ଏକେ 47 ଛାଡ଼ି ଗୁପଚୁପ ବିକୁଛନ୍ତି ମାଓ ଦମ୍ପତି; ମୁଖ୍ୟସ୍ରୋତରେ ସାମିଲ ପରେ ବଦଳିଛି ଜୀବନ

ଯେଉଁ ହାତରେ ଦିନେ ଅତ୍ୟାଧୁନିକ ମାରଣାସ୍ତ୍ର ଚଳାଉଥିଲେ ସେହି ହାତରେ ଏବେ ଧରୁଛନ୍ତି ଚଟୁ । ସେହି ହାତରେ ଗୋଳଉଛନ୍ତି ବେଶନ, ସେହି ହାତରେ ଏବେ ଗ୍ରାହକଙ୍କୁ ପରଷି ଦେଉଛନ୍ତି ସୁସ୍ବାଦୁ  ବ୍ରେଡ ଚପ, ବରା, ସିଙ୍ଗଡା, ଗୁପୁଚୁପ ଆଉ କେତେ କଣ ଖାଦ୍ୟ ପଦାର୍ଥ ।

ଏକେ 47 ଛାଡ଼ି ଗୁପଚୁପ ବିକୁଛନ୍ତି ମାଓ ଦମ୍ପତି; ମୁଖ୍ୟସ୍ରୋତରେ ସାମିଲ ପରେ ବଦଳିଛି ଜୀବନ

ଏକେ 47 ଛାଡ଼ି ଗୁପଚୁପ ବିକୁଛନ୍ତି ମାଓ ଦମ୍ପତି; ମୁଖ୍ୟସ୍ରୋତରେ ସାମିଲ ପରେ ବଦଳିଛି ଜୀବନ

  • News18 Odia
  • Last Updated :
  • Sambalpur, India
  • Share this:
News 18 Odia Digital

ସମ୍ୱଲପୁର; ଯେଉଁ ହାତରେ ଦିନେ ଅତ୍ୟାଧୁନିକ ମାରଣାସ୍ତ୍ର ଚଳାଉଥିଲେ ସେହି ହାତରେ ଏବେ ଧରୁଛନ୍ତି ଚଟୁ । ସେହି ହାତରେ ଗୋଳଉଛନ୍ତି ବେଶନ, ସେହି ହାତରେ ଏବେ ଗ୍ରାହକଙ୍କୁ ପରଷି ଦେଉଛନ୍ତି ସୁସ୍ବାଦୁ  ବ୍ରେଡ ଚପ, ବରା, ସିଙ୍ଗଡା, ଗୁପୁଚୁପ ଆଉ କେତେ କଣ ଖାଦ୍ୟ ପଦାର୍ଥ । ପୂର୍ବରୁ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିବା ଓ ପରେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଓ ଦମ୍ପତି ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ମାଓ ଅଧ୍ୟୁସିତ ମେଘପାଳ ଛକରେ ଉଠା ଦୋକାନ କରିଛନ୍ତି ।



ଉଭୟ ସ୍ବାମୀ ସ୍ତ୍ରୀ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଟାମ୍ପରସିଂହା ଗାଁର ଅମର ମିର୍ଦ୍ଧା ଓ  ଆରତି ମିର୍ଦ୍ଧା । ଉଭୟ ସ୍ବାମୀ ସ୍ତ୍ରୀ ଦୀର୍ଘ ବର୍ଷ ମାଓ ସଂଗଠନରେ ସାମିଲ ଥିଲେ । ଅମର ୨୦୦୨ ମସିହାରୁ ମାଓ ସଂଗଠନରେ ସାମିଲ ହୋଇଥିବା ବେଳେ ୨୦୦୫ରେ ଆରତି ମାଓ ସଂଗଠନରେ ମିଶିଥିଲେ । ଅମର ମିର୍ଦ୍ଧା ଓ ଆରତି ମିର୍ଦ୍ଧା ମାଓ ସଂଗଠନରେ ସାମିଲ ହେବା ପରେ ବିବାହ କରିଥିଲେ । ଅମରଙ୍କ କହିବାନୁଯାଇ, ସେ ପ୍ରଥମେ ଏମସିସି ବା ମାଓଇଷ୍ଟ କମ୍ୟୁନିଷ୍ଟ ସେଣ୍ଟରରେ ସାମିଲ ହୋଇଥିଲେ । ପରେ ଏହି ସଂଗଠନକୁ ସିପିଆଇ ମାଓବାଦୀ ନାମରେ କୁହାଗଲା । ସମ୍ବଲପୁର, ଦେଓଗଡ ଓ ସୁନ୍ଦରଗଡକୁ ମିଶାଇ ଏସଡିଏସ ଜୋନରେ କାର୍ଯ୍ୟ କରୁଥିଲା ଏହି ସଂଗଠନ । ସେ ଅସ୍ତ୍ରଶସ୍ତ୍ର ଚାଳନାର ଟ୍ରେନିଙ୍ଗ ନେଇଥିଲେ । ରାଜ୍ୟ ତଥା ରାଜ୍ୟ ବାହାରେ ସେ ମାଓ କ୍ୟାମ୍ପରେ ଯୋଗ ଦେଇ ଏକେ-47, ଷ୍ଟନ ଗନ୍‌, ଏସଏଲଆର ଆଦି ଅତ୍ୟାଧୁନିକ ବନ୍ଧୁକ ଚାଳନାରେ ଥିଲେ ସେ ସିଦ୍ଧହସ୍ତ । ସ୍ତ୍ରୀ ଆରତି ମଧ୍ୟ ବନ୍ଧୁକ ଚାଳନାରେ ଥିଲେ ଦକ୍ଷ । ଦୀର୍ଘ ବର୍ଷ ଧରି ମାଓ ଗତିବିଧିରେ ସମ୍ପୃକ୍ତ ରହିବା ସହ ୩ ବର୍ଷ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ସେ ଦେବଗଡ ଓ ସମ୍ବଲପୁରର ଜେଲରେ ମଧ୍ୟ ରହିଥିଲେ । ପରେ ସେ ମୁଖ୍ୟସ୍ରୋତରେ ସାମିଲ ହୋଇ ଏବେ ହୋଟେଲ କରି ଜୀବିକା ନିର୍ବାହ କରୁଛନ୍ତି । ବିଭିନ୍ନ ସାପ୍ତହିକ ବଜାରରେ ଦୋକାନ ଖୋଲି ସୁସ୍ୱାଦୁ ଖାଦ୍ୟ ଗ୍ରାହକଙ୍କୁ ପରଷି ଦେଉଛନ୍ତି । ସେଥିରୁ ଯାହା ଦୁଇ ପଇସା ରୋଜଗାର ହେଉଛି ସେଥିରେ ସ୍ୱାମୀ ସ୍ତ୍ରୀ ନିଜେ ଚଳିବା ସହ ଦୁଇ ପୁଅଙ୍କୁ ପାଠ ପଢାଉଛନ୍ତି ।



ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ସରକାରଙ୍କ ତରଫରୁ ଯାହା ସହାୟତା ରାଶି ମିଳିଥିଲା ତାହା କୋର୍ଟ କଚେରିରେ ଖର୍ଚ୍ଚ ହୋଇଥିଲା ।  ବ୍ୟାଙ୍କରୁ ଲୋନ ମିଳିଲେ ଦୋକାନ ବଡ଼ କରି ଅଧିକ ଭଲରେ ଚଳାଇ ପାରନ୍ତେ ବୋଲି ଅମର ମିର୍ଦ୍ଧା କହିଛନ୍ତି । ’’ଅମର ଓ ଆରତିଙ୍କର କାହାଣୀ ତଥା ସେମାନଙ୍କୁ ବ୍ୟାଙ୍କ ଲୋନ ମିଳୁ ନଥିବା ସମସ୍ୟା ସମ୍ପର୍କରେ ଆମେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲୁ । ଅତିରିକ୍ତ ଜିଲ୍ଲାପାଳ ଘଟଣା ସମ୍ପର୍କରେ ଜାଣିବା ପରେ ଉଭୟ ପତିପତ୍ନୀଙ୍କୁ ସାଧୁବାଦ ଜଣାଇବା ସହ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଅମର ଓ ଆରତିଙ୍କ ବ୍ୟବସାୟ ବଢାଇବା ପାଇଁ ଯୁଯୋମୁରା ବିଡିଓ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ‘‘ ଆମେ ଯୁଯୋମୁରା ବିଡିଓଙ୍କ ସହିତ କଥା ହୋଇ ତାଙ୍କୁ ଲୋନ କେମିତି ମିଳିବ ତାର ବ୍ୟବସ୍ଥା କରିବୁ ବୋଲି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି । ’’ଅମର ଓ ଆରତିଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବେଶ ସ୍ୱାଦିଷ୍ଟ । ଦିନେ ଯେଉଁ ହାତ ବନ୍ଧୁକ ଧରୁଥିଲା ସେହି ହାତରୁ ପ୍ରସ୍ତୁତ ସ୍ୱାଦିଷ୍ଟ ଖାଦ୍ୟ ଖାଇ ଗ୍ରାହକ ମଧ୍ୟ ଖୁସି ।
Published by:Soubhagya Mishra
First published: