ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା; ସମାନ ରହିବ ରେଗୁଲାର ଓ ଏକ୍ସରେଗୁଲାର ପ୍ରଶ୍ନପତ୍ର

ଚଳିତ ବର୍ଷ ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହୋଇ ପରୀକ୍ଷା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଉଭୟ ଏକ୍ସରେଗୁଲାର ଓ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ସମାନ ପ୍ରଶ୍ନପତ୍ର ରହିବ ବୋଲି ବୋର୍ଡ କାର୍ଯ୍ୟଳୟ ସୂଚନା ଦେଇଛନ୍ତି ।

ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା; ସମାନ ରହିବ ରେଗୁଲାର ଓ ଏକ୍ସରେଗୁଲାର ପ୍ରଶ୍ନପତ୍ର

ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା; ସମାନ ରହିବ ରେଗୁଲାର ଓ ଏକ୍ସରେଗୁଲାର ପ୍ରଶ୍ନପତ୍ର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ମାଟ୍ରିକ ପରୀକ୍ଷା ତାରିଖ ନେଇ କିଛିଦିନ ହେବ ଚର୍ଚ୍ଚା ଆଲୋଚନା ଲାଗିରହିବା ପରେ ଆଜି ବୋର୍ଡ ପରିଚାଳନା କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହୋଇ ପରୀକ୍ଷା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ସେହିପରି ଧନ୍ଦାମୂଳକ ଟ୍ରେଡର ପ୍ରାକ୍ଟିକାଲ ପରୀକ୍ଷା ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଚଳିତଥର ମଧ୍ୟ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଉଭୟ ଏକ୍ସରେଗୁଲାର ଓ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ସମାନ ପ୍ରଶ୍ନପତ୍ର ରହିବ ବୋଲି ବୋର୍ଡ କାର୍ଯ୍ୟଳୟ ସୂଚନା ଦେଇଛନ୍ତି ।

ଏଥିସହିତ ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି । ମାଟ୍ରିକ ପରୀକ୍ଷା ପୂର୍ବରୁ ନବମ ଶ୍ରେଣୀ ପରୀକ୍ଷା ସମାପ୍ତ କରାଯିବ । ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଶେଷ ହେବ । ପରେ ଫେବୃଆରୀ ୨୮ ମଧ୍ୟରେ ମୂଲ୍ୟାଙ୍କନ କାର୍ଯ୍ୟ ଶେଷ ହେବ ।
Published by:Soubhagya Mishra
First published: