କାଶୀ ବିଶ୍ୱନାଥ ଶୈଳୀରେ ହେଉଛି ଜଗନ୍ନାଥ ମନ୍ଦିର ପରିକ୍ରମା ମାର୍ଗ; ଆରମ୍ଭ ହେଲା ନିର୍ମାଣ କାର୍ଯ୍ୟ

ବାରଣାସୀର କାଶୀ ବିଶ୍ୱନାଥ ଐତିହ୍ୟ କରିଡରର ସୌନ୍ଦର୍ଯ୍ୟକରଣ ଶୈଳୀରେ ହେଉଛି ପୁରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ।ଦେଢ ବର୍ଷ ଭିତରେ କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଲୋକାର୍ପିତ ହେବ ।

କାଶୀ ବିଶ୍ୱନାଥ ଶୈଳୀରେ ହେଉଛି ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ମାର୍ଗ (ପ୍ରତୀକାତ୍ମକ ଛବି)

କାଶୀ ବିଶ୍ୱନାଥ ଶୈଳୀରେ ହେଉଛି ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ମାର୍ଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ : ଓଡିଆଙ୍କ ପ୍ରାଣର ଠାକୁର ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ଶୋଭା ପରିବର୍ଦ୍ଧିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୩୩୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପ ଲାଗି ୧୭ ଏକର ଜମିରେ ୭୫ ମିଟର ଚୌହଦିରେ ୭ ସ୍ତରର ପାଦଚଲା , ଗାଡିଚଲା ମାର୍ଗରେ ଭକ୍ତ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି  ।

"ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ସ୍ୱତନ୍ତ୍ର ଯୋଜନା ହେଉଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ  । ସ୍ୱତନ୍ତ୍ର ବିଧି ବିଧାନ ଅନୁସାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମି ପୁଜନ ଓ କାର୍ଯ୍ୟାରମ୍ଭ କରାଯାଇଛି । ନଭେମ୍ବର ୨୪ରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦେଢ ବର୍ଷ ଭିତରେ ସରିବାକୁ ଲକ୍ଷ୍ୟ ରଖାଯାଇଛି। ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୋଜନାକୁ ବାସ୍ତବ ରୁପ ଦେବାନେଇ ଲାଗିପଡିଛନ୍ତି ଆଜିର ବିଶ୍ୱକର୍ମାମାନେ," କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ କୁମାର  ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କୁମାରଙ୍କ ସୁଚନା ଅନୁଯାୟୀ ,"ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଓ ସୌନ୍ଦର୍ଯ୍ୟକରଣ , ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ , ଚତୁଃପାର୍ଶ୍ୱରେ ଥିବା ୧୮ଟି ପୁରାତନ ମଠ ଓ ମନ୍ଦିରଗୁଡ଼ିକର ପୁନଃବିକାଶ ,  ରଥଯାତ୍ରା ଓ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ,  ଭକ୍ତଙ୍କ ସାମଗ୍ରୀ ରଖିବା ସକାଶେ ୫୦୦ ବର୍ଗମିଟର ପରିମିତ କ୍ଷେତ୍ରରେ ଗୃହ ନିର୍ମାଣ, ଦକ୍ଷିଣ ଓ ପଶ୍ଚିମ ଦ୍ଵାରରେ କ୍ଷୁଦ୍ର ସାମଗ୍ରୀ ରଖିବା ଗୃହ, ଭକ୍ତଙ୍କ ପାଇଁ ସମସ୍ତ ଦ୍ଵାରରେ ସୂଚନା ଓ ଦାନ କେନ୍ଦ୍ର ,  ସେବାୟତ ତଥା ପୁରୁଷ ଓ ମହିଳା ଭକ୍ତଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା ,  ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର, ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଏ.ଟି.ଏମ୍ ଆଦିର ବ୍ୟବସ୍ଥା , ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ ,  ଏକାସାଙ୍ଗରେ ୬୦୦୦ ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ ,  ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ରହିବ "।

ଲୋକସେବା ଜୋନ-ବାହ୍ୟ ପ୍ରଦକ୍ଷିଣକୁ ଲାଗି ୧୦ ମିଟର ଚଉଡାର ରହିବ ଲୋକସେବା ଜୋନ । ଏହି ଜୋନରେ ବୃକ୍ଷଲତା ସମେତ ବିଶ୍ରାମକକ୍ଷ , ପାନୀୟ ଜଳ ବ୍ୟବସ୍ଥା , ଜଳ ଫୁଆରା , ସୁଚନା ଓ ଦାନ କେନ୍ଦ୍ର , ପଥଚାରୀଙ୍କ ପାଇଁ ପଥପ୍ରନ୍ତ ବିଶ୍ରାମ ବ୍ୟବସ୍ଥା  ।

ରକ୍ଷଣାବେକ୍ଷଣ ମାର୍ଗ-ପରିକ୍ରମା ପ୍ରକଳ୍ପ ମାର୍ଗର ରକ୍ଷଣାବେକ୍ଷଣ ପାଇଁ ଯାନବାହନ ଚଳାଚଳ ପାଇଁ ୫ ମିଟର ଜୋନ ଲୋକ ସେବା ଜୋନକୁ ଲାଗି ରହିବ। ଏହି ରାସ୍ତା ଦେଇ ଯନ୍ତ୍ରାଂଶ , ଯାନବାହନ ପରିକ୍ରମା ଭିତରକୁ ଯାତାୟତ କରିବ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ରାଧାବଲ୍ଲଭ ମଠର ମଠାଧୀଶ ରାମକୃଷ୍ଣ ଦାଶ ମହାରାଜ କହିଛନ୍ତି,"ବର୍ତ୍ତମାନର ପରିଦୃଶ୍ୟମାନ ଶ୍ରୀମନ୍ଦିର କାମ ୧୧୨୦ ମସିହାରେ ଶେଷ ହୋଇଥିଲା । ତା ପରେ ଶ୍ରୀମନ୍ଦିର ବାହାର ବେଢା ସମ୍ପ୍ରସାରଣ ୧୩୫୦ରେ ସମ୍ପୁର୍ଣ୍ଣ ହୋଇଥିଲା  । ଦୀର୍ଘ ୬୭୧ ବର୍ଷ ବ୍ୟବଧାନରେ ଆଜି ୨୦୨୧ ମସିହାରେ ଭକ୍ତମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାକାର ହେବାକୁ ଯାଉଛି  । ଫୋନି ପରବର୍ତ୍ତୀ ବିଧ୍ୱସ୍ତ ପୁରୀ ପରିଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ଏହି ପରିକଳ୍ପନା ସ୍ୱପ୍ନ ଦେଖିଥିଲେ  ।

ପ୍ରଧାନମନ୍ତ୍ରୀ ମୋଦି ବାରଣାସାରେ କାଶୀ ବିଶ୍ୱନାଥଙ୍କ ଉନ୍ନତିକରଣ ଯେଭଳି କରିଛନ୍ତି ସେହିଭଳି ୨୦୨୪ ବେଳକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରା ବିଶ୍ୱରେ ଶ୍ରେଷ୍ଠତ୍ୱ ହୋଇଥିବ  ।
Published by:Soumya Das
First published: