ପଞ୍ଚୁକରେ ପାଞ୍ଚଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ; ଭକ୍ତ ଦେଖିପାରିବେନି ସୁନା ବେଶ

ବଡ ଏକାଦଶୀ ପରଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ବା ବକ ପଞ୍ଚକ ପାଳନ କରାଯାଉଛି । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ପଞ୍ଚୁକ

ପଞ୍ଚୁକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆଜିଠୁ ପାଞ୍ଚଦିନ ଧରି ପଞ୍ଚୁକ ବ୍ରତ ପାଳନ ହେବ। ମହାପ୍ରଭୁ ଆସନ୍ତା ପାଞ୍ଚଦିନରେ ପାଞ୍ଚଟି ବେଶ ହେବେ । ତେବେ ବଡ ଏକାଦଶୀ ପରଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ବା ବକ ପଞ୍ଚକ ପାଳନ କରାଯାଉଛି । ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ବଡ ଏକାଦଶୀରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଆଭୂଷଣରେ ଵିଭୂଷିତ ହୋଇ ଲକ୍ଷ୍ମୀନାରାୟଣ ଅର୍ଥାତ ଠିଆକିଆ ବେଶରେ ଶ୍ରୀଜୀଉ ଦର୍ଶନ ଦେବେ। ସୁରକ୍ଷା ଦୃଷ୍ଟିରୁ ଆଜିଠାରୁ ବ୍ଯାପକ ପୁଲିସ ମୁତୟନ କରାଯାଇଛି । ସରକାରୀ ଶିବିରରେ ରହୁଥିବା ହବିଷ୍ଯାଳିଙ୍କ ଲାଗି ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି।

ବଡ ଏକାଦଶୀରେ ମହାପ୍ରଭୁ ଜଗନ୍ନାଥ ଲକ୍ଷ୍ମୀ ନାରାୟଣ ବେଶ, ଦ୍ୱାଦଶୀରେ ବାଙ୍କଚୁଡା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ ଦେବେ । ଚନ୍ଦ୍ରଗ୍ରହଣରେ ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ । ପୁଣି ଏହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସୂର୍ଯ୍ୟୋଦୟ ପୂର୍ବରୁ ନୀତିକାନ୍ତି ସରିବ । ନୀତି ନିର୍ଘଂଟ ଅନୁସାରେ, ୮ ତାରିଖ ରାତି ୧୨ଟା ୧୦ମିନିଟରେ ଦ୍ୱାରଫିଟା ନୀତି ହେବ । ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜଧିରାଜ ବେଶ ସରିବ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତି ହୋଇଛି ।

ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିବେ। କାର୍ତ୍ତିକ ମାସରେ ମହାପ୍ରଭୁ ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ, ଶଙ୍ଖ, ଚକ୍ର, ହଳ, ମୁଷଳ ଓ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି ।

ଚଳିତ ବର୍ଷ କାର୍ତ୍ତିକ ମାସର ମାସ ତମାମ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଥିଲେ ମଧ୍ୟ ଚନ୍ଦ୍ରଗ୍ରହଣ ଯୋଗୁଁ ସୁନାବେଶ ଦର୍ଶନ ପାଇବେନାହିଁ। ପଞ୍ଚୁକ ପୂର୍ଣ୍ଣିମା ଦିନ ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବାକୁ ଥିବାରୁ ଗହଳିକୁ ନଜରରେ ରଖି ସୁରକ୍ଷା କଡାକଡି କରାଯାଇଛି।
Published by:Soumya Das
First published: