ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୋଲିସକୁ ଆକ୍ରମଣ ସହ ଜାତିଆଣ ଆକ୍ଷେପ ପାଇଁ ଗିରଫ ହେଲେ ଫାୟାର ମ୍ୟାନ

ପୋଲିସକୁ ଆକ୍ରମଣ ସହ ଜାତିଆଣ ଆକ୍ଷେପ ପାଇଁ ଗିରଫ ହେଲେ ଫାୟାର ମ୍ୟାନ

କେନ୍ଦୁଝରରେ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ଫାୟାରମ୍ୟାନ ପୁରୀର ଶକ୍ତି ପ୍ରସନ୍ନ ସାହୁକୁ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗରେ ଗିରଫ କଲା ପୁରୀ ପୋଲିସ।

ପୋଲିସକୁ ଆକ୍ରମଣ ସହ ଜାତିଆଣ ଆକ୍ଷେପ ପାଇଁ ଗିରଫ ହେଲେ ଫାୟାର ମ୍ୟାନ
ଜଣେ ଫାୟାର ମ୍ୟାନକୁ ଗିରଫ କରିଛି ପୋଲିସ (ପ୍ରତୀକାତ୍ମକ ଛବି,)
  • News18 Odia
  • Last Updated: November 7, 2021, 3:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କେନ୍ଦୁଝରରେ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ଫାୟାରମ୍ୟାନ ପୁରୀର ଶକ୍ତି ପ୍ରସନ୍ନ ସାହୁକୁ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗରେ ଗିରଫ କଲା ପୁରୀ ପୋଲିସ।

"ମଙ୍ଗଳବାର ଦିନ ରାତ୍ରରେ ପୁରୀ ତାଳବଣିଆ ଥାନା ଅଞ୍ଚଳର ନବକଳେବର ରୋଡ଼ରେ ନିଶାସକ୍ତ ଅବସ୍ଥାରେ  ଆତଙ୍କରାଜ ଚଳାଇଥିଲା ୩୧ ବର୍ଷୀୟ  ଚଗଲା ଓରଫ ଶକ୍ତି ପ୍ରସନ୍ନ ସାହୁ । ଚଗଲାର ଘର ମଧୁବନ ପଞ୍ଚମ ଲେନରେ ହୋଇଥିବାବେଳେ ସେ କେନ୍ଦୁଝର ଜିଲ୍ଲାର ଅଗ୍ନିଶମ କେନ୍ଦ୍ରରେ ଫାୟାରମ୍ୟାନ ଭାବେ କାର୍ଯ୍ୟ କରୁଛି । ଛୁଟିରେ ଆସି ଏଠି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ ସହ ଆତଙ୍କ ଖେଳାଇଥିଲା । ଏ ନେଇ ସ୍ଥାନୀୟ ଲୋକେ ପିସିଆରକୁ ଫୋନ କରିଥିଲେ," କହିଛନ୍ତି ତେଜରାତି ଦୋକାନୀ ଲକ୍ଷ୍ମୀଧର ସେନାପତି ।

ତାଳବଣିଆ ଥାନା ଅଧିକାରୀ ସୁଜିତ କୁମାର ଦାସ କହିଛନ୍ତି," ନବକଳେବର ରୋଡ଼ରେ ୩ନମ୍ବର ପିସିଆର ଭ୍ୟାନରେ ଡ୍ୟୁଟି କରୁଥିଲେ ଏଏସଆଇ ୪୭ବର୍ଷୀୟ ଗଙ୍ଗାଧର ହେମ୍ବ୍ରମ। ଖବର ପାଇ ନବକଳେବର ରୋଡ଼ରେ ପହଁଚିବା ପରେ ଶକ୍ତି ପ୍ରସନ୍ନ ଓରଫ ଚଗଲା ଆତଙ୍କ ଖେଳାଉଥିଲା । ପୋଲିସକୁ ଦେଖିବା ପରେ ତାର ଉତ୍ପାତ ଆହୁରି ବଢିଯାଇଥିଲା । ତାକୁ ପୋଲିସ କର୍ମଚାରୀମାନେ ବୁଝାଇଲେ ସୁଦ୍ଧା ସେ ଶୁଣିବାକୁ ପ୍ରସ୍ତୁତ ନଥିଲା। ଅଚାନକ ଚଗଲା ପୋଲସ କର୍ମଚାରୀ ଗଙ୍ଗାଧର ହେମ୍ବ୍ରମଙ୍କୁ ଧକ୍କା ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ପୁଣି ପଶ୍ଚିମ ଓଡିଶାର ଲୋକ କହି ଜାତିଆଣ ଆକ୍ଷେପ କରିଥିଲା । ଖାଲି ହେମ୍ବ୍ରମ ନୁହେଁ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଥିଲା । ଆଉ ଏ ନେଇ ଏଏସଆଇ ହେମ୍ବ୍ରମ ତାଳବଣିଆ ଥାନାରେ ଏତେଲା ଦେବାପରେ ଏସିଏସଟି ଆକ୍ଟରେ ସଙ୍ଗୀନ ଦଫା ଲଗାଯାଇ ମାମଲା ରୁଜୁ କରିବା ପରେ ସିଟି ଡ଼ିଏସପି ଜନାର୍ଦ୍ଧନ ପାଢ଼ୀ  ମାମଲାର ତଦନ୍ତ କରିବା ପରେ ଚଗଲାକୁ ଗିରଫ କରି  କୋର୍ଟ ଚାଲାଣ କରାଯାଇଥିଲା।ସେଠାରେ ବେଲ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି"।

"ଜଣେ କର୍ତ୍ତବ୍ଯରତ ଓ ଦାୟିତ୍ୱସମ୍ପନ୍ନ କର୍ମଚାରୀ ହୋଇ ସମାଜ ସେବାରେ କାର୍ଯ୍ୟ କରୁଥିବା ଅଗ୍ନିଶମ ସେବା କର୍ମଚାରୀ ଶକ୍ତି ପ୍ରସନ୍ନ ସାହୁଙ୍କ ଏଭଳି କାର୍ଯ୍ୟ ନିନ୍ଦନୀୟ  । ପୁଲିସ ଅଧିକାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଓ ମାଡ ମାରିବା ଆଦିକୁ ନେଇ ତଦନ୍ତ ପରେ ତାଙ୍କୁ ଗିରଫ କରି ଜେଲ ପଠାଯାଇଛି ," କହିଛନ୍ତି ସିଟି ଡିଏସପି ଜନାର୍ଦ୍ଧନ ପାଢ଼ୀ।
Published by: Soumya Das
First published: November 7, 2021, 3:39 PM IST