ଏପ୍ରିଲ ୨୯ରୁ ଆରମ୍ଭ ହେଉଛି ମାଟ୍ରିକ ସମେଟିଭ୍ ପରୀକ୍ଷା; ସୂଚୀ ପ୍ରକାଶ କଲା ବୋର୍ଡ଼

ଆସନ୍ତା ଏପ୍ରିଲ ମାସ ୨୯ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ସମେଟିଭ୍ ପରୀକ୍ଷା। ମେ' ମାସ ୭ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ପରିଷଦ ।

ବୋର୍ଡ ସଭାପତି ରାମାଶିଷ ହାଜରା

ବୋର୍ଡ ସଭାପତି ରାମାଶିଷ ହାଜରା

  • Share this:
News18 Odia Digital

କଟକ: ଆସନ୍ତା ଏପ୍ରିଲ ମାସ ୨୯ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ସମେଟିଭ୍ ପରୀକ୍ଷା। ମେ' ମାସ ୭ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ଼ ।

ଏପ୍ରିଲରେ ୨୯ ତାରିଖ ଦିନ ଦ୍ବିତୀୟ ଭାଷା ଇଂରାଜୀ, ମେ' ୧ ତାରିଖରେ ଟିଏଲଭି ପ୍ରାକ୍ଟିକାଲ୍, ୨ ତାରିଖରେ ଗଣିତ, ୪ ତାରିଖରେ ସାଧାରଣ ବିଜ୍ଞାନ, ୫ ତାରିଖରେ ପ୍ରଥମ ଭାଷା, ୬ ତାରିଖରେ ତୃତୀୟ ଭାଷା, ୭ ତାରିଖରେ ସାମାଜିକ ବିଜ୍ଞାନ ବିଷୟର ପରୀକ୍ଷା କରାଯିବ ।  ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଥମ ଭାଷା, ସାଧାରଣ  ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟର ପ୍ରଶ୍ନ ପତ୍ର ପୃଥକ ହେବ। ପ୍ରତି ପରୀକ୍ଷା ପାଇଁ ଦୁଇ ଘଣ୍ଟାର ସମୟ ସୀମା ରହିବ କିନ୍ତୁ କେବଳ ଗଣିତ ବିଷୟ ପାଇଁ ଅତିରିକ୍ତ ୧୫ ମିନିଟ ସମୟ ଦିଆଯିବ।

ପ୍ରତ୍ୟେକ ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ସବଜେକ୍ଟିଭ ପାଇଁ ୩୦ ମାର୍କ ଓ ଅବଜେକ୍ଟିଭ ପାଇଁ ୫୦ ମାର୍କ ରହିବ । ସବଜେକ୍ଟିଭ ପାଇଁ ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ଥିବା ବୁକଲେଟ୍ ଦିଆଯିବ ଓ ଅବଜେକ୍ଟିଭ ପାଇଁ ଓଏମଆର ଦିଆଯିବ । ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଦୈନିକ ଗୋଟିଏ ଲେଖାଏଁ ସିଟିଂ ରହିବ । ମେ' ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ଦେବେ ଓ ଯଦି କେଉଁଠାରେ କିଛି ସମସ୍ୟା ଉପୁଜେ ତେବେ ସମ୍ପୃକ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ । ସମେଟିଭ ୨ ପରୀକ୍ଷାଟି ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନୂଆ ଢାଞ୍ଚାରେ ହେଉଛି । ସମେଟିଭ ୧ ଓ ସମେଟିଭ ୨ ଏଭଳି ଦୁଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି। ସମେଟିଭ ୧ ପରୀକ୍ଷା ଶେଷ ହୋଇଥିବା ବେଳେ ଏପ୍ରିଲ ମାସ ୨୯ ତାରିଖରୁ ସମେଟିଭ ୨ ପରୀକ୍ଷା ଆରମ୍ଭ ହେବ । ତିନୋଟି ପଦ୍ଧତିରେ ଏହି ପରୀକ୍ଷା ମୂଲ୍ୟାୟନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି।

"ଖରାକୁ ଦୃଷ୍ଟିରେ ରଖି ସକାଳ ୮ରୁ ପରୀକ୍ଷା ଆରମ୍ଭ କରାଯିବ। ଏହି ପରୀକ୍ଷାକୁ ସୂଚାରୁ ରୂପେ ସମ୍ପର୍ଣ୍ଣ କରିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା କରାଯାଇଛି। ଏହା ସହିତ ପରୀକ୍ଷା ସମୟରେ କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପରୀକ୍ଷା ହଲ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ମାସ୍କ ବାଧ୍ୟତା ମୂଳକ କରାଯିବା ସହ ହଲ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା, ପରୀକ୍ଷା ହଲକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରିବା ଉପରେ ଗୁରୁତ୍ବ ଦିଆଯିବ,"କହିଛନ୍ତି ବୋର୍ଡ଼ ସଭାପତି ରାମାସିସ୍ ହଜରା ।
Published by:Soumya Das
First published: