪ ମିମି ତୁଳନାରେ ୩୧୭.୬ ମିମି କମ୍ ହୋଇଛି । ଏହି ସମୟ ମଧ୍ୟରେ ୬ଟି ଜିଲ୍ଲାରେ ଅଧିକ ବୃଷ୍ଟିପାତ ହୋଇଥିଲା, ୬ ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ବହୁତ କମ୍ ବର୍ଷା ହୋଇଥିବା ବେଳେ ବାକି ୧୮ ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ନବରଙ୍ଗପୁର ଝରିଗାଁରେ ସର୍ବାଧିକ ୧୧୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ନବରଙ୍ଗପୁର ଉମରକୋଟ ଏବଂ ବରଗଡ଼ର ବରପାଲି ଅଂଚଳରେ ୧୦୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
Published by:Soubhagya Mishra
First published: