ଲୁଟେରାଙ୍କ ଟାର୍ଗେଟରେ ସୁନା ଦୋକାନୀ; ୬ମାସରେ ୬ସୁନା ଦୋକାନୀଙ୍କୁ ଲୁଟ

ରାଜଧାନୀ ଲିଙ୍ଗରାଜ ଥାନା ସାମନ୍ତରାପୁର ଛକରେ ଥିବା ଦୁର୍ଗା ଦେବୀ ସୁନା ଦୋକାନୀଙ୍କୁ ଗୁଳିଫୁଟାଇ ଲୁଟିଛନ୍ତି ଦୁର୍ବୃତ୍ତ । ସେମାନେ ବାଇକରେ ଆସିଥିବା ବେଳେ ଅତି ନିକଟରୁ ଗୁଳିମାଡ଼ କରି ଛୁ ମାରିଛନ୍ତି ।

ଦୋକାନୀ ପ୍ରଶାନ୍ତ ସାହୁ

ଦୋକାନୀ ପ୍ରଶାନ୍ତ ସାହୁ

  • Share this:
News18 Odia Digital

ଭୁବନେଶ୍ୱର: ଅଶାନ୍ତ ରାଜଧାନୀ। ଫୁଟିଲା ଗୁଳି। ପୁଣି ଟାର୍ଗେଟରେ ସୁନା ଦୋକାନୀ । ଆତଙ୍କ ଖେଳାଇଲେ ବ୍ଲାକ ପଲସର ଗ୍ୟାଙ୍ଗ। ୬ମାସରେ ୬ ସୁନା ଦୋକାନୀଙ୍କୁ ଲୁଟ। ରାତି ଅଧିଆ ଅପରାଧି ଆତଙ୍କ ମଜାଉ ଥିବାବେଳେ ନିଦାବିଷ୍ଣୁ କମିଶନରେଟ ପୋଲିସ । ରାଜ୍ୟ ରାଜଧାନୀରେ ପୁଣି ଜଣେ ସୁନା ଦୋକାନୀଙ୍କୁ ଗୁଳି କରି ଲୁଟ। ଲିଙ୍ଗରାଜ ଥାନା ସାମନ୍ତରାପୁର ଛକରେ ଥିବା ଦୁର୍ଗା ଦେବୀ ସୁନା ଦୋକାନୀଙ୍କୁ ଗୁଳିଫୁଟାଇ ଲୁଟିଛନ୍ତି ଦୁର୍ବୃତ୍ତ । ସେମାନେ ବାଇକରେ ଆସିଥିବା ବେଳେ ଅତି ନିକଟରୁ ଗୁଳିମାଡ଼ କରି ଛୁ ମାରିଛନ୍ତି ।

ସୋମବାର ରାତି ସାଢ଼େ ୧୦ଟା ସମୟରେ ସାମନ୍ତରାପୁର ଛକ ନିକଟରେ ଥିବା ଦୁର୍ଗା ଦେବୀ ସୁନା ଦୋକାନୀ ପ୍ରଶାନ୍ତ ସାହୁ ଦୋକାନ ବନ୍ଦ କରି ଯିବାକୁ ଉଦ୍ୟମ ବେଳେ ଏକ ପଲସର ବାଇକରେ ଆସିଲେ ୩ଜଣ ଲୁଟେରା । କେହି କିଛି ବୁଝିବା ଆଗରୁ ଦୁଇ ରାଉଣ୍ଡ ଗୁଳି ଫୁଟାଇ ବ୍ୟାଗ ନେଇ ଚମ୍ପଟ ମାରିଲେ । ଦୁର୍ବୃତ୍ତଙ୍କ ଗୁଳିରେ ଆହତ ହୋଇଛନ୍ତି ପ୍ରଶାନ୍ତ ଓ ତାଙ୍କର ଜଣେ କର୍ମଚାରୀ । ଯାହାର ସମ୍ପୂର୍ଣ୍ଣ ଚିତ୍ର ଦୋକାନରେ ଲାଗିଥିବା ସିସିଟିଭି ରେ କଏଦ ହୋଇଛି । ଉଭୟଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସିସିଟିଭିରୋ କଏଦ ହୋଇଛି ଦୃଶ୍ଯ


"ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଜବତ କରି ତଦନ୍ତ କରୁଛି ଲିଙ୍ଗରାଜ ଥାନା ପୋଲିସ । ଘଟଣାର ତଦନ୍ତ ପାଇଁ  ୪ଟି ଟିମ ଗଠନ କରାଯାଇଛି । ଏବେ ଵିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଜଣା ପଡୁଛି ଦୁର୍ବୃତ୍ତ ଆଖପାଖ ଅଞ୍ଚଳର ଥିବା ସନ୍ଦେହ କରାଯାଉଛି । ତେବେ ସେମାନେ ପୁରୀ ଆଡକୁ ଯାଇଥିବା ଅନୁମାନ କରାଯାଉଛି।  ତେଣୁ ଆମେ ସିସିଟିଭି ଫୁଟେଜକୁ ଭିତ୍ତି କରି ତଦନ୍ତ କରୁଛୁ," କହିଛନ୍ତି ଭୁବନେଶ୍ୱର ଅତିରିକ୍ତ ଡିସିପି ପ୍ରକାଶ ପାଲ।

ସୂଚନାଯୋଗ୍ୟ, ସୁନା ଦୋକାନୀଙ୍କୁ ଲୁଟିବା ନୂଆ କଥା ନୁହେଁ । ଡିସେମ୍ବର ୫, ୨୦୨୧ । ଡେ଼ଲ୍ଟା ସୁନା ଦୋକାନରୁ କୋଟିଏ ଟଙ୍କାର ସୁନା ଗହଣା ଲୁଟିଥିଲେ ଦୁର୍ବୃତ୍ତ। ମାର୍ଚ୍ଚ ୧୬, ଯାଆଁଳା ଛକ ନିକଟ ସାଗରିକା ଜୁଏଲର୍ସରୁ ଗୁଳି ଫୁଟାଇ ଲୁଟ ହୋଇଗଲା। ୨୧ ଏପ୍ରିଲ ୨୦୨୨  । ସୌଭାଗ୍ୟ ନଗର ଅଞ୍ଚଳରେ ଥିବା ଲଷ୍ମୀନାରାୟନ ସୁନା ଦୋକାନୀଙ୍କ ଠାରୁ ଲୁଟ । ସବୁ ଘଟଣାରେ ପୋଲିସ ହାତରେ ଲାଗିଛି ସିସିଟିଭି, ହେଲେ ତଦନ୍ତ ବାଟବଣା ହେବା ନେଇ ଚର୍ଚ୍ଚା ଜୋର ଧରିଛି ।
Published by:Soumya Das
First published: