News 18 Odia Digital
ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ସ୍ଥିତ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ରୂପରେଖ ପ୍ରସ୍ତୁତ କରାଯାଇଛି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏ ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଅଶ୍ୱିନ ବୈଷ୍ଣବଙ୍କ ସୂଚନା ଅନୁଯାୟୀ ଓଡ଼ିଶାବାସୀଙ୍କ ବହୁ ବର୍ଷର ଆଶା ଓ ଆକାଂକ୍ଷା ପୂରଣ ହେବ । ରେଳ ଷ୍ଟେସନର ନବକଳେବର ଲାଗି ସମ୍ପୁର୍ଣ୍ଣ ପ୍ଲାନିଂ ଓ ଡିଜାଇନ୍ ପ୍ରସ୍ତୁତ ସରିଛି ।
ରେଳ ଷ୍ଟେସନରେ ପ୍ରଥମ ପର୍ଯ୍ୟାୟରେ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟ ପ୍ରବେଶ ପଥ ୧୧ ମହଲା ତିଆରି ହେବ । କଟକ ରୋଡ ପାର୍ଶ୍ୱର ପ୍ରବେଶ ପଥ ମଧ୍ୟ ବଦଳିବ । ଏନେଇ ଟେଣ୍ଡର୍ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଶୀଘ୍ର ଭୂମି ପୂଜା କରାଯାଇ ରେଳ ଷ୍ଟେସନ ନିର୍ମାଣ ହେବ ଏବଂ ବଡ଼ ଭାଇ ଧର୍ମେନ୍ଦ୍ର ପ୍ରଧାନ ଭୂମିପୂଜା କରିବେ ବୋଲି ଅଶ୍ୱିନ ବୈଷ୍ଣବ କହିଛନ୍ତି ।
ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ ହେବାପରେ ଅନେକ ରୂପରେଖ ବଦଳିବ ଷ୍ଟେସନର । ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ମିଳିବ । ଷ୍ଟେସନର ଉଭୟ ପଟରେ ପ୍ରବେଶ ଦ୍ୱାର କରାଯିବ । ପ୍ରତିଦିନ ଲକ୍ଷେ ୪୩ହଜାର ଉପରେ ଯାତ୍ରୀମାନେ ଷ୍ଟେସନରେ ଚଳପ୍ରଚଳ କରିବାକୁ ସକ୍ଷମ ହେବେ ।
ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଗ୍ରାଉଣ୍ଡ ଫ୍ଲୋର୍ ସହ ୪ ମହଲା ବିଶିଷ୍ଟ ହେବ । ପର ପର୍ଯ୍ୟାୟରେ ୭ ମହଲା କରାଯିବ। ପ୍ରବେଶ ପଥରେ ଉଚ୍ଚା ରାସ୍ତା ହେବାସହ ଫୁଟ୍ ଓଭରବ୍ରିଜ୍ ତିଆରି ହେବ । ଯାତ୍ରୀଙ୍କ ସୁବିଧା ଓ ଖାଦ୍ୟପେୟ ପାଇଁ ବିଭିନ୍ନ ଷ୍ଟଲ୍ ମଧ୍ୟ ଖୋଲାଯିବ । ୪ଟି ଏକ୍ସାଲେଟର୍ ମଧ୍ୟ ନିର୍ମାଣ ହେବ । ଯାତ୍ରୀଙ୍କୁ ସୂଚନା ଦେବା ଲାଗି ବିମାନବନ୍ଦର ପରି ରେଳ ଷ୍ଟେସନରେ ମଧ୍ୟ ଡିସ୍ପ୍ଲେ’ ବୋର୍ଡ ଲାଗିବ । ଦିବ୍ୟାଙ୍ଗଙ୍କ ଯାଆସ ପାଇଁ ମଧ୍ୟ ସମସ୍ତ ସୁବିଧା କରାଯିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।