ଆଜି ଅବପାତରେ ପରିଣତ ହେବ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ; ୮ ନେବ ବାତ୍ୟାର ରୂପ

ଦକ୍ଷିଣ ଆଣ୍ଡାମାନ ସାଗର ଏହାର ସଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। କ୍ରମେ ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ।

ଦକ୍ଷିଣ ଆଣ୍ଡାମାନ ସାଗର ଏହାର ସଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। କ୍ରମେ ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ।

ଦକ୍ଷିଣ ଆଣ୍ଡାମାନ ସାଗର ଏହାର ସଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। କ୍ରମେ ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ।

  • Share this:
News18 Odia Digital

ଭୁବନେଶ୍ୱର: ଘନଉଛି ବାତ୍ୟା। ଗୁରୁବାର ସକାଳ ୮.୩୦ ମିନିଟରେ ଦକ୍ଷିଣ ଆଣ୍ଡାମାନ ସାଗର ଏହାର ସଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। କ୍ରମେ ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ। ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ।

ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ୧୦ ତାରିଖ ସୁଦ୍ଧା ପହଞ୍ଚିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି। ଫଳରେ ୧୦ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ବର୍ଷା ହେବା ନେଇ ୟେଲୋ worning ଜାରି କରିଛି ପାଣିପାଗ ବିଭାଗ। କେନ୍ଦ୍ରୀୟ ବଙ୍ଗୋପସାଗରରେ୯ ତାରିଖରେ ୬୫ ରୁ ୭୫ କିମି ସମୟେ ସମୟେ ୮୫କିମି ବେଗରେ ପବନ ବହିବ। ୧୦ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ତଥା ଉତ୍ତର ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୭୦ରୁ ୮୦ ଝଟକା ପବନ ୯୦କିମି ବେଗରେ ବହିବ। ଏଣୁ ଗଭୀର ସମୁଦ୍ରକୁ ଆସନ୍ତା ୯ଓ  ୧୦ ତାରିଖ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ସତର୍କ କରାଯାଇଛି।

"ଗୁରୁବାର ଲଘୁଚାପର ରୂପ ନେଇଛି ଆଣ୍ଡାମାନ ସାଗରରେ ଥିବା ଘୁର୍ଣ୍ଣିବଳୟ। ଆସନ୍ତାକାଲି ଅବପାତ ଓ ୮ ସନ୍ଧ୍ୟାରେ ବାତ୍ୟା ରୂପ ନେବ। ୧୦ରେ ୪ ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ଅବପାତ ପରେ ଆଉରି ଅଧିକ ଜଣାପଡିବ ଯେ ବାତ୍ୟା କେତେ ଶକ୍ତିଶାଳୀ ହେବ ଓ କେଉଁଆଡ଼େ ଯିବ,"କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ।

ତେବେ ବାତ୍ୟା ହେବା ନେଇ ସ୍ପଷ୍ଟ ଚିତ୍ର ସାମନା କୁ ଆସିଛି ହେଲେ ବାତ୍ୟା ଏତେଟା ଶକ୍ତିଶାଳୀ ହେବନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି। ଏଣୁ ଏହା ଯଦି ଓଡିଶା ଉପକୂଳ ଦେଇ ଗତି କରେ କି ଓଡିଶା ରେ ସ୍ଥଳଭାଗ ଛୁଏଁ ସେହି ସମୟରେ ଏହା ଦୁର୍ବଳ ହୋଇଯାଇଥିବ। କାରଣ ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ଜଳବାୟୁ ଥଣ୍ଡା ରହୁଛି। ବାତ୍ୟାକୁ ଶକ୍ତିଶାଳୀ କରିବାକୁ ଯେଉଁ ଉଷ୍ମତା ଆବଶ୍ୟକ ତାହା ହ୍ରାସ ପାଉଛି। ଏଣୁ ଓଡିଶା ଉପକୂଳ ପାଖେଇବା ସମୟରେ ଏହା ଦୁର୍ବଳ ହୋଇ ଲଘୁଚାପ ହୋଇଯିବ।

ଲଘୁଚାପ ପ୍ରଭାବରେ ୯ ତାରିଖ ରାତିରୁ  ରାଜ୍ୟରେ ବର୍ଷା ହେବ। ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ୧୦ ତାରିଖରେ ଉପକୂଳରେ ବର୍ଷା ହେବ। ଘୁର୍ଣ୍ଣିବଳୟ ପ୍ରଭାବରେ ଜଲୀୟବାଷ୍ପ ବାୟୁମଣ୍ଡଳକୁ ଆସିବ ତା ପ୍ରଭାବରେ ଆଭ୍ୟନ୍ତରିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି।

"ବାତ୍ୟା ପାଇଁ ଯଦିଓ ପାଗ ଅନୁକୂଳ ରହିଥିଲା କିନ୍ତୁ ବାତ୍ୟା ଯେତେ ଯେତେ ଉପକୂଳ ମୁଁହା ହେବ ସେତିକି ଦୁର୍ବଳ ହେବ। ଓଡ଼ିଶା ଆସିଲେ କି ଉପକୂଳ ଦେଇ ଗତି କରିବା ସମୟରେ ଏହା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇପାରେ। ତଥାପି ବର୍ଷା କରାଇବ ରାଜ୍ୟର କିଛି ଅଂଶରେ। ଆସନ୍ତାକାଲି ପରେ ଆହୁରି ସ୍ପଷ୍ଟ ଚିତ୍ର ବାତ୍ୟା ନେଇ ଦେଖିବାକୁ ମିଳିବ," କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ।
Published by:Soumya Das
First published: