ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସମୁଦ୍ର ଜୁଆର ଅଟକାଇବାକୁ ପ୍ରସ୍ତୁତ ହେଉଛି ମେଗା ଯୋଜନା; ଫୋକସରେ ଚିଲିକା

ସମୁଦ୍ର ଜୁଆର ଅଟକାଇବାକୁ ପ୍ରସ୍ତୁତ ହେଉଛି ମେଗା ଯୋଜନା; ଫୋକସରେ ଚିଲିକା

ଜୁଆର କ୍ଷୟକ୍ଷତି ରୋକିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ମେଗା ଯୋଜନା। ସର୍ବାଧିକ ଫୋକସରେ ରହିଛି ଚିଲିକା ମୁହାଣ।

ସମୁଦ୍ର ଜୁଆର ଅଟକାଇବାକୁ ପ୍ରସ୍ତୁତ ହେଉଛି ମେଗା ଯୋଜନା; ଫୋକସରେ ଚିଲିକା
ଚିଲିକା ମୁହାଣରେ ପାଇଁ ପ୍ରସ୍ତୁତ ହେଉଛି ମେଗା ଯୋଜନା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 26, 2021, 2:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବାତ୍ୟା ପ୍ରବଣ ଓଡିଶା ଉପକୁଳରେ ପବନ ସହ ସମୁଦ୍ରର ଉଚ୍ଚ ଜୁଆର ବେଶୀ କ୍ଷୟକ୍ଷତି କରିଥାଏ । ଜୁଆର କ୍ଷୟକ୍ଷତି ରୋକିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ମେଗା ଯୋଜନା। ସର୍ବାଧିକ ଫୋକସରେ ରହିଛି ଚିଲିକା ମୁହାଣ।

ସମୁଦ୍ର ତଟବର୍ତ୍ତୀ ବନ୍ଧ ହେବ ସୁଦୃଢ଼ । ପ୍ରଥମ ପର୍ଯ୍ୟାୟରେ  ସମୁଦ୍ର ତଟବର୍ତ୍ତୀ  ଅତ୍ୟଧିକ ଜୁଆର ପ୍ରବଣ ୧୯୮ କିଲୋମିଟର ଲୁଣା ବନ୍ଧକୁ ୭୬୩ କୋଟି ଖର୍ଚ୍ଚରେ କରାଯିବ ସଶକ୍ତ  ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକର ନିଷ୍ପତି ଅନୁସାରେ "ଜୁଆର କ୍ଷୟକ୍ଷତି ରୋକିବା ସହ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ୫୯ଟି ସ୍ଥାନରେ  ଲୁଣା ବନ୍ଧକୁ ସୁଦୃଢ଼ କରିବାକୁ ରହିଛି ପ୍ରସ୍ତାବ । ରାଜ୍ୟ ସରକାର ଏଥିପାଇଁ ୧୫୬୫ କୋଟି ଟଙ୍କାର ଖର୍ଚ୍ଚ ଆକଳନ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି  । ବିଶେଷକରି ୧୬୩୬ କିଲୋମିଟର ଲୁଣା ବନ୍ଧକୁ ୩ ଭାଗରେ ବିଭକ୍ତ କରାଯାଇଛି  । ପ୍ରଥମରେ ରହିଛି ୧୯୮ କିଲୋମିଟର ଜୁଆର ପ୍ରବଣ ଲୁଣା ବନ୍ଧ ।

ଏହି ଅଞ୍ଚଳକୁ ୟାସ୍ ବାତ୍ୟାରେ ସମୁଦ୍ର ଜୁଆର ମାଡି ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା  । ଏହି ଅଞ୍ଚଳରେ ଲୁଣା ବନ୍ଧର ନିର୍ମାଣ ଓ ଉନ୍ନତିକରଣ ପାଇଁ ୭୬୩ କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ ରହିଛି  । ଦ୍ୱିତୀୟରେ ୧୫୩.୭୯ କିଲୋମିଟର ସମୁଦ୍ର ତଟ ଲୁଣା ବନ୍ଧ ପାଇଁ ୨୬୨.୬୬ କୋଟି ଟଙ୍କା ଓ ତୃତୀୟରେ ୬୩. ୪୧ କିଲୋମିଟର ଲୁଣା ବନ୍ଧ ପାଇଁ ୨୬୨ କୋଟି ୬୭ଲକ୍ଷ ଟଙ୍କା ବ୍ୟୟ ଆକଳନ କରାଯାଇଛି  । ପ୍ରଥମ ପର୍ଯ୍ୟାୟରେ ସବୁଠୁ ବିପଦପ୍ରବଣ  କିଲୋମିଟର ଲୁଣା ବନ୍ଧ ପାଇଁ ୭୬୩ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟ କରାଯାଇ ବନ୍ଧର ସୁଦୃଢୀକରଣ କରାଯିବ ।"

ଚିଲିକାର ପରବେଶବିଦ୍ ରମାଶଙ୍କର ପାତ୍ରଙ୍କ କହିବା ଅନୁସାରେ, "ସବୁବେଳେ ଚିଲିକା ଜୁଆର ଯୋଗୁଁ ପ୍ରତିବର୍ଷ ୧୯.୮୭ ମିଟର ଯାଏଁ ସର୍ବାଧିକ ସାମୁଦ୍ରିକ ଅବକ୍ଷୟର ସାମ୍ନା କରୁଛି  । ଆଉ ଏଥିପାଇଁ ପ୍ରତିବର୍ଷ ପାଖାପାଖି ୧୬.୯୧ ମିଟର ପୋତିହୋଇଯାଉଛି ଚିଲିକା  । ୯୦୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଚିଲିକା ବର୍ଷା ମାସରେ ୧୧୬୫ ବର୍ଗ କିଲୋମିଟର ଅଂଚଳରେ ପ୍ରବାହିତ ହୋଇଥାଏ  । ତେଣୁ ଜୁଆର ପ୍ରଭାବରେ ଚିଲିକାର ପାଣି ନିକଟସ୍ଥ ଗ୍ରାମଗୁଡିକରେ ପ୍ରବେଶ କରିବା ଫଳରେ ଲୋକେ ହଇରାଣ ହେଉଛନ୍ତି,"।

ଜଳ ସମ୍ପଦ ବିଭାଗ ଆଇଆଇଟି ମାଡ୍ରାସ , ଚେନ୍ନାଇସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସନ ଟେକ୍ନୋଲୋଜି କିମ୍ବା ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସେନ ଠାରନ ବୈଷୟିକ ସହାୟତା ନିଆଯିବ  ।
Published by: Soumya Das
First published: November 26, 2021, 2:25 PM IST