ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା

ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତା ବଦଳିବେ ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି। ଓଡ଼ିଶାର ବିଜେପି ବିଧାୟକମାନେ ଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି।

ବିଜେପି ବିଧାୟକମାନେ

ବିଜେପି ବିଧାୟକମାନେ

  • Share this:
News18 Odia Digital

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତା ବଦଳିବେ ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅନୁପସ୍ଥିତି ଯୋଗୁଁ ଦଳକୁ ବିଧାନସଭାରେ ବିଜେପି ବିଧାୟକମାନଙ୍କୁ ଉପଯୁକ୍ତ ଗୁରୁତ୍ବ ମିଳୁନି। ଏଣୁ ତାଙ୍କୁ ବଦଳାଇବା ଲାଗି ଓଡ଼ିଶାର ବିଜେପି ବିଧାୟକମାନେ ଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି।

ଆସନ୍ତା ୨୯ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ସହ ଆସନ୍ତା ମୌସୁମୀ ଅଧିବେଶନ ପାଇଁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ନୂଆ ବିଧାୟକ ଦଳ ନେତା ନିର୍ବାଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ବିଷୟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ବିଧାୟକମାନେ ଭେଟି ଅବଗତ କରାଇଛନ୍ତି। ଉଭୟ ରାଜ୍ୟ ଓ ରାଷ୍ଟ୍ରୀୟ ସଭାପତି ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତାଙ୍କୁ ବଦଳାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କୁସୁମ ଟେଟେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦଳରେ ୨୨ ଜଣ ବିଧାୟକ ଅଛନ୍ତି, ସେଥିମଧ୍ୟରୁ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତା ଅଛନ୍ତି। ଏଣୁ ଯାହାଙ୍କୁ ବି ବିରୋଧୀଦଳ ନେତା ଭାବେ ଦାୟିତ୍ବ ଦିଆଗଲେ ଚଳିବ।

ଏହି ସାକ୍ଷାତ ଆଲୋଚନାରେ ବିଧାୟକ ମୋହନ ମାଝୀ, ଜୟନାରାୟଣ ମିଶ୍ର, ଡ. ମୁକେଶ ମହାଲିଙ୍ଗ, ସୁବାସ ପାଣିଗ୍ରାହୀ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ନବଚରଣ ମାଝୀ, ଡ. ବୁଧାନ ମୁର୍ମୁ, ସନାତନ ବିଜୁଳି ଏବଂ ପ୍ରକାଶ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।
Published by:Soumya Das
First published: