'ମୋ ବସ'ରୁ ଚୋରି ହୋଇଥିବା ଟଙ୍କା ଫେରସ୍ତ ପାଇଲେ କ୍ୟାନ୍ସର ରୋଗୀ

ଔଷଧ କିଣିବା ପାଇଁ ପକେଟରେ ରଖିଥିବା ଟଙ୍କା ମୋ ବସରୁ ଚୋରି ହୋଇଯାଇଥିଲା । ଏବେ ଟଙ୍କା ଫେରସ୍ତ ପାଇ ପୁଣି ଥରେ ଚିକିତ୍ସା ଆରମ୍ଭ ହୋଇଛି ।

ମୋ ଵସରୁ ଚୋରି ହୋଇଥିବା ଟଙ୍କା ଫେରସ୍ତ ପାଇଲେ ବ୍ୟକ୍ତି (ପ୍ରତୀକାତ୍ମକ ଛବି)

ମୋ ଵସରୁ ଚୋରି ହୋଇଥିବା ଟଙ୍କା ଫେରସ୍ତ ପାଇଲେ ବ୍ୟକ୍ତି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ମୋ ବସରୁ ଟଙ୍କା ଚୋରି ହୋଇଯାଇଥିଲା, ଆଉ ଏବେ ଫେରି ପାଇଲେ ଚୋରି ଟଙ୍କା। ସେଦିନ ଟଙ୍କା ଚୋରି ହେବା ଯୋଗୁଁ ଚିକିତ୍ସା ନ କରିପାରି ଫେରି ଯାଇଥିଲେ। ଆଉ ଟଙ୍କା ଜବତ ହେବାପରେ ପୋଲିସ ଟଙ୍କା ଫେରେଇଥିଲା । ଯାହାଦ୍ୱାରା ପୁଣିଥରେ ଚିକିତ୍ସା ଆରମ୍ଭ ହୋଇଛି ।

ଗତ କିଛିଦିନ ତଳେ ମୋ ବସରେ ଯାଉଥିବା ସମୟରେ ଜଣେ କ୍ୟାନ୍ସର ରୋଗୀଙ୍କ ଠାରୁ ଟଙ୍କା ଚୋରି ହୋଇଯାଇଥିଲା। ଚୋରିର ଶିକାର ହୋଇଥିବା ବ୍ୟକ୍ତି ହେଲେ ଗଞ୍ଜାମର ଆନନ୍ଦ ଗୌଡ଼। ଏନେଇ ଆନନ୍ଦ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଟଙ୍କା ଚୋରି ହୋଇଯିବା ପରେ ତାଙ୍କର ଆଉ ଚିକିତ୍ସା ହୋଇପାରିଥିଲେ। ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଯାଜପୁରରୁ ଦୁଇଜଣଙ୍କୁ ଗିରଫ କରିବା ସହ ଚୋରି ଟଙ୍କା ଜବତ କରିଥିଲା ସହିଦନଗର ଥାନା ପୋଲିସ ।

ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ଭୁବନେଶ୍ୱରରେ ମୋ ବସରେ ଏକ ଚୋରି ଘଟଣା ସାମନାକୁ ଆସିଥିଲା । କ୍ୟାନସର ରୋଗୀ ଆନନ୍ଦ ଗୌଡ଼ ଔଷଧ କିଣିବାକୁ ବରମୁଣ୍ଡା ବସଷ୍ଟାଣ୍ଡରୁ ମୋ ବସରେ ଯାଉଥିବାବେଳେ ବାଣିବିହାର ନିକଟରେ ତାଙ୍କ ପକେଟରୁ ୧୫ହଜାର ଟଙ୍କା ଚୋରି କରି ନେଇଯାଇଥିଲା ଚୋର। ସେହିଭଳି ଦୁଇଜଣ ଛାତ୍ରୀଙ୍କ ଠାରୁ କିଛିଦିନ ତଳେ ମୋବାଇଲ ଫୋନ ଲୁଟ ହୋଇଥିଲା।  କିଛି ମହିଳା ମୋବାଇଲକୁ ଚୋରି କରିଥିବା ଜଣା ପଡ଼ିଛି। ହେଲେ ଏ ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିନି ପୋଲିସ ।
Published by:Soumya Das
First published: