ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ; ପ୍ରାୟ ୯୧% ଛାତ୍ରଛାତ୍ରୀ ପାସ୍

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ। ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି।

 ମାଟ୍ରିକ ରେଜଲ୍ଟ (ପ୍ରତୀକାତ୍ମକ ଛବି)

ମାଟ୍ରିକ ରେଜଲ୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ। ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି। ଛାତ୍ରଛାତ୍ରୀମାନେ bseodisha.ac.in କିମ୍ବା bseodisha.nic.in  ୱେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ।  ଏହାଛଡ଼ା SMS ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ।

କିପରି ଜାଣିବେ ଫଳାଫଳ

ଅଫିସିଆଲ୍ ୱେବସାଇଟ୍ - bseodisha.ac.in କିମ୍ବା bseodisha.nic.in କୁ ଯାଆନ୍ତୁ।

BSE ଦଶମ ଫଳାଫଳ ଲିଙ୍କରେ ଖୋଜ ଓ କ୍ଲିକ୍ କରନ୍ତୁ।

ଆବଶ୍ୟକ ଲଗଇନ୍ ପରିଚୟପତ୍ର ଭର୍ତ୍ତି କରନ୍ତୁ।

BSE କ୍ଲାସ୍ ୧୦ ଓଡିଶା ଫଳାଫଳ 2022 ଦାଖଲ ଓ ଯାଞ୍ଚ କରନ୍ତୁ।

ପରବର୍ତ୍ତୀ ରେଫରେନ୍ସ ପାଇଁ ଫଳାଫଳର ଏକ ପ୍ରିଣ୍ଟଆଉଟ୍ ଡାଉନଲୋଡ୍ କରନ୍ତୁ।

ଆପଣ OR (10) ରୋଲ ନମ୍ବର ଲେଖି  ୫୬୭୬୭୫୦  ନମ୍ବରକୁ  SMS କଲେ ଆପଣ ପରୀକ୍ଷା ଫଳ ପାଇପାରିବେ। ମହାମାରୀ ଯୋଗୁ ୨ ବର୍ଷ ପରେ ଅଫ୍‌ଲାଇନ୍‌ରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଚଳିତବର୍ଷ ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ  ।

ସୂଚନା ମୁତାବିକ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍ ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ , ୬୫ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା।
Published by:Soumya Das
First published: