ସୁପ୍ରିମକୋର୍ଟଙ୍କ ରାୟର ପ୍ରତିବାଦ; ଜୋତା ପଲିସ ସହ ଭିକ୍ଷା ମାଗିଲେ ଆଇନଜୀବୀ

ସୁପ୍ରିମକୋର୍ଟଙ୍କ ରାୟର ଆଜି ଅଭିନବ ପ୍ରତିବାଦ ଜଣାଇଛନ୍ତି ପୁରୀର ଆଇନଜୀବୀମାନେ। ଜରିମାନା ଟଙ୍କା ଜମା ପାଇଁ ଆଇନଜୀବୀଙ୍କ କଳା ପୋଷାକ ପିନ୍ଧି ଲୋକଙ୍କ ଜୋତା ସଫା କରିବା ସହ ୧ ଟଙ୍କାର ଭିକ୍ଷା ନିବେଦନ କରିଛନ୍ତି।

 ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)

ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ଆଜି ଅଭିନବ ପ୍ରତିବାଦ ଜଣାଇଛନ୍ତି ପୁରୀର ଆଇନଜୀବୀମାନେ। ଜରିମାନା ଟଙ୍କା ଜମା ପାଇଁ ଆଇନଜୀବୀଙ୍କ କଳା ପୋଷାକ ପିନ୍ଧି ଲୋକଙ୍କ ଜୋତା ସଫା କରିବା ସହ ଏ ବାବଦକୁ ୧ ଟଙ୍କାର ଭିକ୍ଷା ନିବେଦନ କରିଛନ୍ତି। ଭିକ୍ଷାରେ ମିଳିଥିବା ଏହି ଟଙ୍କା ସୁପ୍ରିମକୋର୍ଟଙ୍କ ନିକଟରେ ଜମା ଦିଆଯିବ ବୋଲି ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ବେଆଇନ୍‌ ନିର୍ମାଣ ଓ ଖନନ ନିର୍ମାଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବିଭିନ୍ନ ଆଇନଗତ ମତ ଦେଇ ଦରଖାସ୍ତକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଦରଖାସ୍ତକାରୀ କୁଆଡ଼େ କୋର୍ଟଙ୍କ ମୂଲ୍ୟବାନ ସମୟ ନଷ୍ଟ କରିଛନ୍ତି ଓ ନିଜର ପ୍ରଚାର ପାଇଁ ଏଭଳି ମାମଲା କରିଛନ୍ତି।

"ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ, କିନ୍ତୁ ଆଇନଜୀବୀ ଭାବେ ୧ ଲକ୍ଷ ଟଙ୍କା ଜରିମାନା ସହଜେ ଗ୍ରହଣଯୋଗ୍ୟ ନୁହେଁ। ଏହି ମାମଲା ଥିବାରୁ କୋର୍ଟରେ ଦେଢ଼ଘଣ୍ଟା ଧରି ଶୁଣାଣି ହେଲା, ୪୦ ଫର୍ଦ୍ଦର ରାୟ ଆସିଲା। ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ କୋର୍ଟ ବ୍ୟକ୍ତିଗତ ଓ ମୂଲ୍ୟହୀନ କହିବା ଅଗଣିତ ଭକ୍ତଙ୍କୁ ଆଘାତ ଦେଇଛି। ରାଜ୍ୟ ସରକାର ଆଉ ଖନନ କି ବଡ଼ ବଡ଼ ନିର୍ମାଣ କରିବେନି ବୋଲି ସତ୍ୟପାଠ ଦେଇଛନ୍ତି।ଶ୍ରୀମନ୍ଦିର ସୁରକ୍ଷା ଉପରେ ଧ୍ୟାନ ଦିଆଯିବ ଓ ଆଇନ ଅନୁସାରେ କାର୍ଯ୍ୟ କରାଯିବ। ଏହା ହିଁ ଆମ ଆନ୍ଦୋଳନର ମୁଖ୍ୟ ଦିଗ ଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
Published by:Soumya Das
First published: