ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର; ଏହି ଦିନ ପ୍ରକାଶ ପାଇବ ଫଳାଫଳ

ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ।

ମାଟ୍ରିକ ରେଜଲ୍ଟ

ମାଟ୍ରିକ ରେଜଲ୍ଟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳାଫଳ(Matric Result) । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି  ।ସେହିପରି ମେ ଶେଷ ସପ୍ତାହ ସୁଦ୍ଧା ବାହାରିପାରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ।  ଏହାସହ ଖୁବଶୀଘ୍ର ଚୂଡାନ୍ତ ତାରିଖ ଘୋଷଣା କରାଯବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ମେ’ ମାସ ଶେଷ ସୁଦ୍ଧା ଯୁକ୍ତ୨ ବାଣିଜ୍ୟ ଓ ବିଜ୍ଞାନର ପରୀକ୍ଷା ଫଳ ବାହାର କରାଯିବ । ଏହା ସହିତ ମେ’ ମାସ ତୃତୀୟ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ବାହାର କରିବା ନେଇ ଆଶା ରଖିଛୁ । ତେବେ କେଉଁ କେଉଁ ତାରିଖରେ ପରୀକ୍ଷା ଫଳ ଘୋଷଣା କରାଯିବ ସେନେଇ ଖୁବଶୀଘ୍ର ଜଣାଇ ଦିଆଯିବ ।

EPF Withdrawal: EPFରୁ ପଇସା ଉଠାଇବାରେ ସହଜ ଓ ସୁବିଧା ଉପାୟ, ଜାଣନ୍ତୁ


ପୂର୍ବରୁ ଏନେଇ ସୂଚନା ଦେଇ ମନ୍ତ୍ରୀ ମନ୍ତ୍ରୀ କହିଥିଲେ ଯେ, ମାଟ୍ରିକ ପରୀକ୍ଷା ଖାତା ଦେଖା ଶେଷ ହୋଇସାରିଛି। ବର୍ତ୍ତମାନ ଟାବୁଲେସନ୍ ଚାଲିଛି। ବୋର୍ଡ ପକ୍ଷରୁ ଫଳାଫଳ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ତେଣୁ ମେ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ।
Published by:Soumya Das
First published: