News18 Odia Digital
କଟକ: ଜୁଲାଇ ମାସର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏ ଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛି ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ଼ । ଦଶମ ଶ୍ରେଣୀ ସହିତ SOSC ଓ ମଧ୍ୟମା ପରୀକ୍ଷାର ଫଳ ମଧ୍ୟ ପ୍ରକାଶ କରାଯିବ । ଖାତା ମୂଲ୍ୟାୟନ ପାଇଁ ରାଜ୍ୟରେ ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ଦୁଇ ସପ୍ତାହ ପୂର୍ବରୁ ଖାତା ଦେଖା କାର୍ଯ୍ୟକୁ ଶେଷ କରିଛି ବୋର୍ଡ ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି,"ଖାତା ଦେଖା ଶେଷ ହେବା ପରେ ଟାବୁଲେସନ କାର୍ଯ୍ୟ ଜାରି ରହିଛି । ନୂଆ ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ହୋଇଥିବାରୁ ତିନିଟି ପର୍ଯ୍ୟାୟରେ ଟାବୁଲେସନ କାର୍ଯ୍ୟ କରାଯାଉଛି । ଏହା ବ୍ୟତିତ ଯେପତି ନିର୍ଭୁଲ ଭାବେ ଫଳ ପ୍ରକାଶନ ହୋଇ ପାରିବ ସେଥିପ୍ରତି ଧ୍ୟାନ ଦିଆଯାଉଛି" ।
ତେବେ ନିର୍ଦ୍ଧିଷ୍ଟ କେଉଁ ତାରିଖରେ ପରୀକ୍ଷା ଫଳ ପ୍ରକାଶ କରାଯିବ ସେ ନେଇ ବୋର୍ଡ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇନଥିଲେ ମଧ୍ୟ ଜୁଲାଇ ୨ କିମ୍ବା 3 ତାରିଖ ଦିନ ଫଳ ପ୍ରକାଶନ ହୋଇ ପାରେ ବୋଲି ବୋର୍ଡ ସୁତ୍ରରୁ ଜଣା ପଡ଼ିଛି ।
ଚଳିତବର୍ଷ ମାଟ୍ରିକ ପରୀକ୍ଷା ମାତ୍ର ୮୦ ମାର୍କ ବିଶିଷ୍ଟ ହୋଇଥିବା ବେଳେ ସେଥିମଧ୍ୟରୁ ୫୦ ମାର୍କ ଅବଜେକ୍ଟିଭ ଓ ୩୦ ମାର୍କ ସବଜେକ୍ସିଭ ବିଶିଷ୍ଟ ରହିଛି । ଅବଜେକ୍ସଟିଭ ବା ଓଏମଆର ଖାତା ମୂଲ୍ୟାୟନ କମ୍ପ୍ୟୁଟର ମାଧ୍ୟମରେ ଏବଂ ବାକି ୩୦ ମାର୍କ ବିଶିଷ୍ଟ ସବଜେକ୍ସିଭ ଉତ୍ତର ଖାତାକୁ ପରୀକ୍ଷକମାନେ ମୂଲ୍ୟାୟନ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।