ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକ ନରାଜରେ କାର୍ଯ୍ୟକ୍ଷମ ହେଲା ପୂର୍ବ ଭାରତର ସର୍ବବୃହତ ସ୍ବୟଂଚାଳିତ ଡାଇରୀ ପ୍ଲାଣ୍ଟ

କଟକ ନରାଜରେ କାର୍ଯ୍ୟକ୍ଷମ ହେଲା ପୂର୍ବ ଭାରତର ସର୍ବବୃହତ ସ୍ବୟଂଚାଳିତ ଡାଇରୀ ପ୍ଲାଣ୍ଟ

ନାବାର୍ଡ ସହାୟତାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ କାରଖାନା । ଏହି ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟା କରଣ କରାଯିବ ଓ ଏଥିରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ ।

କଟକ ନରାଜରେ କାର୍ଯ୍ୟକ୍ଷମ ହେଲା ପୂର୍ବ ଭାରତର ସର୍ବବୃହତ ସ୍ବୟଂଚାଳିତ ଡାଇରୀ ପ୍ଲାଣ୍ଟ
କଟକ ନରାଜରେ କାର୍ଯ୍ୟକ୍ଷମ ହେଲା ପୂର୍ବ ଭାରତର ସର୍ବବୃହତ ସ୍ବୟଂଚାଳିତ ଡାଇରୀ ପ୍ଲାଣ୍ଟ
  • News18 Odia
  • Last Updated: November 11, 2021, 12:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ନରାଜ ଠାରେ ଉଦଘାଟିତ ହୋଇଯାଇଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଡାଇରୀ ପ୍ଲାଣ୍ଟ । ଦୈନିକ ୫ ଲକ୍ଷ ଲିଟର କ୍ଷୀରକୁ ପ୍ରକ୍ରିୟା କରଣ କରିବାର କ୍ଷମତା ରଖୁଥିବା ଏହି ପ୍ଲାଣ୍ଟରୁ ଦୁଗ୍ଧ ସହିତ ଦୁଗ୍ଦ ଜାତ ସାମଗ୍ରୀ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଛି । ଜର୍ମାନ ଟେକ୍ନୋଲଜି ଆଧାରିତ ଏହି ପ୍ଲାଣ୍ଟ ହେଉଛି ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଓ ପୂର୍ବ ଭାରତର ସବୁ ଠାରୁ ବୃହତ ଡାଇରୀ ପ୍ଲାଣ୍ଟ ।

ଏହି କାରଖାନାରେ କ୍ଷୀର ପ୍ରକ୍ରିୟାକରଣ ସହ ଓମଫେଡର ଦ୍ବାରା ପ୍ରସ୍ତୁତ ସମସ୍ତ ୨୬ ପ୍ରକାରର ଦୁଗ୍ଧ ଜାତ ସାମଗ୍ରୀ ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବ । ଏହା ସହିତ କିଛି ନୂଆ ଉତ୍ପାଦ ମଧ୍ୟ ଏହି ପ୍ଲାଣ୍ଟ ଜରିଆରେ ବଜାରକୁ ଛାଡ଼ିବାକୁ ଲକ୍ଷ୍ୟ ରଖିଛି ଓମଫେଡ । ସେଥି ମଧ୍ୟରେ ରହିଛି "ଚା' ସ୍ପେସାଲ୍" ଓ "ୟୁ.ଏସ୍.ଟି ମିଲ୍କ" ନାମକ ଦୁଇ ପ୍ରକାରର କ୍ଷୀର ଉତ୍ପାଦନ କରାଯିବ।
"ୟୁ.ଏସ୍.ଟି" ନାମକ ଏହି କ୍ଷୀରର ସ୍ବତନ୍ତ୍ରତା ଏହା କି ଯେ ଏହାର ଏକ୍ସପାଏରୀ ଅବଧୀ ଛଅ ମାସ । ସ୍ବଭାବିକ ତାପମାତ୍ରାରେ ଛଅ ମାସ ପର୍ଯ୍ୟନ୍ତ ଏହାକୁ ରଖାଯାଇ ପାରିବ । ଏହି ଅବଧି ମଧ୍ୟରେ ଯେକୌଣସି ସମୟରେ ଗରମ କରି ଏହାକୁ ବ୍ୟବହାର କରାଯାଇ ପାରିବ । ମୁଖ୍ୟ କଥା ଏହାକି ଯେ ଏହି ପ୍ଲାଣ୍ଟରୁ ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡ଼ିକୁ ୟୁରୋପିୟ ଦେଶ ଗୁଡ଼ିକୁ ରପ୍ତାନି କରିବା ପାଇଁ ଲକ୍ଷ୍ୟ ରଖିଛି ଓମଫେଡ।

ଏହି ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟା କରଣ କରାଯିବ


ଓମଫେଡର ଡାଇରୀ ଅପରେସନ୍ ହେଡ ମୃତ୍ୟୁଞ୍ଜୟ କୁମାର କହିଛନ୍ତି, "ଏହି ପ୍ଲାଣ୍ଟରୁ ଆମେ ଓମଫେଡର ପାରମ୍ପରିକ ଉତ୍ପାଦ ସହ ନୂଆ କିଛି ସାମଗ୍ରୀ ମଧ୍ୟ ଉତ୍ପାଦନ କରିବୁ । ସେଗୁଡ଼ିକୁ ଓଡ଼ିଶା ତଥା ଓଡ଼ିଶା ବାହାରେ ବିକ୍ରି କରାଯିବ । ଏପରିକି ଏକ୍ସପୋର୍ଟ ଲାଇସେନ୍ସ ପାଇଁ ଆବେଦନ କରାଯାଇଛି । ଏହି ଲାଇସେନ୍ସ ମିଳିବା ପରେ ସମସ୍ତ ପ୍ରକାରର ସାମଗ୍ରୀକୁ ବିଦେଶକୁ ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛୁ । ଆସନ୍ତା ଜୁନ ମାସ ସୁଧା ଆମେ ବିଦେଶକୁ ରପ୍ତାନୀ ଆରମ୍ଭ କରିବାକୁ ।’’

ନାବାର୍ଡ ସହାୟତାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ କାରଖାନା । ଏହି ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟା କରଣ କରାଯିବ ଓ ଏଥିରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ । ଏହା ସହିତ ଉଚ୍ଚ ମାନର ଦହି, ଦୁଗ୍ଧ, ଲହୁଣି, ଲସି, ଘିଅ, ପନୀର ଓ Flavoured Milk ଉତ୍ପାଦନ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ଓମଫେଡ୍ ।

ଏହି ପ୍ଲାଣ୍ଟକୁ ଉଦଘାଟନ କରିବା ଅବସରରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଏହି ନୂଆ ପ୍ଲାଣ୍ଟ ଉଦଘାଟନ ଦ୍ବାରା ଚାଷୀ ମାନଙ୍କର ରୋଜଗାର ବଢ଼ିବ ଓ ପ୍ରାୟ ୬ ଲକ୍ଷ ଚାଷୀ ଉପକାର ପାଇବେ । ଆମର ସବୁ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଚାଷୀ ଭାଇଙ୍କର ରୋଜଗାର ବଢ଼ାଇବା । ଏଥି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟରେ ଡାଇରୀ ଫାର୍ମ ଓ Processing Unit ପ୍ରତିଷ୍ଠା ପାଇଁ ଯେପରି ଯୁବ ସମାଜ ଆଗେଇ ଆସିବେ ସେଥିପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି । ତେଣୁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମର ସୁଯୋଗ ନେଇ ରାଜ୍ୟର ବିକାଶରେ ଭାଗୀଦାର ହୁଅନ୍ତୁ ।’’

ସାମଗ୍ରୀଗୁଡ଼ିକୁ ୟୁରୋପିୟ ଦେଶ ଗୁଡ଼ିକୁ ରପ୍ତାନି କରିବା ପାଇଁ ଲକ୍ଷ୍ୟ ରଖିଛି ଓମଫେଡ


ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନି ଗୁଣ ବୃଦ୍ଧି ପାଇଛି। ୨୦୦୦ରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୨୦୨୦ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଓମ୍‌ଫେଡ୍‌ ଦ୍ବାରା ପରିଚାଳିତ ୪୦୫ଟି ଶୀତଳୀକରଣ କେନ୍ଦ୍ରରେ ଓ ୧୩ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି । ଏହି କେନ୍ଦ୍ରଗୁଡ଼ିକରେ ଦୈନିକ ୫ ଲକ୍ଷ ଲିଟର କ୍ଷୀରକୁ ପ୍ରକ୍ରିୟାକରଣ କରାଯାଉଛି।
Published by: Lipina Das
First published: November 11, 2021, 12:50 PM IST