ବିଶ୍ଵଜିତ ନାୟକ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ଯୁବତୀଙ୍କୁ ପ୍ରେମ ନିବେଦନ କରିବା ଜଣେ ଯୁବକ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯୁବତୀଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲିଙ୍ଗରାଜ ଥାନା ପୋଲିସ । ଗିରଫ ଯୁବକ ହେଲେ ପୁରୁଣା ଭୁବନେଶ୍ୱର ଆନିହାଉସ ଅଞ୍ଚଳର ବିଶ୍ଵଜିତ ନାୟକ ।
ଲିଙ୍ଗରାଜ ଥାନା ପୋଲିସ ସୁଚନା ଅନୁସାରେ, ଗିରଫ ଅଭିଯୁକ୍ତ ବିଶ୍ଵଜିତ ସିକ୍ୟୁରିଟି ଭାବେ କାମ କରେ । ଗତ କିଛିଦିନ ହେବ ସେ କର୍ମ କ୍ଷେତ୍ରକୁ ଯାଉ ନଥିଲା। ଆଜି ସକାଳୁ ସେ ଅଞ୍ଚଳର ଜଣେ ଯୁବତୀ ଦୋକାନକୁ ସଉଦା ପାଇଁ ଯାଉଥିବା ବେଳେ ବିଶ୍ଵଜିତ ତାଙ୍କୁ ପ୍ରେମ ନିବେଦନ କରିବା ସହ ମୋବାଇଲ ନମ୍ବର ମାଗିଥିଲେ । ଯୁବତୀ ଜଣଙ୍କ ଏନେଇ ନିଜ ମା ଓ ଭାଇକୁ କହିବା ପରେ ବିଶ୍ଵଜିତକୁ ଗାଳି ଗୁଳଜ କରିଥିଲେ ଯୁବତୀଙ୍କ ପରିବାର ଲୋକେ । ଯେଉଁଥିରେ ଉତ୍ୟକ୍ତ ହୋଇ ବିଶ୍ଵଜିତ ଯୁବତୀଙ୍କ ମାଙ୍କୁ ମାଡ଼ ମାରିଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।