ପଞ୍ଚାୟତ ନିର୍ବାଚନ: ରାଜ୍ଯ ପ୍ରଭାରୀଙ୍କ ଅଧ୍ଯକ୍ଷତାରେ ବିଜେପି ମୁଖ୍ଯାଳୟରେ ମାରାଥନ ବୈଠକ

ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ଜୋରଦାର ପ୍ରସ୍ତୁତି । ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ହେଉଛି ଘନଘନ ବୈଠକ । ରାଜ୍ୟ ବିଜେପିର ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ନିର୍ବାଚନ ପାଇଁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ ହୋଇଥିଲା ।

ବିଜେପି ରାଜ୍ୟ ମୁଖ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି (ପ୍ରତୀକାତ୍ମକ ଛବି)

ବିଜେପି ରାଜ୍ୟ ମୁଖ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ଜୋରଦାର ପ୍ରସ୍ତୁତି । ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ହେଉଛି ଘନଘନ ବୈଠକ । ଦିନ ତମାମ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରର୍ଯ୍ୟାୟକ୍ରମେ ସାମିଲ ହୋଇଥିଲେ କୋର କମିଟି ସଦସ୍ୟ,  ସାଂସଦ ତଥା ବିଧାୟକମାନେ । ରାଜ୍ୟ ବିଜେପିର ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଆହୂତ ଏହି ବୈଠକରେ ପଂଚାୟତ ନିର୍ବାଚନ ପାଇଁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ ହେବା ସହିତ ଭୋଟରଙ୍କ ପାଖକୁ କ’ଣ ସବୁ ପ୍ରସଙ୍ଗ ନେଇ ଦଳ ଯିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ପୂର୍ବାହ୍ନରେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିଲା ବିଜେପିର ମାରାଥନ ବୈଠକ । ଦଳୀୟ ନେତା ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନେଇ ଦିନ ତମାମ ଚାଲିଥିଲା ଏହି ବୈଠକ,ଯେଉଁଥିରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କିଭଳି  ରହିବ ଦଳର ଉଦ୍ୟମ, କେଉଁବର୍ଗକୁ ଗୁରୁତ୍ୱ ଦିଆଯିବ, ସର୍ବୋପରି କେଉଁ କେଉଁ ଏଜେଣ୍ଡା ନେଇ ଲୋକଙ୍କ ପାଖକୁ ଯିବ ଦଳ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହା ସହିତ ନିର୍ବାଚନ ପରିଚାଳନା ପାଇଁ ସ୍ୱତନ୍ତ୍ର କମିଟି ଗଠନ ସହିତ ଏହାର କାର୍ଯ୍ୟଶୈଳୀର ରୂପରେଖ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ରାଜ୍ୟ ବିଜେପିର ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆହୂତ ହୋଇଥିଲା। ପ୍ରଥମେ ବୈଠକରେ ଦଳୀୟ ସାଂସଦମାନେ ସାମିଲ ହୋଇଥିଲେ। ସାଂସଦମାନଙ୍କ ସହିତ ବିଭିନ୍ନୱାନ ଟୁ ୱାନ ଆଲୋଚନା କରିଥିଲେ ପ୍ରଭାରୀ । ପରେ ପରେ ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲା । ଏହା ପରେ କୋର କମିଟି ସଦସ୍ୟଙ୍କୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷକରି ଦଳର ସାଂଗଠନିକ ସ୍ଥିତିକୁ ମଜବୁତ୍ କରିବା, ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟସ୍ତରରେ ଓ ଜିଲ୍ଲାସ୍ତରରେ ଇସ୍ତାହାର ପ୍ରସ୍ତୁତ କରିବା ଓ ତୃଣମୂଳସ୍ତରରେ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଅନୁସାରେ,ବିଜେପିର ନିତି ଓ ଆଦର୍ଶ ଧାରାରେ ‘ହମାରା ବୁଥ୍‌, ସବ୍‌ସେ ମଜବୁତ’ ଡ଼ାକରାକୁ ଗୁୁରୁତ୍ୱ ଦେଇ ବୁଥସ୍ତରରେ ସଂଗଠନକୁ ମଜବୁତ୍ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ବିଶେଷକରି ନିର୍ବାଚନକୁ ଆଖିରେ ରଖି ଦଳ ସମସ୍ତ ପ୍ରସ୍ତୁତିକୁ କିଭଳି ଚୂଡ଼ାନ୍ତ କରାଯିବ ତାଉପରେ ଆଲୋଚନା ହୋଇଥିଲା ।
Published by:Soumya Das
First published:
)}