ଝାଡ଼ଖଣ୍ଡରୁ ଅପରେଟ କରୁଛି ଜମତାରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ; ୭ଟି ରାଜ୍ୟରେ ରହିଛି ୫୫ଟି ମାମଲା

ଜମତାରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡରେ ରହି ଗ୍ୟାଙ୍ଗ ଅପରେଟ କରୁଛି । ତାର ପରିଚୟ ମିଳିବା ପରେ ତାକୁ ଧରିବା ପାଇଁ ଟିମ ଝାଡ଼ଖଣ୍ଡ ଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଏହି ଗ୍ୟାଙ୍ଗ ନାମରେ ୭ଟି ରାଜ୍ୟରେ ୫୫ଟି ମାମଲା ରୁଜୁ ହୋଇଛି ।

ଝାଡ଼ଖଣ୍ଡରୁ ଅପରେଟ କରୁଛି ଜମାତାରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ (ପ୍ରତୀକାତ୍ମକ ଛବି)

ଝାଡ଼ଖଣ୍ଡରୁ ଅପରେଟ କରୁଛି ଜମାତାରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ଗିରଫ ହୋଇଥିବା ୩ଜଣ ଜମତାରା ଗ୍ୟାଙ୍ଗର ଖୋଲୁଛି ଗୁମର । ଏହି ଗ୍ୟାଙ୍ଗ ନାମରେ ୭ଟି ରାଜ୍ୟରେ ୫୫ଟି ମାମଲା ରୁଜୁ ହୋଇଛି । ତେଲେଙ୍ଗାନାରେ ସର୍ବାଧିକ ମାମଲା ରୁଜୁ ହୋଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ଟିମ । ଏବେ ସୁଦ୍ଧା ଓଡ଼ିଶାରେ କାହାକୁ ଠକିଥିବା ନେଇ ଜଣା ପଡ଼ି ନଥିବା ବେଳେ ଗୋରଖପୁରର ଜଣେ ଲୋକଙ୍କୁ ୩ଲକ୍ଷ ୮୮ହଜାର ଟଙ୍କା ଠକିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ରିଆଣ୍ଡ ସରିବା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ।

୩ଅଭିଯୁକ୍ତ ରିମାଣ୍ଡ ବେଳେ ସେମାନଙ୍କ ନେଟୱର୍କ କିଭଳି କାମ କରୁଥିଲା ସେସବୁ କ୍ରାଇମବ୍ରାଞ୍ଚ ଆଗରେ କହିଛନ୍ତି । ଏମାନଙ୍କ ମାଷ୍ଟରମାଇଣ୍ଡ ଝାଡଖଣ୍ଡରେ ରହି ଗ୍ୟାଙ୍ଗ ଅପରେଟ କରୁଛି । ତାର ପରିଚୟ ମିଳିବା ପରେ ତାକୁ ଧରିବା ପାଇଁ ଟିମ ଝାଡ଼ଖଣ୍ଡ ଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ସେହିପରି ଏହି ଗ୍ୟାଙ୍ଗକୁ ବ୍ୟାକିଙ୍ଗ ଡାଟା ଦେଉଥିବା ବ୍ୟକ୍ତିଙ୍କର ମଧ୍ୟ ଠିକଣା ପାଇଛି ତଦନ୍ତକାରୀ ଟିମ ।

"ରିମାଣ୍ଡ ବେଳେ ଏମାନଙ୍କ ଠାରୁ ଆମେ ଅନେକ ତଥ୍ୟ ପାଇଛୁ । ଯେମିତିକି ଏମାନଙ୍କ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡରେ ରହି ଗ୍ୟାଙ୍ଗ ଅପରେଟ କରୁଛି। ଆକାଉଣ୍ଟରୁ ସିଧା ମାଷ୍ଟରମାଇଣ୍ଡ ପାଖକୁ ଯାଉଛି । ସେ ଯଥାଶୀଘ୍ର ଏହି ଟଙ୍କାକୁ ଅନ୍ୟ ଆକାଉଣ୍ଟଗୁଡ଼ିକୁ ଟ୍ରାଞ୍ଜକସନ କରୁଛି । ସେହିପରି ଯେଉଁବ୍ୟକ୍ତ ଏମାନଙ୍କୁ ବ୍ୟାକିଙ୍ଗ ଡାଟା ଦେଉଥିଲା ତାହାର ଠିକଣା ମଧ୍ୟ ମିଳିଛି  । ସେ ମୁମ୍ବାଇରେ ରହି ଏ ଗ୍ୟାଙ୍ଗକୁ ବିଭିନ୍ନ ବ୍ୟକ୍ତିଙ୍କ ଡାଟା ଦେଉଥିଲା । ୨୦ ହଜାର ଡାଟା ପାଇଁ ସେ ନେଉଥିଲା ୫ ହଜାର ଟଙ୍କା । ଏବେ ସୁଦ୍ଧା ଏହି ଗ୍ୟାଙ୍ଗ ନାମରେ ୭ଟି ରାଜ୍ୟରେ ୫୫ଟି ମାମଲା ରୁଜୁ ହୋଇଥିବା ସ୍ପଷ୍ଟ ହୋଇଛି । ଆଗକୁ ଆହୁରି ଅଭିଯୋଗ ସାମ୍ନାକୁ ଆସିବ ବୋଲି ଆମେ ଆଶଙ୍କା କରୁଛୁ,"କହିଛନ୍ତି କ୍ରାଇମବ୍ରାଞ୍ଚ ଏ.ଡ଼ି.ଜି ସଞ୍ଜିବ ପଣ୍ଡା ।

ଯେଉଁ ରାଜ୍ୟରେ ଏମାନଙ୍କ ନାମରେ ମାମଲା ରହିଛି, ସେହି ରାଜ୍ୟ ପୋଲିସ ଏମାନଙ୍କୁ ଟ୍ରାଞ୍ଜିଟିଂ ରିମାଣ୍ଡରେ ନେଇ ଜେରା କରିବ ବୋଲି ଜଣା ପଡ଼ିଛି । ଏଥିପାଇଁ ପ୍ରଥମେ ତେଲେଙ୍ଗାନା ପୋଲିସ ଏହି ଗ୍ୟାଙ୍ଗକୁ ରିମାଣ୍ଡରେ ନେଇ ଜେରା କରିବ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ସେମାନଙ୍କ ଲୁଟର ତରିକା କିଭଳି ଥିଲା , କେଉଁମାନଙ୍କୁ ସେ ଟାର୍ଗେଟ କରୁଥିଲା । ଏଭଳି ତଥ୍ୟର ଗୁମର ଖୋଲିବ କ୍ରାଇମବ୍ରାଞ୍ଚ ଟିମ ।

"୨୦୨୦ରୁ ୨୦୧୧ ମସିହା ଦୁଇବର୍ଷ ଏହି ଗ୍ୟାଙ୍ଗ ଆକ୍ଟିଭ ଥିଲା।  ବିଶେଷ କରି କେ.ୱାଇ.ସି ଅପଡେଟ ନାଁରେ ଏମାନେ ଠକେଇ କରୁଥିଲେ । ନିର୍ଦ୍ଦିଷ୍ଟ କିଛି ନମ୍ବରରୁ ଏମାନେ ଲୋକଙ୍କ ପାଖକୁ ମେସେଜ କରିବେ। ଯେଉଁଥିରେ ଲେଖାଥିବ ସିମକାର୍ଡ଼ କିମ୍ବା ଏ.ଟି.ଏମ ନମ୍ବର ବ୍ଲକ ହୋଇଯିବ।  ତୁରନ୍ତ KYC ଅପଡେଟ କରିବକୁ ମେସେଜ କରିବେ । ଯେଉଁଥିରେ ଏକ ଲିଙ୍କ ଥିବ । ସେହି ଲିଙ୍କ କୁ କ୍ଲିକ କଲେ ଆଖି ପିଛୁଳାକେ ଆକାଉଣ୍ଟ ଖାଲି ହୋଇଯାଉଛି । ତେଣୁ କୌଣସି ନିର୍ଦ୍ଦିଷ୍ଟ ନମ୍ବର ରୁ ମେସେଜ କିମ୍ବା ଫୋନ ଆସିଲେ ତାକୁ ଆଭଏଡ଼ କରନ୍ତୁ," ରାଜ୍ୟ ବାସୀଙ୍କ ଉପଲକ୍ଷେ" କହିଛନ୍ତି କ୍ରାଇମବ୍ରାଞ୍ଚ ଏ.ଡ଼ି.ଜି ଶ୍ରୀ ପଣ୍ଡା ।
Published by:Soumya Das
First published: