ଓକିଲ ସଙ୍ଘମାନଙ୍କ କାର୍ଯ୍ୟ ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ ପ୍ରସଙ୍ଗ; ଆନ୍ଦୋଳନ ପ୍ରତ୍ୟାହୃତ

ବାର କାଉନସିଲ ଅଫ ଇଣ୍ଡିଆର କଡା ନୋଟିସ ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ରାଜ୍ୟର ଅନେକ ବାର ଆସୋସିଏସନ ।

ଓକିଲ ସଙ୍ଘମାନଙ୍କ କାର୍ଯ୍ୟ ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ ପ୍ରସଙ୍ଗ; ଆନ୍ଦୋଳନ ପ୍ରତ୍ୟାହୃତ

ଓକିଲ ସଙ୍ଘମାନଙ୍କ କାର୍ଯ୍ୟ ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ ପ୍ରସଙ୍ଗ; ଆନ୍ଦୋଳନ ପ୍ରତ୍ୟାହୃତ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ; ବାର କାଉନସିଲ ଅଫ ଇଣ୍ଡିଆର କଡା ନୋଟିସ ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ରାଜ୍ୟର ଅନେକ ବାର ଆସୋସିଏସନ । ସମ୍ବଲପୁର, ବଡମ୍ବା, ଟାଙ୍ଗି, ତାଳଚେର ଓ ପାଲହଡା ବାର ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି। ଏନେଇ ରାଜ୍ୟ ଆଇନଜୀବୀ ପରିଷଦଙ୍କୁ ଲିଖିତ ଆକାରରେ ଅବଗତ କରାଇଥିବା ରାଜ୍ୟ ଆଇନଜୀବୀ ପରିଷଦ ସଚିବ କହିଛନ୍ତି ।

ବାର କାଉନସିଲ ଅଫ ଇଣ୍ଡିଆର ନୋଟିସ ଆସିବା ପରେ ଉକ୍ତ ବାର ଆସୋସିଏସନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲା ରାଜ୍ୟ ଆଇନଜୀବୀ ପରିଷଦ। ତେବେ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି। ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ଥିବା ଜିଲ୍ଲା ଓକିଲ ସଂଘକୁ, ବାର୍‌ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ କଡା ନୋଟିସ୍‌ ଦିଆଯାଇଥିଲା। ଆନ୍ଦୋଳନ ପ୍ରତ୍ୟାହାର କରି ତୁରନ୍ତ କାର୍ଯ୍ୟରେ ଯୋଗଦେବା ସହ କୋର୍ଟର କାର୍ଯ୍ୟ ସ୍ୱଭାବିକ କରିବାକୁ ନିର୍ଦ୍ଦେଶ ରହିଛି । ବାର୍‌ ଆସୋସିଏସନ ଅଫ ଇଣ୍ଡିଆ ଓଡ଼ିଶା ଚେୟାରମ୍ୟାନଙ୍କ ଉଦ୍ଦେଶ୍ୟରେ ଏହି ନୋଟିସ ଆସିଛି । ନୋଟିସରେ ଏହା ଉଲ୍ଲେଖ ରହିଛି ଯେ, କୋର୍ଟ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଥିବାରୁ ଆନ୍ଦୋଳନ କରୁଥିବା କିମ୍ବା କୋର୍ଟ କାର୍ଯ୍ୟ ବଏକଟ କରିଥିବା ଜିଲ୍ଲା ଓକିଲ ସଂଘର ସଦସ୍ୟ ତୁରନ୍ତ ଏଥିରୁ ନିବୃତ ହୋଇ କାର୍ଯ୍ୟରେ ଯୋଗଦିଅନ୍ତୁ । ନଚେତ୍‌ ବାଧ୍ୟହୋଇ ଉକ୍ତ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ କରିବାକୁ କାଉନସିଲ ବାଧ୍ୟ ହେବ ।

ନୋଟିସରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ବିଭିନ୍ନ କାରଣରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ, କଟକ ଜିଲ୍ଲାର ବଡମ୍ବା ଓକିଲ ସଂଘ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବାର୍‌ ଆସୋସିଏସନ, ଅନୁଗୋଳର ତାଳଚେର ବାର୍‌ ଆସୋସିଏସନ ଓ ପାଲଲହଡା ବାର୍‌ ଆସୋସିଏସନର ଆନ୍ଦୋଳନ ତୁରନ୍ତ ପ୍ରତ୍ୟାହର କରାଯାଉ । ଏଥିସହ ଟାଙ୍ଗି ଓକିଲ ସଂଘର ସଭାପତି ନକୁଳ କୁମାର ନାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସଂଘର ଜଣେ ସଦସ୍ୟ ଟାଙ୍ଗିରେ କାର୍ଯ୍ୟରତ ମହିଳା ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର କରିବା ଓ ଧମକ ଦେବାର ଅଭିଯୋଗ ରହିଛି । ଏହି କାର୍ଯ୍ୟ ପାଇଁ କାହିଁକି ତାଙ୍କର ଲାଇସେନ୍ସ ରଦ୍ଦ କରାନଯିବ ବୋଲି ସଭାପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

ବାର୍‌ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଆମେ ନୋଟିସ ପାଇବା ପରେ ଯେଉଁ ଯେଉଁ ବାର ଆନ୍ଦୋଳନକୁ ଓହ୍ଲାଇଥିଲେ ଆମେ ସେମାନଙ୍କୁ ନୋଟିସ କରିଥିଲୁ । ସମ୍ବଲପୁର, ବଡମ୍ବା, ଟାଙ୍ଗି, ତାଳଚେର ଓ ପାଲହଡା ବାର ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଏନେଇ ସେମାନେ ଲିଖିତ ଭାବେ ଆମକୁ ଜଣାଇଛନ୍ତି କହିଛନ୍ତି ରାଜ୍ୟ ଆଇନଜୀବୀ ପରିଷଦର ସଚିବ  ଜଯାତ କେଶରୀ ସାମନ୍ତସିଂହାର ।
Published by:Soubhagya Mishra
First published: